Dolphin Counting: ଭିତରକନିକାରେ ଡଲଫିନ ଗଣନା ଆଜିଠୁ ତିନି ଦିନ ଧରି ଚାଲିବ

Advertisment

ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଡଲଫିନ ଗଣନା । ଏହି ଗଣନା ପ୍ରକ୍ରିୟା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ୯ଟି ଗଣନାକାରୀ ଟିମ୍ ଡଲଫିନ ଗଣନା କରିବେ।

ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଡଲଫିନ ଗଣନା । ଏହି ଗଣନା ପ୍ରକ୍ରିୟା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ୯ଟି ଗଣନାକାରୀ ଟିମ୍ ଡଲଫିନ ଗଣନା କରିବେ।

Untitled-27

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଡଲଫିନ ଗଣନା । ଏହି ଗଣନା ପ୍ରକ୍ରିୟା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଧାମରା ମୁହାଁଣ ଠାରୁ ଦେବୀ ମୁହାଁଣ ଯାଏଁ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍ ଓ ନଦୀରେ ୯ଟି ଗଣନାକାରୀ ଟିମ୍ ଡଲଫିନ ଗଣନା କରିବେ।

ଆଉଟର ହୁଇଲରରୁ ଚିଂଚିରି ମାଉଥ୍‌, ବରୁଣେଇରୁ ପାରାଦ୍ୱିପ, ହଂସିଣା ବ୍ରିଜ୍‌ରୁ ମାଇପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମାଉଥ୍ ଭାୟା ନଳିତାପାଟିଆ, କାଳିଭଂଜଡିଆଁ, ଜମ୍ବୁ ଖରନାସିରୁ ହୁକିଟେଲା, ପାରାଦ୍ୱୀପରୁ ଜଟାଧାର ମୁହାଁଣ ଓ ଦେବୀ ମୁହାଁଣରୁ ଜଟାଧାର ମୁହାଁଣ ଯାଏଁ ୯ଟି ଗ୍ରୁପ ଗଣନା କରିବେ । ସମୁଦ୍ର ମଧ୍ୟରେ ୫ଟି ଟିମ୍ ଓ ନଦୀ, କ୍ରୀକ୍‌ରେ ୪ଟି ଟିମ୍ ଡଲ୍‌ଫିନ ମାନଙ୍କର ଗଣନା କରିବେ | ତିନି ଦିନ ଧରି ସକାଳ ୬ଟାରୁ ୧୨ଟା ଯାଏଁ ଡଲଫିନ ଗଣନା କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | 
   
ଏଠାରେ ସୂଚନାଯୋଗ୍ୟ ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍ ଗଣନା କରାଯାଉଥିଲା । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ନିଷ୍ପତି କ୍ରମେ ୨୦୧୫ ମସିହାଠାରୁ ଭିତରକନିକା ଅଂଚଳରେ ଡଲ୍‌ଫିନ୍ ଗଣନା କରାଯାଉଛି । ପୂର୍ବବର୍ଷର ରିପୋର୍ଟ ଅନୁସାରେ ଭିତରକନିକା ସଲଗ୍ନ ନଦୀ, କ୍ରିକ୍ ଓ ସମୁଦ୍ରରେ ଇରାୱାର୍ଡ, ବଟଲ୍‌ନୋଜ୍‌, ହମ୍ପବ୍ୟାକ୍‌, ଫିନ୍‌ଲେସ୍ ପରିପଏସ୍ ଓ ଗାଙ୍ଗେଟିକ୍ ପ୍ରଭୃତି ୫ ପ୍ରଜାତିର ଡଲ୍‌ଫିନ୍ ଦେଖାଯାନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ, ଚିଲିକା ଅଂଚଳରେ କେବଳ ଇରାୱାର୍ଡି ପ୍ରଜାତିର ଡଲ୍‌ଫିନ୍ ଦେଖାଯାଆନ୍ତି । ଭିତରକନିକାରେ ୫ ପ୍ରକାର ଡଲ୍‌ଫିନ୍ ଦେଖା ଯାଇଥାନ୍ତି ।  ଗହୀରମଥା ଓ ଭିତରକନିକା ରେ ୨୦୨୧ ରେ ୩୪୨ ଟି , ୨୦୨୨ ରେ ୫୪୦ ଟି , ୨୦୨୩ ରେ ୫୫୦ ଟି ଓ ଗତବର୍ଷ ୨୦୨୪ ରେ ପ୍ରତିକୂଳ ପାଗ ସତ୍ତେ ୫୦୨ଟି ଡଲଫିନଙ୍କୁ ଗଣନା ବେଳେ ଦେଖିବାକୁ ମିଳିଥିଲା | ଗତବର୍ଷ ଗଣନା ସମୟରେ ଡଲଫିନ ସହିତ ସାବକ ଡଲଫିନ ଅଧିକ ସଂଖ୍ଯାରେ ଦେଖିବାକୁ ମିଳିଥିଲା | ମାତ୍ର ଆଜିଯାଏଁ ଗତବର୍ଷର ଡଲଫିନ ଗଣନା ରିପୋର୍ଟ ଏଯାଏଁ ସାର୍ବଜନୀନ କରାଯାଇନାହି |  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe