କେବଳ ମୋଦିଙ୍କୁ ଗାଳି ଦେବା ଛଡ଼ା ପ୍ରଚାର ପାଇଁ ନବୀନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ବୋଲି କହିଲେ ଧର୍ମେନ୍ଦ୍ର

Advertisment
କେବଳ ମୋଦିଙ୍କୁ ଗାଳି ଦେବା ଛଡ଼ା ପ୍ରଚାର ପାଇଁ ନବୀନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ବୋଲି କହିଲେ ଧର୍ମେନ୍ଦ୍ର

Asian Age

ଭୁବନେଶ୍ବର : ଓଡ଼ିଶାରେ ପଞ୍ଚମ ଥର ପାଇଁ ସରକାର ଗଢିବାକୁ ବିଜେଡି ସୁପ୍ରିମୋ ତଥା ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଜାରି ରଖିଥିବା ବେଳେ ଅନ୍ୟପଟେ ନବୀନଙ୍କ ଭାଷଣରେ ବାରମ୍ବାର କେନ୍ଦ୍ରୀୟ ଅବହେଳା ଅଭିଯୋଗକୁ ବିରୋଧ କରିଛି ବିଜେପି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ବିରୋଧ କରି କହିଛନ୍ତି,  ବିଜେଡି ପାଖରେ ବିଷୟ ନାହିଁ, ପ୍ରସଙ୍ଗ ନାହିଁ । ଏକ ପ୍ରସଙ୍ଗ ବିହୀନ ନିର୍ବାଚନ ନବୀନ ଲଢୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭାଷଣରେ ୫ ବର୍ଷର ଉପଲବ୍ଧିର କଥା ନାହିଁ । କେବଳ ମୋଦିଙ୍କୁ ଗାଳି ଦେବା ଛଡା ପ୍ରଚାର କରିବା ପାଇଁ ନବୀନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ ।

publive-image

କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ରହିଛି କି, ଓଡିଶାରେ ବର୍ତ୍ତମାନ ଆଇନ ଶୃଂଖଳା ବିପର୍ଯ୍ୟସ୍ତ ଅବସ୍ଥାରେ । ମହିଳାଙ୍କ ସୁରକ୍ଷାର ନାରା ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ମହିଳାଙ୍କ ପ୍ରତି ଅତ୍ୟାଚାର ହେଉଛି କିନ୍ତୁ ନବୀନବାବୁ ଏସବୁ ଦେଖି ମଧ୍ୟ କାହିଁକି ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

ସେ ଆହୁରି ମଧ୍ୟ କହିଛନ୍ତି, ମାର୍ଚ୍ଚ ୨୪ରୁ ମୁଖ୍ୟମନ୍ତ୍ରୀ ଓଡିଶାରେ ଔପଚାରିକ ଭାବରେ ନିଜର ପ୍ରଚାର ଅଭିଯାନ ଆରମ୍ଭ କଲେଣି । ଏନେଇ ୨୦ ଦିନ ମଧ୍ୟ ବିତି ଗଲାଣି ହେଁ ନବୀନବାବୁ ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ଓ  ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ହେବା ପରେ ବି ବିଜୁ ଜନତା ଦଳ ତଥା ତାଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ । କେବଳ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବା ଓ  କେନ୍ଦ୍ରୀୟ ଅବହେଳାର ସୁଆଙ୍ଗ ରଚାଇବା ଛଡା ବିଜେଡି ନିକଟରେ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe