ମେଗାଲିଫ୍ଟରୁ ଜଳସେଚନ ଦାବିରେ ଉପଜିଲ୍ଲାପାଳ ଓ ବିଧାୟକଙ୍କ ଦ୍ୱାରସ୍ଥ ହେଲେ ଚାଷୀ

Advertisment

ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି।

ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି।

memoranudm

ଧର୍ମଗଡ: ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଆସନ୍ତା ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବା ନେଇ ଇନ୍ଦ୍ରାବତୀ ମେଗାଲିଫ୍ଟ କୁସୁମଖୁଣ୍ଟି କାର୍ଯ୍ୟାଳୟରୁ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଛି। ମେଗାଲିଫ୍ଟ ବିଭାଗୀୟ ଅଧିକାରୀମାନେ ଚାଷୀଙ୍କୁ ଭୁଆଁ ବୁଲାଇ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇଥିବାରୁ ଜଳସେଚନ ବନ୍ଦ ରହିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ତେବେ ଚାଷୀନେତାଙ୍କ କହିବା ମତେ ଗତବର୍ଷଠାରୁ ଚଳିତ ବର୍ଷ ଜଳସ୍ତର ଅଧିକ ରହିଥିବା ସ୍ଥଳେ ମେଗାଲିଫ୍ଟ ବିଭାଗୀୟ ଅଧିକାରୀମାନେ କାହିଁକି ଜଳସେଚନ ବନ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ତାହାକୁ ନେଇ ସନ୍ଦେହରେ ଚାଷୀକୁଳ ରହିଛନ୍ତି।

ଗତବର୍ଷ ରବି ଚାଷ ପାଇଁ ବ୍ଲକର ପାଖାପାଖି ୧୧ ହଜାର ହେକ୍ଟର ଜଳସେଚନ ହୋଇଥିବାବେଳେ ଚଳିତ ବର୍ଷ କାହିଁକି ଜଳସେଚନ ପାଇଁ କଟକଣା ଜାରି କରାଯାଇଛି ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଚାଷୀ। ଏନେଇ ସୋମବାର ସଚେତନ କୃଷକ ମଂଚ ପକ୍ଷରୁ ଜଳସେଚନ ଯୋଗାଇ ଦେବାକୁ ଶହ ଶହ ଚାଷୀ ଆଜି ଧର୍ମଗଡ ଉପଜିଲ୍ଲାପାଳ ଓ ଧର୍ମଗଡ ବିଧାୟକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେବା ସହିତ ଆଗାମୀ ୭ ଦିନ ମଧ୍ୟରେ ଏହି ସମସ୍ୟା ର ପ୍ରତିକାର ବ୍ୟବସ୍ଥା କରା ନ ଗଲେ ଚାଷୀ ଏବଂ ଚାଷୀ ନେତାମାନେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ କୃଷକ ମଞ୍ଚ ସଭାପତି ଶିବ ପ୍ରସାଦ ପ୍ରଧାନି, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ଚାଷୀ ପଙ୍କଜ ଚୌଧୁରୀ, ରାଜେଶ ବନ ସଲ,ମଣ୍ଟୁ ଦାସ,ଓ ପଞ୍ଚକ ପୋଡ଼ଙ୍କ ସମେତ ଧର୍ମଗଡ ବ୍ଲକ,କୋକସରା ବ୍ଲକ ଓ ଜୟପାଟଣା ବ୍ଲକର ହଜାର ହଜାର ଚାଷୀମାନେ ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe