Drone in LOC: ପାକିସ୍ତାନୀ ଡ୍ରୋନ୍ ଏଲ୍‌ଓସିରେ କାହିଁକି ଉଡ଼ି ବୁଲୁଛି, ଆକ୍ରମଣ ଯୋଜନା ନା ଆଉକିଛି

Advertisment

ଆଠ ମାସ ପୂର୍ବେ ହୋଇଥିବା ଅପରେସନ ସିନ୍ଦୂର ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇଥିଲା। କିନ୍ତୁ ନିଜର ବିବାଦୀୟ କାର୍ଯ୍ୟରୁ ପାକିସ୍ତାନ ବିରତ ହୋଇନାହିଁ। ଅଣ୍ଟା ସଳଖି ପାକିସ୍ତାନ ପୁଣି ଥରେ ସୀମା ପାର୍ ଡ୍ରୋନ୍ ପଠାଇ ଭାରତକୁ ଉସୁକାଇବା ଆରମ୍ଭ କରିଛି

ଆଠ ମାସ ପୂର୍ବେ ହୋଇଥିବା ଅପରେସନ ସିନ୍ଦୂର ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇଥିଲା। କିନ୍ତୁ ନିଜର ବିବାଦୀୟ କାର୍ଯ୍ୟରୁ ପାକିସ୍ତାନ ବିରତ ହୋଇନାହିଁ। ଅଣ୍ଟା ସଳଖି ପାକିସ୍ତାନ ପୁଣି ଥରେ ସୀମା ପାର୍ ଡ୍ରୋନ୍ ପଠାଇ ଭାରତକୁ ଉସୁକାଇବା ଆରମ୍ଭ କରିଛି

886ab5c7-db9e-49c1-8138-c45a2a1dd0be

Drone Photograph: (Photo: social media)

ନୂଆଦିଲ୍ଲୀ: ଆଠ ମାସ ପୂର୍ବେ ହୋଇଥିବା ଅପରେସନ ସିନ୍ଦୂର ପାକିସ୍ତାନର ଅଣ୍ଟା ଭାଙ୍ଗିଦେଇଥିଲା। କିନ୍ତୁ ନିଜର ବିବାଦୀୟ କାର୍ଯ୍ୟରୁ ପାକିସ୍ତାନ ବିରତ ହୋଇନାହିଁ। ଅଣ୍ଟା ସଳଖି ପାକିସ୍ତାନ ପୁଣି ଥରେ ସୀମା ପାର୍ ଡ୍ରୋନ୍ ପଠାଇ ଭାରତକୁ ଉସୁକାଇବା ଆରମ୍ଭ କରିଛି। ଜାନୁଆରି ୯ ତାରିଖରୁ ଜମ୍ମୁ-କାଶ୍ମୀର ସୀମାନ୍ତ ସେକ୍ଟରରେ ଅନେକ ପାକିସ୍ତାନୀ ଡ୍ରୋନ୍ ଦେଖାଯାଇଥିଲା। ଏହପରେ ଭାରତ ପକ୍ଷରୁ ଏଭଳି ଅନୁପ୍ରବେଶ ବନ୍ଦ କରିବାକୁ ଅନୁରୋଧ କରିଛି। କିନ୍ତୁ ଗୁରୁବାର ରାତିରେ ପୁଣି ଥରେ ଡ୍ରୋନ୍ ଦେଖାଯିବାରୁ ପାକିସ୍ତାନ ଯେ ଭାରତର କୌଣସି କଥା ଶୁଣୁନାହିଁ ତାହା ମନେ ହେଉଛି । କିନ୍ତୁ ପାକିସ୍ତାନ ହଠାତ୍ କାହିଁକି ସୀମା ପାର ଏହି ଡ୍ରୋନ୍‌ଗୁଡିକୁ ପଠାଉଛି? ଏହା ପଛରେ ଉଦ୍ଦେଶ୍ୟ କ’ଣ? ଏଭଳି ଅନେକ ପ୍ରଶ୍ନ ଉଠିବାରେ ଲାଗିଛି।ପାକିସ୍ତାନ ଦ୍ୱାରା ପଠାଯାଉଥିବା ଡ୍ରୋନ୍‌ଗୁଡ଼ିକ ଗତ ବର୍ଷ ମେ’ ମାସରେ ଯୁଦ୍ଧ ସମୟରେ ନିୟୋଜିତ ହୋଇଥିବା କାମିକାଜେ-କ୍ଲାସ୍ ଡ୍ରୋନ୍ ନୁହେଁ। କାମିକାଜେ-କ୍ଲାସ୍ ଡ୍ରୋନ୍‌କୁ ଆତ୍ମଘାତକ ଡ୍ରୋନ୍ ମଧ୍ୟ କୁହାଯାଇଥାାଏ। କିନ୍ତୁ ସମ୍ପ୍ରତି ସୀମା ପାର୍‌ରୁ ଆସିଥିବା ଡ୍ରୋନ୍ ମୁଖ୍ୟତଃ ଛୋଟ ଆକାରର ଗୁଇନ୍ଦା ଡ୍ରୋନ୍ ଯାହା ବହୁତ କମ୍ ଉଚ୍ଚତାରେ ଉଡୁଛି।

ଆହୁରି ପଢନ୍ତୁ: Iran Conflict: ଇରାନରେ ବିକ୍ଷୋଭକାରୀଙ୍କ ନେତା ଗିରଫ: ହିଂସାତ୍ମକ ପ୍ରତିବାଦର ମାଷ୍ଟରମାଇଣ୍ଡ!

ଏଗୁଡ଼ିକ ଆକ୍ରମଣ କରିବା ପୂର୍ବରୁ ଏକ ଅଞ୍ଚଳ ଉପରେ ଘୂରି ବୁଲିବା, ଉପଯୁକ୍ତ ଲକ୍ଷ୍ୟ ଖୋଜିବା ପାଇଁ ଡିଜାଇନ୍ କରାଯାଇଥିବା ଡ୍ରୋନ୍ ବୋଲି ଚଳିତ ସପ୍ତାହର ଆରମ୍ଭରେ ସେନା ଦିବସରେ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ତାଙ୍କ ଗଣମାଧ୍ୟମ ବ୍ରିଫିଂ ସମୟରେ ଏହା ଉଲ୍ଲେଖ କରିଥିଲେ । ପାକିସ୍ତାନ ବାରମ୍ବାର ଡ୍ରୋନ୍ କାର୍ଯ୍ୟକଳାପ ଆମେ ସତର୍କ ରହିଛୁ। ଯେକୌଣସି ଦୁଃସାହସିକ କାର୍ଯ୍ୟ ପରେ ଦୃଢ଼ ଜବାବ ଦିଆଯିବ। ଏସମ୍ପର୍କରେ ପାକିସ୍ତାନର ସାମରିକ ଅଭିଯାନ ମୁଖ୍ୟଙ୍କୁ ଜଣାଇ ଦିଆଯାଇଛି।

ଜେନେରାଲ ଦ୍ୱିବେଦୀ କହିଥିଲେ, ଦେଖାଯାଇଥିବା ଡ୍ରୋନ୍‌ଗୁଡ଼ିକ ଛୋଟ। ସେଗୁଡ଼ିକ ଲାଇଟ୍ ଜଳାଇ ଆସିଥିଲେ। ଡ୍ରୋନ୍‌ଗୁଡ଼ିକ ଭୂପୃଷ୍ଠରୁ କମ୍ ଉଚ୍ଚତାରେ ଉଡୁ ଥିଲେ। ପାକିସ୍ତାନ ସାଧାରଣତଃ ଭୟ କରିଥାଏ ଯେ, ଜାନୁଆରି ୨୬ ଗଣତନ୍ତ୍ର ଦିବସ ସମୟରେ, ଭାରତ କିଛି କାର୍ଯ୍ୟାନୁଷ୍ଠାନ ନେଇପାରେ। ତେଣୁ ସୀମା ପାର୍ ଗୁଇନ୍ଦା ଡ୍ରୋନ୍ ପଠାଇ ପାକିସ୍ତାନ ସ୍ଥିତି ଆକଳନ କରୁଥିବା ସେନାମୁଖ୍ୟ କହିଥିଲେ।

ଆହୁରି ପଢନ୍ତୁ: Cold Wave: ପୁଣି ଖସିଲା ପାରଦ: ସବୁଠାରୁ କମ୍ ତାପମାତ୍ରା ସହର ଓଡ଼ିଶାର ଦାର୍ଜିଲିଂ

 ବିଶେଷଜ୍ଞମାନଙ୍କ ଅନୁସାରେ ପାକିସ୍ତାନ ଦ୍ୱାରା ଡ୍ରୋନ୍ କାର୍ଯ୍ୟକଳାପରେ ବୃଦ୍ଧି ମୁଖ୍ୟତଃ ଭାରତୀୟ ପ୍ରତିରକ୍ଷାରେ ଦୁର୍ବଳତା ଯାଞ୍ଚ୍ କରିବା ଓ ଶତ୍ରୁର କାର୍ଯ୍ୟ କଳାପ ପ୍ରତି ଭାରତର ପ୍ରତିକ୍ରିୟା ସମୟ ପରୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ। ନିୟନ୍ତ୍ରଣ ରେଖା ସହିତ ମୋର୍ଚ୍ଚା ଅଞ୍ଚଳର ଦୁର୍ଗମ ଭୂଖଣ୍ଡ ଓ ଭାରତ ଦ୍ବାରା ହୋଇଥିବା ଭିତ୍ତିଭୂମି ନିର୍ମାଣ ଉପରେ ପାକିସ୍ତାନୀ ଡ୍ରୋନ୍ ନଜର ରଖିଥାଏ। ଜମ୍ମୁ-କାଶ୍ମୀରର ପୂର୍ବତନ ବରିଷ୍ଠ ପୁଲିସ ଅଧିକାରୀ ଏସ୍ ପି ​​ବୈଦ କହିଛନ୍ତି, ପାକିସ୍ତାନ ଏଲ୍‌ଓସିରେ ଉତ୍ତେଜନା ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ହେଉଛି। ଆତଙ୍କବାଦକୁ ପୁନର୍ଜୀବିତ କରିବା ପାଇଁ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe