ଟ୍ରେନ୍‌କୁ ପଥରମାଡ଼ ଯୋଗୁ ଯାତ୍ରୀ ବିପଦରେ, ଝରକା ସିଟ୍‌ର ଚାହିଦା କମିଲା

ଦେଶର ଅନେକ ଅଞ୍ଚଳରେ ବିଭିନ୍ନ ଟ୍ରେନ୍‌ରେ ପଥରମାଡ଼ ଘଟଣା ସାମ୍ନାକୁ ଆସିବା ପରେ ରେଳଯାତ୍ରୀଙ୍କ ଚିନ୍ତା ବଢ଼ିଯାଇଛି। ଯାତ୍ରା ପାଇଁ ଟିକଟ ସଂରକ୍ଷଣ ସମୟରେ ମଧ୍ୟ ଲୋକମାନେ ଏହି ସିଟ୍ ନେବାକୁ ଅନିଚ୍ଛୁକ ହେଉଛନ୍ତି।

Train in Rourkela

Train in Rourkela Photograph: (Sambad )

ବନ୍ଧମୁଣ୍ଡା: ରେଳଯାତ୍ରୀଙ୍କ ପାଇଁ ଝରକା ସିଟ୍ ସର୍ବଦା ପ୍ରଥମ ପସନ୍ଦ ରହିଆସିଛି। ବାହାର ଦୃଶ୍ୟ ଦେଖିବା ଓ ତାଜା ପବନର ମଜାନେବା ପାଇଁ ଲୋକମାନେ ଝରକା ପାଖରେ ସିଟ୍ ବୁକ୍ କରିଥାନ୍ତି। କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଛି। ଦେଶର ଅନେକ ଅଞ୍ଚଳରେ ବିଭିନ୍ନ ଟ୍ରେନ୍‌ରେ ପଥରମାଡ଼ ଘଟଣା ସାମ୍ନାକୁ ଆସିବା ପରେ ରେଳଯାତ୍ରୀଙ୍କ ଚିନ୍ତା ବଢ଼ିଯାଇଛି। ପରିସ୍ଥିତି ଏପରି ହୋଇଯାଇଛି ଯେ ଏବେ ଯାତ୍ରୀମାନେ ଝରକା ପାଖରେ ଥିବା ସିଟ୍‌ଠାରୁ ଦୂରେଇ ରହିବା ପସନ୍ଦ କରୁଛନ୍ତି। ଯାତ୍ରା ପାଇଁ ଟିକଟ ସଂରକ୍ଷଣ ସମୟରେ ମଧ୍ୟ ଲୋକମାନେ ଏହି ସିଟ୍ ନେବାକୁ ଅନିଚ୍ଛୁକ ହେଉଛନ୍ତି।

ଗତ ଦୁଇମାସ ମଧ୍ୟରେ ଚକ୍ରଧରପୁର ରେଳ ଡିଭିଜନର ରାଜଗାଙ୍ଗପୁରରେ ବନ୍ଦେଭାରତ, ବନ୍ଧମୁଣ୍ଡାରେ ସାଉଥ୍ ବିହାର ଟ୍ରେନ, ବିଶ୍ରାରେ ଏର୍ଣ୍ଣାକୁଲମ ଏକ୍ସପ୍ରେସ୍, ଡୋଙ୍ଗାପୋଷିରେ ବନ୍ଦେଭାରତ ଟ୍ରେନ୍‌ ଉପରେ ପଥରମାଡ଼ ଘଟଣା ଘଟିଛି। ବିଭିନ୍ନ ସ୍ଥାନରେ କ୍ରମାଗତ ପଥରମାଡ଼ ଘଟଣା ଯୋଗୁ ରେଳଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଟ୍ରେନ୍‌ ଉପରେ ପଥରମାଡ଼ ଯୋଗୁ କେବଳ ଝରକା କାଚ ଭାଙ୍ଗିଯାଉଛି ତାହା ନୁହେଁ, ବରଂ ଅନେକ ଯାତ୍ରୀ ଗୁରୁତର ମଧ୍ୟ ହେଉଛନ୍ତି। କିନ୍ତୁ ଏହି ସମସ୍ତ ଘଟଣାରେ ଆର୍‌ପିଏଫ୍‌ ଓ ଜିଆର୍‌ପି କୌଣସି ସୂଚନା ହାସଲ କରିପାରି ନାହାନ୍ତି।

railways

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe