ନୂଆପଡ଼ା ରେଳ ଷ୍ଟେସନରେ ଏକ୍ସପ୍ରେସ ଟ୍ରେନ ରହଣୀ ଦାବି ଜିଲ୍ଲାପାଳଙ୍କୁ ଭେଟିଲେ ନୂଆପଡ଼ା ଓକିଲ ସଂଘ

ନୂଆପଡ଼ା ଷ୍ଟେସନରେ ଏକ୍ସପ୍ରେସ ରହଣୀ ଦାବିରେ ଗୁରୁବାର ଦିନ ନୂଆପଡ଼ା ଜିଲ୍ଲା ଓକିଲ ସଂଘ ସଭାପତି କ୍ଷତିଶ ଅଶୋକ ବୋଧଙ୍କ ନେତୃତ୍ବରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

cv

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସଦର ମହକୁମାରେ ରହିଥ‌ିବା ନୂଆପଡ଼ା ରେଳ ଷ୍ଟେସନ ସର୍ବ ପୁରାତନ ହୋଇଥିଲେ ମଧ୍ୟ ଷ୍ଟେସନକୁ ଭାରତୀୟ ରେଳ ବିଭାଗ ପକ୍ଷରୁ  ଅବହେଳା  କରିଛି। ଏହି ଷ୍ଟେସନରେ ଏକ୍ସପ୍ରେସ ରହଣୀ ଦାବିରେ ଗୁରୁବାର ଦିନ ନୂଆପଡ଼ା ଜିଲ୍ଲା ଓକିଲ ସଂଘ ସଭାପତି କ୍ଷତିଶ ଅଶୋକ ବୋଧଙ୍କ ନେତୃତ୍ବରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ବାରମ୍ବାର ଅଭିଯୋଗ କରିବା  ସତ୍ବେ ରେଳ ବିଭାଗ  ଅଧିକାରୀ କୌଣସି  ପଦକ୍ଷେପ ନେଇନାହନ୍ତି। ଯାହାଫଳରେ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।  

ନୂଆପଡ଼ା ରେଳ ଷ୍ଟେସନ ୧୯୩୩ରେ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଆଜି ପାର୍ଯ୍ୟନ୍ତ ଏକ୍ସପ୍ରେସ ଟ୍ରେନ ରହିଣୀର କୌଣସି ବ୍ୟବସ୍ଥା ନାହିଁ। ନୂଆପଡ଼ା ଦେଇ ରାୟପୁରରୁ ବିଶାଖାପାଟଣାକୁ ସଂଯୋଗ କରୁଛି । ଏହି ରସ୍ତା ଦେଇ ପ୍ରାୟ ୧୨ଟି ଦ୍ରୁତଗାମୀ ରେଳ ଚଳାଚଳ କରୁଥିଲେ । ଦୀର୍ଘଦିନର ଦାବି ସତ୍ତ୍ୱେ ମଧ୍ୟ ନୂଆପଡ଼ାରେ ସମତା ଏକ୍ସପ୍ରେସ, ଅହମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ, ଗାନ୍ଧୀଧାମ ଏକ୍ସପ୍ରେସ, ମୁମ୍ବାଇ ଏଲଟିଟି ଏକ୍ସପ୍ରେସ, ପୁରୀ ଆଜମେର ଏକ୍ସପ୍ରେସ, ସାଇନଗର ସିରିଡି ଏକ୍ସପ୍ରେସ ଆଦିର ରହଣି ଦିଆଯାଇନାହିଁ। ବିଗତ ଦିନରେ କେନ୍ଦ୍ର ସରକାରଙ୍କ ଅମୃତ ରେଳ ଷ୍ଟେସନ ଯୋଜନାରେ ମଧ୍ୟ ନୂଆପଡ଼ା ଷ୍ଟେସନକୁ ସାମିଲ କରାଯାଇ ନାହିଁ। ଯାହାଫଳରେ ନୂଆପଡ଼ା ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସେପରି  ନୂଆପଡ଼ା ରେଳ ଷ୍ଟେସନ ଯେପରି ଭାବେ ଉନ୍ନତି ହେବା କଥା  ହେଇ ନାହିଁ।  ସଂପୁର୍ଣ୍ଣ ଭାବେ ରେଲ ବିଭାଗର ଅବହେଲେ ହେତୁ ଆଜି  ନୂଆପଡ଼ା ଷ୍ଟେସନ  ଅବହେଳିତ ହୋଇ ରହିଛି। ଏହା ଉପରେ ଆଜି  ଜିଲ୍ଲା ଓକିଲ ସଂଘ  ଉପସଭାପତି ପ୍ରକାଶ ଚନ୍ଦ୍ର ସ୍ବାଇଁ, ଅମରେଶ ଦାଶ, ପ୍ୟାରିଲାଲ ଦେବାଙ୍ଗନ,ଗୋପାଳକୃଷ୍ଣ ସାମନ୍ତ ଉପସ୍ଥିତ ରହି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe