ଛତିଶଗଡ଼ ଲୋକଙ୍କୁ ଭୋଟ୍‌ ଦେବା ପାଇଁ ଏହି ନିଆରା ତରିକାରେ ସଚେତନ କରାଉଛି ହସ୍ପିଟାଲ୍‌, ଓପିଡି ଫର୍ମରେ ବାର୍ତ୍ତା

Advertisment
ଛତିଶଗଡ଼ ଲୋକଙ୍କୁ ଭୋଟ୍‌ ଦେବା ପାଇଁ ଏହି ନିଆରା ତରିକାରେ ସଚେତନ କରାଉଛି ହସ୍ପିଟାଲ୍‌, ଓପିଡି ଫର୍ମରେ ବାର୍ତ୍ତା

jagran.com

ଛତିଶଗଡ଼: କିଛି ଦିନ ପରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଏ ନେଇ ନିର୍ବାଚନ ଆୟୋଗରୁ ନେଇ ରାଜନୈତିକ ଦଳ ପର୍ଯ୍ୟନ୍ତ ସମସ୍ତେ ସକ୍ରିୟ ହୋଇ ଉଠିଛନ୍ତି। ନିର୍ବାଚନକୁ ନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଇବା ପାଇଁ ଛତିଶଗଡ଼ର ଏକ ହସ୍ପିଟାଲ୍‌ ଏକ ଅଭିନବ ତରିକା ବାହାର କରିଛି, ଯାହା ଏବେ ଖୁବ୍‌ ଚର୍ଚ୍ଚା ପାଲଟିଛି।

ଜଗଦଲପୁରର ଏକ ହସ୍ପିଟାଲ୍‌ ଲୋକଙ୍କୁ ସଚେତନ କରାଇବା ପାଇଁ ଓପିଡି ଫର୍ମରେ ‘ଭୋଟ ଡାଲନେ ଯାନା ହୈ, ଅପନେ ଫର୍ଜ ନିଭାନା ହୈ’ ଲେଖିଥିବା ଦେଖିବାକୁ ମିଳିଛି। ଫର୍ମର ତଳ ଭାଗରେ ଏକ ଷ୍ଟମ୍ପ୍‌ ଲଗାଯାଇ ଏପରି ବାର୍ତ୍ତା ଦିଆଯାଇଥିବାର ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ନିର୍ବାଚନକୁ ନେଇ ଲୋକଙ୍କ ଭିତରେ ସଚେତନତା ବୃଦ୍ଧି କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ‘ଭୋଟ୍‌କର୍‌’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଜରିଆରେ ସେ କ୍ରିକେଟର୍‌ରୁ ନେଇ ସିନେ ତାରକା ପର୍ଯ୍ୟନ୍ତ ସମସ୍ତଙ୍କୁ ଲୋକଙ୍କୁ ମତଦାନ କରିବା ପାଇଁ ପ୍ରୋତ୍ସାହନା ଦେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe