ବରଗଡ଼ରେ ପୁଣି ବୁଲିଲା ବୁଲ୍‌ଡୋଜର

Advertisment

ଆଜି ସକାଳୁ ବରଗଡ଼ରେ ପୁଣି ବୁଲିଲା ବୁଲ୍‌ଡୋଜର। ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ପର୍ଯ୍ୟନ୍ତ ଚାଲିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ପ୍ରଶାସନ ଅଞ୍ଚଳକୁ ସିଲ୍‌ କରିବା ସହିତ ୧୬୩ ଧାରା ଜାରି କରିଛି । ଏଥିଲାଗି ୧୨୦ ଜଣ ପୁଲିସ ମୁତୟନ ହୋଇଛନ୍ତି ।

Updated On

ଆଜି ସକାଳୁ ବରଗଡ଼ରେ ପୁଣି ବୁଲିଲା ବୁଲ୍‌ଡୋଜର। ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ପର୍ଯ୍ୟନ୍ତ ଚାଲିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ପ୍ରଶାସନ ଅଞ୍ଚଳକୁ ସିଲ୍‌ କରିବା ସହିତ ୧୬୩ ଧାରା ଜାରି କରିଛି । ଏଥିଲାଗି ୧୨୦ ଜଣ ପୁଲିସ ମୁତୟନ ହୋଇଛନ୍ତି ।

ଅଦ୍ୟତନ ହୋଇଛି
zx

ବରଗଡ଼: ଆଜି ସକାଳୁ ବରଗଡ଼ରେ ପୁଣି ବୁଲିଲା ବୁଲ୍‌ଡୋଜର। ଲେଙ୍ଗୁ ମିଶ୍ର ଛକଠାରୁ ଜୀରା ବ୍ରିଜ ଭିତରେ ସରକାରୀ ଜମିରେ ଯେଉଁମାନେ ଘର କରିଛନ୍ତି ସେସବୁକୁ ଜବରଦଖଲମୁକ୍ତ କରାଯିବ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ପ୍ରଥମ ଦିନରେ ବୁଲଡୋଜର ସହାୟତାରେ ଘର ଓ ଦୋକାନ ବଜାର ଭଙ୍ଗା ଯାଉଛି। କିଛି ଦିନ ଆଗରୁ ପୌରପାଳିକା ପୁଲିସ ଉପସ୍ଥିତିରେ ଘର ଚିହ୍ନଟ କରି ମାପଚୁପ କରିଥିଲା । ଆଉ ଆଜିରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୁଲିସ ଓ ମାଜିଷ୍ଟ୍ରେଟ ଉପସ୍ଥିତିରେ ଘର ଭଙ୍ଗା ଯାଉଛି। ଏଥିଲାଗି ୧୨୦ ଜଣ ପୁଲିସ ମୁତୟନ ହୋଇଛନ୍ତି ।

ଆଜି ସକାଳୁ ବରଗଡ଼ରେ ପୁଣି ବୁଲିଲା ବୁଲ୍‌ଡୋଜର। ଲେଙ୍ଗୁ ମିଶ୍ର ଛକରୁ ଅମ୍ବାପାଲି ଛକ ପର୍ଯ୍ୟନ୍ତ ଚାଲିଛି ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ପ୍ରଶାସନ ଅଞ୍ଚଳକୁ ସିଲ୍‌ କରିବା ସହିତ ୧୬୩ ଧାରା ଜାରି କରିଛି । ଏଥିଲାଗି ୧୨୦ ଜଣ ପୁଲିସ ମୁତୟନ ହୋଇଛନ୍ତି । ଏଣେ ମାଜିଷ୍ଟ୍ରେଟ ଓ ପୌରପରିଷଦ ଅଧିକାରୀ ମଧ୍ୟ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ରହିଛନ୍ତି । ଆଜି ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।

ଏଣେ ମାଜିଷ୍ଟ୍ରେଟ ଓ ପୌରପରିଷଦ ଅଧିକାରୀ ମଧ୍ୟ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ରହିଛନ୍ତି । ଆଜି ସକାଳୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ଅନେକ ବଡ଼ ବଡ଼ ଅଟ୍ଟାଳିକା ମାଟିରେ ମିଶୁଛି। 

ସୂଚନାଯୋଗ୍ୟ ଯେ, ଲେଙ୍ଗୁ ମିଶ୍ର ଛକଠାରୁ ଜୀରା ବ୍ରିଜ ଭିତରେ ବହୁ ବଡବଡ ବ୍ୟବସାୟୀ ଜବରଦଖଲ କରି ଘର ଓ ଦୋକାନବଜାର କରିଛନ୍ତି । ପୂର୍ବରୁ ପୌରପାଳିକାର ଉଚ୍ଛେଦ ପାଇଁ ପଦକ୍ଷେପ ନେବାରୁ କିଛି ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ହାଇକୋର୍ଟରୁ ଷ୍ଟେ ଅର୍ଡର ଆସିବା ପରେ ଜବରଦଖଲ ଉଚ୍ଛେଦ ବନ୍ଦ ହୋଇଯାଇଥିଲା । ପରବର୍ତ୍ତି ସମୟରେ ହାଇକୋର୍ଟ ରାୟ ଆସିଥିଲା । ଏହାପରେ ପୁଣି ପୌରପାଳିକା ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା । କିନ୍ତୁ ତାହାବି ଅଧାରୁ ଅଟକିଥିଲା । ଏବେ ଲୋକଙ୍କ ଦାବି ପରେ ପୌରପାଳିକା ତତ୍ପର ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସବୁ ପଦକ୍ଷେପ ନେଇ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ଏଥର ପ୍ରଥମ କରି ସରକାରୀ ଜମିରେ ଘର ଥିବା ବ୍ୟକ୍ତିଙ୍କୁ ନୋଟିସ ଦିଆଯାଇଥିଲା । ସେମାନଙ୍କ ଭିତରୁ ପୁଣି କେତେ ଜଣ ହାଇକୋର୍ଟକୁ ଯାଇଥିଲେ । ଏସବୁ ଭିତରେ ବରଗଡର ବିଭିନ୍ନ ସଂଗଠନ ସମବେତ ହୋଇ ଜବରଦଖଲ ଉଚ୍ଛେଦ ନେଇ ଆଲୋଚନା କରିଥିଲେ । ଏଥର ଉଚ୍ଛେଦ ନହେଲେ ବରଗଡ ବନ୍ଦ ଡାକରା ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଦାବିପତ୍ର ପୌରପାଳିକା ନିର୍ବାହୀ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଏଣୁ ଏଥର ଜବରଦଖଲ ଉଚ୍ଛେଦ ରେ ତପ୍ତରତା ଦେଖାଦେଇଛି।
ଅନ୍ୟପଟେ ବରଗଡ ସହରର ବହୁ ଜଳାଶୟକୁ କିଛି ଲୋକ କବଜା କଲେଣି । ଜଳାଶୟ ପୋତି ଜମି ଅକ୍ତିଆର କରିଛନ୍ତି । ସବୁ ଜଳାଶୟ ଜମି ବି ଧିରେ ଧିରେ କମିବାରେ ଲାଗିଛି । ସେହିପରି ଜୀରା ନଦୀ କଡରେ ମଧ୍ୟ ଜବରଦଖଲ ହୋଇଛି । ଏସବୁ ଦିଗରେ ଜିଲ୍ଲା ପ୍ରଶାସନ ଓ ପୌରପାଳିକା କେବେ ପଦକ୍ଷେପ ନେବ ତାକୁ ସମସ୍ତଙ୍କ ନଜର ରହିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe