ଡକ୍ଟର ଦ୍ବିତୀ ଚନ୍ଦ୍ର ସାହୁ ପାଇବେ ଜାତୀୟ ଶିକ୍ଷକ ସମ୍ମାନ-୨୦୨୪

Advertisment

ଜନଜାତି ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଦୀର୍ଘ ବର୍ଷ ଧରି ନିଆରା ଶିକ୍ଷଣ ପ୍ରକ୍ରିୟାରେ ନିଜକୁ ସାମିଲ କରି ଆସିଥିବା ଡ଼ ଦ୍ବିତୀ ଚନ୍ଦ୍ର ସାହୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ  ଚୟନ ହୋଇଛନ୍ତି। ଆସନ୍ତା ଗୁରୁ ଦିବସ ଦିନ ନୂଆଦିଲ୍ଲୀ ଠାରେ ଏକ ସ୍ଵତନ୍ତ୍ର ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ସେ ସମ୍ମାନିତ ହେବେ।

ଜନଜାତି ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଦୀର୍ଘ ବର୍ଷ ଧରି ନିଆରା ଶିକ୍ଷଣ ପ୍ରକ୍ରିୟାରେ ନିଜକୁ ସାମିଲ କରି ଆସିଥିବା ଡ଼ ଦ୍ବିତୀ ଚନ୍ଦ୍ର ସାହୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ  ଚୟନ ହୋଇଛନ୍ତି। ଆସନ୍ତା ଗୁରୁ ଦିବସ ଦିନ ନୂଆଦିଲ୍ଲୀ ଠାରେ ଏକ ସ୍ଵତନ୍ତ୍ର ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ସେ ସମ୍ମାନିତ ହେବେ।

d

ରାୟଗଡ଼ା: ଜନଜାତି ପିଲାଙ୍କ ଶିକ୍ଷାର ବିକାଶ ପାଇଁ ଦୀର୍ଘ ବର୍ଷ ଧରି ନିଆରା ଶିକ୍ଷଣ ପ୍ରକ୍ରିୟାରେ ନିଜକୁ ସାମିଲ କରି ଆସିଥିବା ଡ଼ ଦ୍ବିତୀ ଚନ୍ଦ୍ର ସାହୁ ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ  ଚୟନ ହୋଇଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ବିଲେଷୁରେ କଳା ଶିକ୍ଷକ ଭାବେ କର୍ମରତ ଅଛନ୍ତି ।

ଦ୍ବିତୀ ଚନ୍ଦ୍ର ଏକାଧାରରେ ଶିକ୍ଷକ, ରାଜ୍ୟ ସାଧନ କର୍ମୀ ସାଙ୍ଗକୁ ପ୍ରତିଷ୍ଠିତ ସାହିତ୍ୟିକ, ଲୋକପ୍ରିୟ ସ୍ତମ୍ଭକାର, କ୍ଷୁଦ୍ର ଚଳଚ୍ଚିତ୍ର ନିର୍ଦ୍ଦେଶକ, ଗୀତିକାର ଭାବେ ଓଡ଼ିଶାରେ ପରିଚିତ। ଜନଜାତି ଶିକ୍ଷା , ଜନଜାତି  ସଂସ୍କୃତି  ଓ  ଗବେଷଣାରେ ତାଙ୍କର ଗଭୀର ପ୍ରବେଶ ରହିଛି ଏବଂ ଏଥିପାଇଁ ସେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ବହୁବାର ପୁରଷ୍କୃତ ଓ ସମ୍ମାନିତ । ରାୟଗଡ଼ା ଜିଲ୍ଲାର ପଦ୍ମପୁରରେ ଜନ୍ମିତ ଦ୍ବିତୀ ଚନ୍ଦ୍ର  ବରିଷ୍ଠ ସାମ୍ବାଦିକ କୀର୍ତ୍ତି ଚନ୍ଦ୍ର ସାହୁଙ୍କ ସାନ ଭାଇ ଏବଂ ସେ ୨୦୦୧ରେ ଶିକ୍ଷକ ଭାବରେ ଯୋଗଦାନ କରିବା ପରେ ଶିକ୍ଷା ଗବେଷଣାରେ ନିଜର ରୁଚି ପ୍ରକଟ କରିଥିଲେ । ଶିକ୍ଷକ ତାଲିମ ପ୍ରଦାନ ସହ ନୂତନ ଗବେଷଣାରେ ଦୀର୍ଘ ୨୩ ବର୍ଷ ଧରି ନିଜକୁ ମନୋନିବେଶ କରିଛନ୍ତି।  ଜନଜାତି ପିଲାଙ୍କୁ ବିଦ୍ୟାଳୟ ମୁହାଁ କରିବା ସହ ଅଭିନବ ପଦ୍ଧତିରେ ଶିକ୍ଷାଦାନ ଲାଗି ସେ ନିଆରା ଶିକ୍ଷଣ ପ୍ରକ୍ରିୟ।ମାନ ଉଦ୍ଭାବନ କରି ସବୁସ୍ତରରେ ଚର୍ଚ୍ଚିତ । ଅଦ୍ୟାବଧି ସେ ସାହିତ୍ୟର ବିଭିନ୍ନ ବିଭାଗରେ ୧୮ଟି ପୁସ୍ତକ ରଚନା କରିଛନ୍ତି। ଚଳିତ ବର୍ଷ ଜାତୀୟ ଶିକ୍ଷକ ସମ୍ମାନ ପାଇଁ ତାଙ୍କ ନାମ ଚୟନ ହେବା ପରେ ରାୟଗଡ ମାଟିରେ ଖୁସିର ଲହରୀ ଖେଳି ଯାଇଛି । ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି। ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣାଞ୍ଚଳ ଆରଡିସି ରୂପ ରୋଶନ ସାହୁ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି  ତ୍ରିପାଠୀ, ଡ଼ିଆଇଜି ଚରଣ ସିଂ ମିନା ପ୍ରମୁଖ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ବାଳ, ବିଭାଗୀୟ ସିଆଇ ଶ୍ୟାମଘନ ଭୂୟାଁ , ଜିଲ୍ଲା ଶିକ୍ଷା ଅଧିକାରୀ ବସନ୍ତ କୁମାର ନାୟକ, ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ସମେତ ରାଜ୍ୟର ବହୁ ପ୍ରଶାସନିକ ଅଧିକାରୀ, ଶିକ୍ଷାବିତ ତଥା ଶିକ୍ଷକ ପ୍ରମୁଖ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

 ଏହି ଖବର ପାଇବା ପରେ ଡ଼ଃ ଦ୍ବିତୀ ଚନ୍ଦ୍ର ଖୁସି ବ୍ୟକ୍ତ କରିବା ସହ ଏହି ସମ୍ମାନକୁ ସମସ୍ତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଶିକ୍ଷର୍ଥୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଏଭଳି ସମ୍ମାନଜନକ ପୁରସ୍କାର ହାସଲ ଏକ ଗର୍ବ ଓ ଗୌରବର ବିଷୟ ଏବଂ ଏଥିପାଇଁ ମୋ ପରିବାରବର୍ଗ ଓ ଶୁଭେଛୁ, ବିଭାଗୀୟ ଅଧିକାରୀଙ୍କ ନିରନ୍ତର ପ୍ରୋତ୍ସାହନ ଓ ପ୍ରେରଣା ନିକଟରେ କୃତଜ୍ଞତା ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଏହି ସମ୍ମାନ ଆଗକୁ ଆହୁରି ଅଧିକ ଭାବେ କାମ କରିବାକୁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି ସ‌େ। ଆସନ୍ତା ସେପ୍ଟେମ୍ବର ୫ ଗୁରୁ ଦିବସ ଦିନ ନୂଆଦିଲ୍ଲୀ ଠାରେ ଏକ ସ୍ଵତନ୍ତ୍ର ଉତ୍ସବରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ଵାରା ସେ ସମ୍ମାନିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe