ଟ୍ରକ୍ ହାଇୱା ମଧ୍ୟରେ ଚାପିହୋଇ ଚାଲିଗଲା ଚାଳକଙ୍କ ଜୀବନ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସାନଇନ୍ଦିପୁର ଲୌହଖଣି ସମ୍ମୁଖରେ ଏକ ହାଇୱା ଓ ଟ୍ରକ୍ ମଝିରେ ହାଇୱା ଚାଳକ ଚାପି ହୋଇ ମୃତ୍ୟୁ ଘଟିଛି। ମୃତକ ଜଣକ ଝାଡ଼ଖଣ୍ଡ ରାଜ୍ୟ ହଜାରିବାଗ ଜିଲ୍ଲା ବାଲସାଗରାର ଝାମନ ମହାତ (୨୮)।

Dead

କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ସାନଇନ୍ଦିପୁର ଲୌହଖଣି ସମ୍ମୁଖରେ ଏକ ହାଇୱା ଓ ଟ୍ରକ୍ ମଝିରେ ହାଇୱା ଚାଳକ ଚାପି ହୋଇ ମୃତ୍ୟୁ ଘଟିଛି। ମୃତକ ଜଣକ ଝାଡ଼ଖଣ୍ଡ ରାଜ୍ୟ ହଜାରିବାଗ ଜିଲ୍ଲା ବାଲସାଗରାର ଝାମନ ମହାତ (୨୮)।

ଦୁର୍ଘଟଣା ପରେ ରାସ୍ତା ଉପରେ ବେଆଇନ୍ ଗାଡ଼ି ପାର୍କିଂ ଯୋଗୁ ଏହି ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇବା ସହ କ୍ଷତିପୂରଣ ଦାବି କରିଥିଲେ। କୋଇଡ଼ା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରଙ୍କୁ କମ୍ପାନି ପକ୍ଷରୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଘଟଣାସ୍ଥଳରୁ ପୁଲିସ୍ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋଇଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe