୫ କିଲୋମିଟର ଦୂରରେ ଅଟକିଲା ଆମ୍ବୁଲାନ୍ସ, ଭାରାରେ ବୁହା ହେଲେ ପ୍ରସୂତି

Advertisment

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମାଳତୀ ପଦର ଗାଁରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଅଭାବନୀୟ ଦୃଶ୍ୟ। ଏଠାରେ ୫ କିଲୋମିଟର ଭାରାରେ ବୁହା ହେଲେ ପ୍ରସୂତି।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମାଳତୀ ପଦର ଗାଁରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଅଭାବନୀୟ ଦୃଶ୍ୟ। ଏଠାରେ ୫ କିଲୋମିଟର ଭାରାରେ ବୁହା ହେଲେ ପ୍ରସୂତି।

New Project (11)

ଭବାନୀପାଟଣା: ପୁଣି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମାଳତୀ ପଦର ଗାଁରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣାର ଅଭାବନୀୟ ଦୃଶ୍ୟ। ଏଠାରେ ୫ କିଲୋମିଟର ଭାରାରେ ବୁହା ହେଲେ ପ୍ରସୂତି। ଗାଁ କୁ ଯିବାକୁ ରାସ୍ତା ନଥିବାରୁ ଅଧାରେ ଅଟକିଲା ୧୦୮ ଆମ୍ବୁଲାନ୍ସ। ଗତ ରାତିରେ ଅନିତା ମାଝୀଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ପାଞ୍ଚ କିଲୋମିଟର ଦୂରରେ ଅଟକି ରହିଥିଲା । କାରଣ ଗାଁ ଏବଂ ମୁଖ୍ୟରାସ୍ତା ମଝିରେ ନାଗାବଳୀ ନଦୀର ପ୍ରଖର ସୁଅ ଥିଲା ।

ଗତ ରାତିରେ ଅନିତା ମାଝୀଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ପାଞ୍ଚ କିଲୋମିଟର ଦୂରରେ ଅଟକି ରହିଥିଲା । କାରଣ ଗାଁ ଏବଂ ମୁଖ୍ୟରାସ୍ତା ମଝିରେ ନାଗାବଳୀ ନଦୀର ପ୍ରଖର ସୁଅ ଥିଲା । ଏହାପରେ ପରିବାର ଲୋକେ ବାଧ୍ୟ ହୋଇ ୫ କିଲୋମିଟର ରାସ୍ତା ଭାରାରେ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ପରଵର୍ତ୍ତୀ ସମୟରେ ତାଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାକୁ ଅଣାଯାଇଥିଲା । ସେଇଠି ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା।

ଏହାପରେ ପରିବାର ଲୋକେ ବାଧ୍ୟ ହୋଇ ୫ କିଲୋମିଟର ରାସ୍ତା ଭାରାରେ ଆମ୍ବୁଲାନ୍ସ ନିକଟକୁ ବୋହି ଆଣିଥିଲେ। ପରଵର୍ତ୍ତୀ ସମୟରେ ତାଙ୍କୁ କଲ୍ୟାଣସିଂହପୁର ଡାକ୍ତରଖାନାକୁ ଅଣାଯାଇଥିଲା । ସେଇଠି ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ନାଗାବଳି ନଦୀ ଉପରେ ନିର୍ମିତ ଅଧପନ୍ତରିଆ ପୋଲ କାମ ଶୀଘ୍ର ସାରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe