ହକି ଇଣ୍ଡିଆ ଲିଗ୍‌ ଆରମ୍ଭ: ସୁଟ୍‌ଆଉଟ୍‌ରେ ବାଜିମାରିଲା ଦିଲ୍ଲୀ ଏସ୍‌ଜି ପାଇପର୍ସ

ଟିମ୍‌ ଗୋନାସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌ ମଧ୍ୟରେ ଉଭୟ ଦଳ କେବଳ ଦୁଇଟି ଲେଖାଏ ଗୋଲ୍‌ ଦେବାରେ ସକ୍ଷମ ହେବାରୁ ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ପରେ ସୁଟ୍‌ ଆଉଟ୍‌ରେ କିନ୍ତୁ ଦିଲ୍ଲୀ ଏସ୍‌ଜି ପାଇପର୍ସ‌ ୪-୨ ଗୋଲ୍‌ରେ ବାଜି ମାରିନେଇଥିଲା।

nb

ରାଉରକେଲା: ଦୀର୍ଘ ସାତ ବର୍ଷର ବ୍ୟବଧାନପରେ ନୂଆ ରୂପରେ ତଥା ଆକର୍ଷଣୀୟ ଢଙ୍ଗରେ ଶନିବାରଠାରୁ ବିଶ୍ବର ସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ଇଣ୍ଡିଆ ଲିଗ୍‌। ଉଦ୍‌ଘାଟନ ମ୍ୟାଚ୍‌କୁ ଦେଖିବାକୁ ହକିପ୍ରେମୀଙ୍କ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ପାଖାପାଖି ୧୫ ହଜାର ଦର୍ଶକ ଟିମ୍‌ ଗୋନସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌କୁ ଉପଭୋଗ କରିଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନିଧନ ଯୋଗୁଁ ସମଗ୍ର ଦେଶ ରାଷ୍ଟ୍ରୀୟ ଶୋକ ପାଳନ କରୁଥିବାବେଳେ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବକୁ ବାତିଲ କରାଯାଇଥିଲା ସତ; କିନ୍ତୁ ରଙ୍ଗବେରଙ୍ଗ ଲାଇଟ୍‌ସୋ’ ସମସ୍ତଙ୍କୁ କିମିଆ କରିଥିଲା। ପ୍ରସିଦ୍ଧ ହିନ୍ଦୀ ଗୀତର ତାଳେତାଳେ ଲାଇଟ୍‌ ସୋ’ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଦର୍ଶକଙ୍କ ପାଇଁ ଟିକଟ୍‌ ମାଗଣା କଣାଯାଇଥିଲା। ପ୍ରଥମ ମ୍ୟାଚ୍‌ ଆରମ୍ଭ ହେବାର ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ଦର୍ଶକଙ୍କ ଆଗମନ ଆରମ୍ଭ ହୋଇଯାଇଥିଲା। ଦର୍ଶକ ଗେଟ୍‌ ନଂ ୨ ଓ ୬ ଦେଇ ଷ୍ଟାଡିୟମକୁ ପ୍ରବେଶ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ସ୍ବତନ୍ତ୍ର ଅତିଥି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ଓଡ଼ିଶା ବିଧାନସଭା ଉପ-ବାଚସ୍ପତି ଭବାନୀ ଶଙ୍କର ଭୋଇ, ହକି ମହାସଂଘସଭାପତି ତୟାବ ନୟୀମ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସାଧାରଣ ସଂପାଦକ ଭୋଳାନାଥ ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରସିଦ୍ଧ ଉଦ୍‌ଘୋଷକ ଜୟ ଭାନୁଶାଲୀଙ୍କ ଉଦ୍‌ଘାଟନୀ ଉତ୍ସବ ସଂଯୋଜନା କରିଥିଲେ।

ଟିମ୍‌ ଗୋନାସିକା ଓ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ମଧ୍ୟରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍‌ସାରା ଉଭୟ ଦଳର ଖେଳାଳିଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ତେବେ ଉଭୟ ଦଳ କେବଳ ଦୁଇଟି ଲେଖାଏ ଗୋଲ୍‌ ଦେବାରେ ସକ୍ଷମ ହେବାରୁ ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ପରେ ସୁଟ୍‌ ଆଉଟ୍‌ରେ କିନ୍ତୁ ଦିଲ୍ଲୀ ଏସ୍‌ଜି ପାଇପର୍ସ‌୍ ୪-୨ ଗୋଲ୍‌ରେ ବାଜି ମାରିନେଇଥିଲା। ମ୍ୟାଚ୍‌ର ପ୍ରଥମ କ୍ବାର୍ଟର୍‌ରୁ ଦିଲ୍ଲୀ ଆକ୍ରମଣ ଆରମ୍ଭ କରିଥିଲା। ଫଳରେ ୫ମ ମିନିଟ୍‌ରେ ଏକ ସଫଳତା ବି ମିଳିଥିଲା। ତେବେ ଗୋନାସିକା ଚମତ୍କାର ପ୍ରତ୍ୟାବର୍ତ୍ତନକରି ଲାଗ୍‌ ଲାଗ୍‌ ଦୁଇଟି ଗୋଲ୍‌ଦେଇ ୨-୧ ଗୋଲ୍‌ରେ ଆଗୁଆ ହୋଇଥିଲା। କିନ୍ତୁ ଏସ୍‌ସି ପାଇପର୍ସ‌୍ର ଟୋମାସ ଡୋମିନି ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍‌୍‌(୫ ଓ ୩୯ ମିନିଟ୍‌) ଦେଇ ମ୍ୟାଚ୍‌କୁ ଡ୍ର କରିଥିଲେ। ଟିମ୍‌ ଗୋନାସିକାର ଷ୍ଟ୍ରୁଆନ ୱାକର୍‌(୨୬) ଓ ଭିକ୍ଟର ଚାର୍ଲେଟ୍‌(୩୫) ଗୋଟିଏ ଲେଖାଏ ଗୋଲ୍‌ଦେଇଥିଲେ।

ସୁଟ୍‌ଆଉଟ୍‌ରେ ବାଜିମାରିଲା ଦିଲ୍ଲୀ ଏସ୍‌ଜି ପାଇପର୍ସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe