ଦିଲ୍ଲୀ ପାଇପର୍ସର ପ୍ରଥମ ବିଜୟ

Advertisment

ଦିଲ୍ଲୀ ଏସ୍‌ଜି ପାଇପର୍ସ ଓ ସୁର୍‌ମା ହକି କ୍ଲବ ମଧ୍ୟରେ ଖେଲାଯାଇଥିବା ଏହି ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ତେବେ ଦିଲ୍ଲୀ ପାଇପର୍ସ ମ୍ୟାଚ୍‌କୁ ୨-୦ ଗୋଲ୍‌ରେ ଜିତିନେଇ ପ୍ରଥମ ବିଜୟ ହାସଲ କରିଛି।

ଦିଲ୍ଲୀ ଏସ୍‌ଜି ପାଇପର୍ସ ଓ ସୁର୍‌ମା ହକି କ୍ଲବ ମଧ୍ୟରେ ଖେଲାଯାଇଥିବା ଏହି ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ତେବେ ଦିଲ୍ଲୀ ପାଇପର୍ସ ମ୍ୟାଚ୍‌କୁ ୨-୦ ଗୋଲ୍‌ରେ ଜିତିନେଇ ପ୍ରଥମ ବିଜୟ ହାସଲ କରିଛି।

delhi

ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଶୁକ୍ରବାର ମହିଳା ହକି ଲିଗ୍‌ର ଗୋଟିଏ ମ୍ୟାଚ୍‌ ଖେଳାଯାଇଛି। ଦିଲ୍ଲୀ ଏସ୍‌ଜି ପାଇପର୍ସ ଓ ସୁର୍‌ମା ହକି କ୍ଲବ ମଧ୍ୟରେ ଖେଲାଯାଇଥିବା ଏହି ମ୍ୟାଚ୍‌ରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲା। ତେବେ ଦିଲ୍ଲୀ ପାଇପର୍ସ ମ୍ୟାଚ୍‌କୁ ୨-୦ ଗୋଲ୍‌ରେ ଜିତିନେଇ ପ୍ରଥମ ବିଜୟ ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଶନିବାର ମହିଳା ଲିଗ୍‌ ପାଇଁ ବିଶ୍ରାମ ଦିଆଯାଇଥିବାବେଳେ ପରବର୍ତ୍ତୀ ମ୍ୟାଚ୍‌ ରବିବାର ଦିନ ଓଡ଼ିଶା ୱାରିଅର୍ସ ଓ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ।

 ମହିଳା ଲିଗ୍‌ରେ ‌ପଏଣ୍ଟ୍‌ ତାଲିକାରେ ଶେଷ ସ୍ଥାନରେ ଥିବା ଦିଲ୍ଲୀ ପାଇପର୍ସ ଆଜି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଛି। ଦଳୀୟ ଖେଳାଳି ପୂର୍ବ ପରାଜୟକୁ ଭୁଲି ପଡ଼ିଆରେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ରେ ଉଭୟ ଦଳର ଖେଳାଳି ଗୋଲ୍‌ ସ୍କୋର୍‌ କରିବାକୁ କଡ଼ା ପ୍ରୟାସ କରିଥିଲେ ମଧ୍ୟ କେହି କାହାରିକୁ ଗୋଲ୍‌ ଦେଇପାରିନଥିଲେ। ତେବେ ମ୍ୟାଚ୍‌ର ୨୫ତମ ମିନିଟ୍‌ରେ ଦିଲ୍ଲୀ ପାଇପର୍ସକୁ ଗୋଟିଏ ପେନାଲ୍‌ଟି କର୍ଣ୍ଣର ସୁଯୋଗ ମିଳିଥିଲା। ଏହାର ସଦୁପଯୋଗକରି ସଙ୍ଗୀତା କୁମାରୀ ପ୍ରଥମ ଗୋଲ୍‌ ଦେଇ ସ୍କୋର୍‌କୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ୪୭ତମ ମିନିଟ୍‌ରେ ମିଳିଥିବା ଆଉ ଏକ ପେନାଲ୍‌ଟି କର୍ଣ୍ଣର୍‌କୁ ଦୀପିକା ଗୋଳ୍‌ରେ ପରିଣତକରି ବ୍ୟବଧାନକୁ ୨-୦ ଗୋଲକୁ ବୃଦ୍ଧି କରିଥିଲେ। ଏହାପରେ ସୁର୍‌ମା ଖେଳାଳି ଗୋଲ୍‌ ପରିଶୋଧ ପାଇଁ ପ୍ରୟାସ କରିଥିଲେ ମଧ୍ୟ ପ୍ରତିପକ୍ଷ ଖେଳାଳି ମାତ୍‌ ଦେଇଥିଲେ। ଫଳରେ ସୁର୍‌ମା ଚଳିତ ଲିଗ୍‌ରେ ପ୍ରଥମ ପରାଜୟ ବରଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe