ମତଦାନ ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ଧର୍ମେନ୍ଦ୍ର: ନିର୍ବାଚନ କମିସନଙ୍କ ଆଗରେ ଫେରାଦୀ ହେଲା ବିଜେଡି

Advertisment
ମତଦାନ ବେଳେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ଧର୍ମେନ୍ଦ୍ର: ନିର୍ବାଚନ କମିସନଙ୍କ ଆଗରେ ଫେରାଦୀ ହେଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେଲା ବିଜେଡି। ବାରମ୍ବାର ର୍ନିବାଚନୀ ଅଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ଅଭିଯୋଗରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ପ୍ରତିନିଧି ଦଳ। ବିଜେଡି ଅଭିଯୋଗ ମୁତାବକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୋଲିଂ ବୁଥରେ ଭୋଟରଙ୍କୁ ପ୍ରବର୍ତ୍ତାଇଛନ୍ତି, ତେଣୁ ଧର୍ମେନ୍ଦ୍ରଙ୍କୁ ପ୍ରଚାର କାର୍ଯ୍ୟରେ ୭ ଦିନ ପର୍ଯ୍ୟନ୍ତ ବ୍ୟାନ୍‌ କରିବାକୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆବେଦନ କରିଛି ବିଜେଡି।

ସୂଚନା ମୁତାବକ, ତୃତୀୟ ପର୍ଯ୍ୟାୟ ମତଦାନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ୍‌ ଦେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ବିଜେପି ପ୍ରଚାର କରିଛନ୍ତି। ଆଉ ତାହା ମଧ୍ୟ ଏକ ର୍ନିଦ୍ଦିଷ୍ଟ ଚ୍ୟାନେଲରେ ପ୍ରସାରିତ ହୋଇଛି। ତେଣୁ ଯେତେବେଳେ ର୍ନିବାଚନୀ ସମୟରେ ଓଡ଼ିଶାରେ ଆଚରଣ ବିଧି ଲାଗିଛି ତାହାକୁ ବାରମ୍ବାର ଖୋଲା ଖୋଲି ଉଲ୍ଲଘଂନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇ ବିଜେଡି ଅଭିଯୋଗ ଆଣିଛି।

publive-image

ଏପରିକି ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁରେ ଆଚରଣ ବିଧି ଉଲ୍ଲଘଂନ ଯଥା , ଫ୍ଲାଇଂ ସ୍କ୍ଵାର୍ଡ ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦେବା ଘଟଣା ଭଳି ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ତାହାର ତଦନ୍ତ ହେଉନାହିଁ କି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ତେବେ ଖୋଲାଖୋଲି ର୍ନିବାଚନୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଯଦି କାର୍ଯ୍ୟାନୁଷ୍ଠାନ ନହୁଏ ତାହା ର୍ନିବରଚନ କମିଶନଙ୍କ ସ୍ୱଚ୍ଛ ଓ ଶୃଙ୍ଖଳିତ ନିର୍ବାଚନୀ ନୀତି ଉପରେ ପ୍ରଶ୍ନ ଛିଡ଼ା କରିବ ବୋଲି ଦଳ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe