ଭୋଟ୍‌ ଦେଇନପାରିବାରୁ ଅନୁତାପ କଲେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ

Advertisment
ଭୋଟ୍‌ ଦେଇନପାରିବାରୁ ଅନୁତାପ କଲେ ବରିଷ୍ଠ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ

(Photo Credit: ANI)

ଭୋପାଳ: ଆଜି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହୋଇଛି। କଂଗ୍ରେସ ପ୍ରାର୍ଥୀ ତଥା ଦଳର ବରିଷ୍ଠ ନେତା ଦିଗ୍‌ବିଜୟ ସିଂହ ଗଣତନ୍ତ୍ରର ପର୍ବରେ ତାଙ୍କର ମତ ସାବ୍ୟସ୍ତ କରିପାରିନାହାନ୍ତି। ଦିଗ୍‌ବିଜୟ ସିଂହ ଭୋଟ୍‌ ଦେଇ ନପାରିଥିବା କାରଣୁ ଅନୁତାପ କରୁଛନ୍ତି ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କୁ ନିଜର ମତ ଦେଇ କହିଛନ୍ତି।

ସେ ନିଜର ମତ ରଖି କହିଛନ୍ତି, ‘ ହଁ ମୁଁ ଭୋଟ୍‌ ଦେବା ପାଇଁ ରାଜଗଡ଼ ଯାଇପାରିଲି ନାହିଁ ଏବଂ ଏଥିପାଇଁ ମୁଁ ଅନୁତପ୍ତ। ଆଗାମୀ ଥର ମୁଁ ମୋ ନାମ ଭୋପାଳରୁ ପଞ୍ଜିକୃତ କରିବି।’

ଆଜି ସକାଳୁ ସେ ଭୋଟ୍‌ ପାଇଁ ରାଜଗଡ଼ ଯିବେ ବୋଲି କହିଥିଲେ। ସେ ରାଜଗଡ଼ ଯାଇ ଭୋଟ ଦେବାକୁ ଚେଷ୍ଟା କରିବେ ବୋଲି କହିିଥିଲେ ମଧ୍ୟ ଯାଇନପାରିଥିବା କାରଣୁ ଖୁବ୍‌ ଅନୁତାପ କରୁଥିବା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe