ଗୁଜୁରାଟରୁ ୫ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ

Advertisment

ଦିଲ୍ଲୀ ପୁଲିସ୍ ଏବଂ ଗୁଜୁରାଟ ପୁଲିସର ସ୍ପେଶାଲ୍ ସେଲ୍ ଆଜି ଗୁଜୁରାଟର ଆଙ୍କଲେଶ୍ୱରରେ ଅବକାର ଡ୍ରଗ୍ସ ଲିମିଟେଡ୍ କମ୍ପାନୀରେ ଅନୁସନ୍ଧାନବେଳେ ୫୧୮ କିଲୋଗ୍ରାମ କୋକେନ ଉଦ୍ଧାର କରିଛି। ଅନ୍ତର୍ଜାତୀୟ ବଜାରରେ ଯାହାର ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଦିଲ୍ଲୀ ପୁଲିସ୍ ଏବଂ ଗୁଜୁରାଟ ପୁଲିସର ସ୍ପେଶାଲ୍ ସେଲ୍ ଆଜି ଗୁଜୁରାଟର ଆଙ୍କଲେଶ୍ୱରରେ ଅବକାର ଡ୍ରଗ୍ସ ଲିମିଟେଡ୍ କମ୍ପାନୀରେ ଅନୁସନ୍ଧାନବେଳେ ୫୧୮ କିଲୋଗ୍ରାମ କୋକେନ ଉଦ୍ଧାର କରିଛି। ଅନ୍ତର୍ଜାତୀୟ ବଜାରରେ ଯାହାର ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ବିଶ୍ୱ ଡ୍ରଗ୍ ଦିବସ ଓ “ଡ୍ରିମ୍ସ୍”


ଅହମଦାବାଦ: ଦିଲ୍ଲୀ ପୁଲିସ୍ ଏବଂ ଗୁଜୁରାଟ ପୁଲିସର ସ୍ପେଶାଲ୍ ସେଲ୍ ଆଜି ଗୁଜୁରାଟର ଆଙ୍କଲେଶ୍ୱରରେ ଅବକାର ଡ୍ରଗ୍ସ ଲିମିଟେଡ୍ କମ୍ପାନୀରେ ଅନୁସନ୍ଧାନବେଳେ ୫୧୮ କିଲୋଗ୍ରାମ କୋକେନ ଉଦ୍ଧାର କରିଛି। ଅନ୍ତର୍ଜାତୀୟ ବଜାରରେ ଯାହାର ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହାପୂର୍ବରୁ, ଅକ୍ଟୋବର ୧, ୨୦୨୪ରେ ଦିଲ୍ଲୀର ସ୍ପେଶାଲ ସେଲ ମହିପାଲପୁରର ତୁଶାର ଗୋୟଲ ନାମକ ଜଣେ ବ୍ୟକ୍ତିଙ୍କ ଗୋଦାମ ଉପରେ ଚଢ଼ାଉ କରି ୫୬୨ କିଲୋଗ୍ରାମ କୋକେନ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରିଥିଲା। ଅନୁସନ୍ଧାନ ସମୟରେ, ଅକ୍ଟୋବର ୧୦, ୨୦୨୪ରେ, ଦିଲ୍ଲୀର ରମେଶ ନଗରର ଏକ ଦୋକାନରୁ ପ୍ରାୟ ୨୦୮ କିଲୋଗ୍ରାମ ଅତିରିକ୍ତ କୋକେନ ଜବତ କରାଯାଇଥିଲା।

ପଚରାଉଚରା ବେଳେ ଜଣାପଡିଥିଲା ​​ଯେ ଜବତ ହୋଇଥିବା ଡ୍ରଗ୍ସଗୁଡିକ ଫାର୍ମା ସଲ୍ୟୁସନ୍ ସର୍ଭିସେସ୍ ନାମକ ଏକ କମ୍ପାନୀର ଅଟେ ଏବଂ ଏହି ଡ୍ରଗ୍ସ ଗୁଜୁରାଟର ଆଙ୍କଲେଶ୍ୱରର ଅବକାର ଡ୍ରଗ୍ସ ଲିମିଟେଡ୍ କମ୍ପାନୀରୁ ଆସିଥିଲା । ଏହି ପରିପ୍ରେକ୍ଷୀରେ ଏପର୍ଯ୍ୟନ୍ତ ସମୁଦାୟ ୧୨୮୯ କିଲୋଗ୍ରାମ କୋକେନ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରାଯାଇଛି। ୧୩୦୦୦ କୋଟି ଟଙ୍କା ମୂଲ୍ୟର ଏହି ମାମଲାର ତଦନ୍ତ ଚାଲିଛି।

ଇଡି ମଧ୍ୟ ଏହି ଘଟଣାର ଅନୁସନ୍ଧାନ କରୁଛି। ଅର୍ଥ ହେରଫେର ମାମଲାରେ ଇଡି ଏକ ମାମଲା ରୁଜୁ କରିଛି। ଶନିବାର, ଇଡି ଏହି ମାମଲା ସହ ଜଡିତ ଅନେକ ସ୍ଥାନରେ ଚଢ଼ାଉ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe