ଆତଙ୍କବାଦକୁ ସୁରକ୍ଷା ଦିଅ ନାହିଁ କହି ୟାସିନ୍‌ ମଲିକଙ୍କ ରାୟ ଉପରେ ‘ଓଆଇସି’କୁ ସମାଲୋଚନା କଲା ଭାରତ

Advertisment
ଆତଙ୍କବାଦକୁ ସୁରକ୍ଷା ଦିଅ ନାହିଁ କହି ୟାସିନ୍‌ ମଲିକଙ୍କ ରାୟ ଉପରେ ‘ଓଆଇସି’କୁ ସମାଲୋଚନା କଲା ଭାରତ

Image Courtesy of Zee News

ନୂଆଦିଲ୍ଲୀ: କଶ୍ମିରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍‌ ମଲିକ୍‌ଙ୍କ ବିପକ୍ଷରେ ଅଦାଲତ ଦେଇଥିବା ରାୟ ପାଇଁ ନୂଆଦିଲ୍ଲୀକୁ ସମାଲୋଚନା କରି ‘ଓଆଇସି-ଆଇପିଏଚ୍‌ଆର୍‌ସି’ (ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ୍‌ କର୍ପୋରେସନ୍‌-ଇଣ୍ଡିପେଣ୍ଡେଣ୍ଟ୍‌ ପର୍‌ମାନେଣ୍ଟ୍‌ ହ୍ୟୁମାନ୍‌ ରାଇଟ୍‌ସ୍‌ କମିସନ୍‌) ଦେଇଥିବା ମନ୍ତବ୍ୟ ‘ଅଗ୍ରହଣୀୟ’ ବୋଲି ଶୁକ୍ରବାର ଦିନ ଭାରତ କହିଛି।

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ୍‌ ବାଗ୍‌ଚୀ କହିଲେ, ଆତଙ୍କବାଦ ବିରୋଧରେ ବିଶ୍ବ କଠୋର ନୀତି ଗ୍ରହଣ କରୁଛି। ଆତଙ୍କବାଦକୁ ସୁରକ୍ଷା ନ ଦେବା ଲାଗି ‘ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ୍‌ କର୍ପୋରେସନ୍‌’କୁ ଅନୁରୋଧ କରୁଛୁ।

publive-image Image Courtesy of NDTV

ବାଗ୍‌ଚୀ କହିଛନ୍ତି, ୟାସିନ୍‌ ମଲିକଙ୍କ ମାମଲାର ରାୟ ପାଇଁ ଆଜି ଭାରତକୁ ସମାଲୋଚନା କରି ‘ଓଆଇସି-ଆଇପିଏଚ୍‌ଆର୍‌ସି’ ଦେଇଥିବା ମନ୍ତବ୍ୟକୁ ଭାରତ ‘ଅଗ୍ରହଣୀୟ’ ବୋଲି ବିବେଚନା କରୁଛି। ଏଭଳି ମନ୍ତବ୍ୟ ଦେଇ ‘ଓଆଇସି-ଆଇପିଏଚ୍‌ଆର୍‌ସି’ ପଞ୍ଜିକୃତ ହୋଇ ଅଦାଲତରେ ଦାଖଲ କରାଯାଇଥିବା ୟାସିନ୍‌ ମଲିକ୍‌ଙ୍କ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରତ୍ୟକ୍ଷ ଭାବେ ସମର୍ଥନ କରୁଛି ବୋଲି ଜଣାପଡୁଛି।

ସୂଚନାଯୋଗ୍ୟ, ‘ଏନ୍‌ଆଇଏ’ ଅଦାଲତ ମଲିକଙ୍କ ବିରୋଧରେ ଦେଇଥିବାର ରାୟ ଉପରେ ‘ଓଆଇସି-ଆଇପିଏଚ୍‌ଆର୍‌ସି’ର ମନ୍ତବ୍ୟ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ବାଗ୍‌ଚୀ ଉପରୋକ୍ତ କଥା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe