ନିଜ ଭାଷଣରେ ନିଜେ ଫସିଲେ ଦିଗବିଜୟ : ଲୋକଙ୍କୁ ୧୫ ଲକ୍ଷ ମିଳିଥିବା କଥା ପଚାରିବାରୁ ଲୋକେ ଉତ୍ତର ଦେଲେହଁ ମିଳିଛି

Advertisment
ନିଜ ଭାଷଣରେ ନିଜେ ଫସିଲେ ଦିଗବିଜୟ : ଲୋକଙ୍କୁ ୧୫ ଲକ୍ଷ ମିଳିଥିବା କଥା ପଚାରିବାରୁ ଲୋକେ ଉତ୍ତର ଦେଲେହଁ ମିଳିଛି

ABP Live

ଭୋପାଳ : ସବୁବେଳେ ବିବାଦୀୟ ବୟାନ ଦେଇ ନିଜ ଦଳ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଦିଗବିଜୟ ସିଂ ଆଜି ଏପରି ଏକ କଥା କହିଛନ୍ତି, ଯାହା ଦ୍ୱାରା ସେ ନିଜେ ଫସିଯାଇଛନ୍ତି ।

ଭୋପାଳ ଲୋକସଭା ଆସନରେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିବା ଦିଗବିଜୟ ଆଜି ଏକ ନିର୍ବାଚନ ସଭା କରୁଥିଲେ । ସେଠାରେ ସେ ମୋଦିଙ୍କ ବିରୋଧରେ ଭାଷଣ ଦେଉଥିଲେ ।

ସମସ୍ତଙ୍କୁ ପଚାରୁଥିଲେ, ତୁମେମାନେ କଣ ନିଜ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ପାଇଛ ? ନିଜ ଭାଷଣରେ ଆଉ ଟିକିଏ ଆଗେଇ ଯାଇ ସେ ଲୋକମାନଙ୍କ ମଧ୍ୟରୁ ଏକ ଯୁବକକୁ ମଞ୍ଚକୁ ଡାକି ପଚାରିଲେ “ତୁମେ କଣ ୧୫ ଲକ୍ଷ ଟଙ୍କା ପାଇଛ?” ଯୁବକଟି ଏହି ପ୍ରଶ୍ନର ଏପରି ଉତ୍ତର ଦେଲା ଯେ ତାହା ଶୁଣି ଦିଗବିଜୟ ତାଜୁବ ହୋଇଗଲେ । ଯୁବକଟି କହିଲା “ ହଁ, ମୁଁ ପାଇଛି ୧୫ ଲକ୍ଷ ଟଙ୍କା । ମୋଦିଜୀ ପାକିସ୍ତାନ ଉପରେ ଯେଉଁ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ, ତାହାର ମୂଲ୍ୟ ୧୫ ଲକ୍ଷଠାରୁ ଅଧିକ” ।

ଯୁବକର ଏହି ଉତ୍ତର ଶୁଣି ଦିଗବିଜୟଙ୍କ ସମର୍ଥକମାନେ ଉକ୍ତ ଯୁବକକୁ ଧକ୍କା ମାରି ବାହାର କରିଦେଇଥିଲେ । ଏହି ଭିଡିଓ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe