ଦଣ୍ଡପାଟ ବ୍ଲକ ସ୍ଥାପନ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

Advertisment

ଣ୍ଡପାଟ ବ୍ଲକ ବେହେରା ଠାରେ ସ୍ଥାପନ ନେଇ ମଙ୍ଗଳବାର ଦିନ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନରେ ୧୧ଟି ପଞ୍ଚାୟତ ବାସୀ ଧର୍ମଗଡ଼ ଉପଜିଲ୍ଲାପାଳ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେଇଛନ୍ତି।

Updated On

ଣ୍ଡପାଟ ବ୍ଲକ ବେହେରା ଠାରେ ସ୍ଥାପନ ନେଇ ମଙ୍ଗଳବାର ଦିନ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନରେ ୧୧ଟି ପଞ୍ଚାୟତ ବାସୀ ଧର୍ମଗଡ଼ ଉପଜିଲ୍ଲାପାଳ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେଇଛନ୍ତି।

ଅଦ୍ୟତନ ହୋଇଛି
aw

ଧର୍ମଗଡ଼/ବେହେରା: ସରକାର ବ୍ଲକ ସମ୍ପ୍ରସାରଣ ନେଇ ସୂଚନା ଦେବା ପରେ ବ୍ଲକ ସ୍ଥାପନ ନେଇ ବିଭିନ୍ନ ସ୍ଥାନରେ ଦାବୀ ଜୋର ଧରିଛି। ଦଣ୍ଡପାଟ ବ୍ଲକ ବେହେରା ଠାରେ ସ୍ଥାପନ ନେଇ ମଙ୍ଗଳବାର ଦିନ କ୍ରିୟାନୁଷ୍ଠାନ କମିଟି ର ଆହ୍ୱାନରେ ୧୧ଟି ପଞ୍ଚାୟତ ବାସୀ ଧର୍ମଗଡ଼ ଉପଜିଲ୍ଲାପାଳ ମାଧ୍ୟମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଦେଇଛନ୍ତି। ବିରାଟ ପଟୁଆରରେ ଧର୍ମଗଡ଼ ସହରରେ ଏକ ରାଲି ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳ ଧୀମାନ ଚମକାଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।

ଏହି ଦାବୀପତ୍ର ପ୍ରଦାନ ବେଳେ ୧୧ଟି ପଞ୍ଚାୟତ ତଥା ଦଣ୍ଡପାଟ ଅନ୍ତର୍ଗତ କୋକସରା ବ୍ଲକ ଅଧୀନ-ଗତମୁଣ୍ଡା,   ପୋଡ଼ାଗୁଡା,ଡାଲଗୁମା,ମୂଷାପାଳି ,ଡହଗାଁ,ଖୁଣ୍ଟିଆ ଥିବାବେଳେ ଧର୍ମଗଡ଼ବ୍ଲକ ଅନ୍ତର୍ଗତ  ବେହେରା, ଟେଣ୍ଡାପାଲି,ଜୟନ୍ତପୁର, ଛନ୍ଚାଣବାହେଲି, ଧଅରପୁର ଆଦି ରହିଅଛି। ଅନ୍ୟପଟେ ବ୍ଲକ ଗଠନକୁ ଦାବିଦାର ଭାବେ ବେହେରା-ପର୍ଲା ମଧ୍ୟରେ ତିକ୍ତତା ଲାଗିରହିଛି। ପର୍ଲା ବ୍ଲକ ସ୍ଥାପନ ଭିତରେ ଅନ୍ତର୍ଭୁକ୍ତ ଖୁଣ୍ଟିଆ,ଜୟନ୍ତପୁର, ଛନ୍ଚାଣବାହେଲି, ଧଅରପୁର,ବେହେରା, ଟେଣ୍ଡାପାଲି, କଦଲିମୁଣ୍ଡା,ବଡ଼ ଘୁମର, ଗୋଡ଼ିଆଜୋର,ବୋଡେ଼ନ, ତରାପୁର ଓ ପର୍ଲାକୁ ଅନ୍ତର୍ଭୁକ୍ତ କରାଯାଇ ନୂତନ ବ୍ଲକ ସ୍ଥାପନ ନେଇ ଦାବୀ ହେଉଛି।

ଦୀର୍ଘଦିନରୁ ଦଣ୍ଡପାଟ ଅଞ୍ଚଳର ବେହେରା ପର୍ଲା ମଧ୍ୟରେ ନୂତନ ବ୍ଲକ ସ୍ଥାପନ ନେଇ ଦାବୀ ଉଠିଛି। ତେବେ ପର୍ଲା ଠାରେ ନୂତନ ବ୍ଲକ ଗଠନ ହେଲେ ପର୍ଲା -ଜୟନ୍ତପୁର -ସିସୋ ବର୍ଲି ଠାରେ ସ୍ଥାପନ ହେବା ନେଇ କ୍ରିୟାନୁଷ୍ଠାନ କମିଟି ପଞ୍ଚାୟତମାନଙ୍କ ସହମତିରେ ନିଷ୍ପତ୍ତି ନେଇଥିବା କମିଟି ଆବାହକ ବ୍ରିଜଲାଲ ନାଏକ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଦୀର୍ଘଦିନରୁ ଦଣ୍ଡପାଟ ଅଞ୍ଚଳର ବେହେରା ପର୍ଲା ମଧ୍ୟରେ ନୂତନ ବ୍ଲକ ସ୍ଥାପନ ନେଇ ଦାବୀ ଉଠିଛି। ତେବେ ପର୍ଲା ଠାରେ ନୂତନ ବ୍ଲକ ଗଠନ ହେଲେ ପର୍ଲା -ଜୟନ୍ତପୁର -ସିସୋ ବର୍ଲି ଠାରେ ସ୍ଥାପନ ହେବା ନେଇ କ୍ରିୟାନୁଷ୍ଠାନ କମିଟି ପଞ୍ଚାୟତମାନଙ୍କ ସହମତିରେ ନିଷ୍ପତ୍ତି ନେଇଥିବା କମିଟି ଆବାହକ ବ୍ରିଜଲାଲ ନାଏକ ପ୍ରକାଶ କରିଛନ୍ତି। ମଙ୍ଗଳବାର ଦିନ ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟି ଉପଜିଲ୍ଲାପାଳ ଜରିଆରେ ଦାବୀ ଦେଇଥିବା ବେଳେ ବଲ ପୁଝାରି,ଘନଶ୍ୟାମ ପଟେଲ,ଚିତ ପୁଝାରି,ପ୍ରଶାନ୍ତ ତିବାରି, ହେମନ୍ତ ମାଝୀ,ଗୌଲୋଚନ ଗୋପାଳ,ଶଙ୍କର ଜୁଏଡ଼,ଦିଗାମ୍ବର ଦୁରିଆ,ଅକ୍ଷୟ ନାଏକ,ସରୋଜିନୀ ପାଣିଗ୍ରାହୀ,କୁମୁଦିନି ଗୋଇନ୍ଟା,ଭବେଶ ଗୋଇନ୍ଟା ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe