ଆହାର ମୁହଁରେ ପାହାର ଦେଲେ ଧର୍ମେନ୍ଦ୍ର: ଅଭିଯୋଗ ଆଣିଲା ବିଜେଡି

Advertisment
ଭାରତ ସରକାରଙ୍କ ଉଦ୍ୟମ ଓଡ଼ିଶାରେ ପର୍ଯ୍ୟଟନକୁ ବିକଶିତ କରିବ : ଧର୍ମେନ୍ଦ୍ର

EnergyInfraPost.com

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡିର ନିସାନା। ‘ଆହାର’ ଯୋଜନାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲ ଅଭିଯୋଗ କରିଛି ବିଜେଡି। ଏନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି, ୨୦୧୫ ଉତ୍କଳ ଦିବସରୁ ସହରାଞ୍ଚଳର ଅଭାବୀ ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ‘ଆହାର’ ଯୋଜନାକୁ ବନ୍ଦ କରିବାକୁ ସାଘାଂତିକ ଷନଯନ୍ତ୍ର କରିଛି କେନ୍ଦ୍ର। ଯେଉଁଥିପାଇଁ ଏମସିଏଲ୍‌, ନାଲକୋ ଏବଂ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଚୁକ୍ତିବଦ୍ଧ ହୋଇଥିଲେ ଆହାର ପାଇଁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ। କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ୩ଟି ଯାକ କେନ୍ଦ୍ରୀୟ ଉଦ୍ୟୋଗ ନିଜର ଅକ୍ଷମତା ପ୍ରକାଶ କରି ଏହି କାର୍ଯ୍ୟକ୍ରମରୁ ଓହରି ଯାଇଛନ୍ତି।

ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସମାଲୋଚନା କରି କହିଛନ୍ତି କି, ‘ଆହାର’କୁ ବନ୍ଦ କରିବାକୁ ହୀନ ଚକ୍ରାନ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ଓଡ଼ିଶାବାସୀ ଆହାର ଯୋଜନାରୁ ବଂଚିତ ହେବାକୁ ଯାଉଛନ୍ତି। ନାଲକୋ, ଏମସିଏଲ, ଆରଏସପି ଟଙ୍କା ଦେବାକୁ ପଛଘୁଂଚା ଦେଉଛନ୍ତି। ଧର୍ମେନ୍ଦ୍ରଙ୍କ ଚାପରେ ସିଏସଆର ଫଣ୍ଡ ଦେବାକୁ ପଛଘୁଂଚା ଦେଉଛନ୍ତି। ଏହି ଟଙ୍କାକୁ କେନ୍ଦ୍ରମନ୍ତ୍ରୀ ପଡ଼ୋଶୀ ରାଜ୍ୟ ବିହାର ପାଇଁ ଉପଯୋଗ କରୁଛନ୍ତି। ତେଣୁ ଓଡିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି କହିଛି ବିଜେଡି।

publive-image Scroll.in

ସେହିଭଳି ଆମ ଓଡ଼ିଆ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ହୀନ ଚକ୍ରାନ୍ତ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ତା ଯୋଗୁଁ କାହାରି ବିନା ସହଯୋଗରେ ପ୍ରତିଦିନ ୧ଲକ୍ଷ ଲୋକଙ୍କୁ ସହରରେ ‘ଆହାର’ ମିଳୁଛି ଯ ଏପର୍ଯ୍ୟନ୍ତ ସହରାଞ୍ଚଳର ଅଭାବୀ ମହିଳା, ଶ୍ରମିକ, ଦିନ ମଜୁରିଆ ଏବଂ ଅଭାବୀ ଲୋକଙ୍କୁ ୮ କୋଟି ୨୦ ଲକ୍ଷରୁ ଅଧିକ ମିଲ୍‌ ଯୋଗାଇ ଦିଆଗଲାଣି। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପରାଜୟର ଭୟ ଯୋଗୁଁ ଏଭଳି ଓଡ଼ିଶାବାସୀଙ୍କ ‘ଆହାର’ ଉପରେ ପ୍ରହାର ଦେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe