ବଡ଼ଚଣା ବ୍ଲକରେ ବ୍ୟାପିଲା ଝାଡ଼ାବାନ୍ତି, ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗ

Advertisment

ବଡ଼ଚଣା ବ୍ଲକ ସିହା ପଞ୍ଚାୟତର ସିହା ସହର ସାହିରେ ଗତ ଚାରି ଦିନ ହେବ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ସାହିର ଏକାଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ବଡ଼ଚଣା ବ୍ଲକ ସିହା ପଞ୍ଚାୟତର ସିହା ସହର ସାହିରେ ଗତ ଚାରି ଦିନ ହେବ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ସାହିର ଏକାଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

badachana

ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ସିହା ପଞ୍ଚାୟତର ସିହା ସହର ସାହିରେ ଗତ ଚାରି ଦିନ ହେବ ଝାଡ଼ାବାନ୍ତି ବ୍ୟାପିଛି। ଏଥିରେ ସାହିର ଏକାଧିକ ଲୋକ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାହିର ଲୋକମାନେ ଅତ୍ୟନ୍ତ ଗରିବ ଓ ଶ୍ରମିକ ଶ୍ରେଣୀର। ସେମାନଙ୍କ ପାଖରେ ସ୍ବଚ୍ଛ ପିଇବା ପାଣି ନାହିଁ। ସାହିର ପରିବେଶ ଅସ୍ବାସ୍ଥ୍ୟକର ରହିଥିଲାବେଳେ କେହି ସ୍ୱାସ୍ଥ୍ୟ ସଚେତନ ନୁହନ୍ତି। ତେଣୁ ସାହିକୁ ଏକ ଡାକ୍ତରୀ ଦଳ ପଠାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିଆରୀଙ୍କ ନିକଟରେ ଦାବି କରାଯାଇଥିଲା।

 ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣାଙ୍କ ନିର୍ଦେଶକ୍ରମେ ଆଜି ବଡ଼ଚଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପକ୍ଷରୁ ଡାକ୍ତର ଶାନ୍ତି ସ୍ୱରୂପ ଷେଣ୍ଢ ଓ ଜନସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମନୋରମା ସ୍ୱାଇଁଙ୍କ ନେତୃତ୍ୱରେ ସ୍ବାସ୍ଥ୍ୟକର୍ମୀମାନେ ଗାଁରେ ପହଞ୍ଚିଥିଲେ। ସାଙ୍ଗରେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ଓ ଆଶାକର୍ମୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଡାକ୍ତରୀଦଳ ସାହିର ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଔଷଧ ଦିଆଯାଇଥିଲା। ଲୋକମାନେ ବ୍ୟବହାର କରୁଥିବା ଖୋଲା କୂଅ ଓ ନଳକୂଅ ପାଣିକୁ ବିଶୋଧିତ କରିବା ସହ ସେମାନଙ୍କୁ ସଚେତନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe