୨ମାସ ତଳେ ଶୁଖିଲା, ଏବେ ଉଛୁଳୁଛି: ସୁରକ୍ଷା ଅପେକ୍ଷାରେ ଗଣ୍ଡାହାତୀ ଜଳପ୍ରପାତ

ଗଜପତି ଜିଲ୍ଲାର ଅତ୍ୟନ୍ତ ମନୋରମ ଓ ପର୍ଯ୍ୟଟକ ମହଲରେ ବେଶ୍‌ ଆଦୃତ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳପ୍ରପାତ ନିଜସ୍ବ ସ୍ବାତନ୍ତ୍ରୢ ବଜାୟ ରଖିଛି। ଏହାର ‌ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସିଥାନ୍ତି।

waterfall

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଅତ୍ୟନ୍ତ ମନୋରମ ଓ ପର୍ଯ୍ୟଟକ ମହଲରେ ବେଶ୍‌ ଆଦୃତ ପର୍ଯ୍ୟଟନସ୍ଥଳୀ ଗଣ୍ଡାହାତୀ ଜଳପ୍ରପାତ ନିଜସ୍ବ ସ୍ବାତନ୍ତ୍ରୢ ବଜାୟ ରଖିଛି। ଏହାର ‌ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। କିନ୍ତୁ ଗଣ୍ଡାହାତୀ ଜଳପ୍ରପାତର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଏବେ ଜରୁରି ହୋଇପଡ଼ିଛି। କାରଣ, ଗତ ଦୁଇମାସ ତଳେ ପ୍ରଥମ ଥର ପାଇଁ ଗଣ୍ଡାହାତୀ ଜଳପ୍ରପାତର ଜଳଧାରା ସମ୍ପୂର୍ଣ୍ଣ ଶୁଖି ଯାଇଥିଲା। ଏହାକୁ ନେଇ ପରିବେଶବିତ୍‌ମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ତେବେ ବର୍ତ୍ତମାନ ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଏହା ଭରିଯିବା ସହ ଜଳପ୍ରପାତର ଫୁଆରା ଭୟଙ୍କର ରୂପ ନେଇଛି। ତା’ର ହୃତ ସୌନ୍ଦର୍ଯ୍ୟ ପୁଣି ଫେରି ଆସିଥିବାରୁ ଅଞ୍ଚଳବାସୀ ଓ ପର୍ଯ୍ୟଟକ ଖୁସ୍‌। କିନ୍ତୁ ପରିବେଶବିତ୍‌ଙ୍କ ଚିନ୍ତା ଯାଇନି। 

ଉପର ମୁଣ୍ଡରେ ପୋଡ଼ୁଚାଷ ପାଇଁ ଗଛ କାଟିବା, କାଜୁ ଚାଷର ଚାହିଦା ବଢ଼ିବା ଏବଂ ଠିକ୍‌ ସମୟରେ ବର୍ଷା ନ ହେବା ଫଳରେ ଜଳପ୍ରପାତର ଜଳଉତ୍ସ ଚଳିତ ବର୍ଷ ଶୁଖି ଯାଇଥିଲା। କିଛି ଦିନ ଲଗାଣ ବର୍ଷା ହେବା ଫଳରେ ଝରଣାରେ ପ୍ରବାହିତ ଜଳ ବହୁ ମାତ୍ରାରେ ବଢ଼ିଯାଇଛି। ଜଳପ୍ରପାତ ପୁଣି ଥରେ ସୌନ୍ଦର୍ଯ୍ୟ ଫେରି ପାଇବା ପରେ ଧୀରେଧୀରେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମିବାରେ ଲାଗିଛି। ଜଳପ୍ରପାତର ରକ୍ଷଣାବେକ୍ଷଣ ଦାୟିତ୍ୱ ବନବିଭାଗ ଅଧୀନରେ ଥିବାରୁ ଏହାର ଉପରେ ମୁଣ୍ଡରେ ବସବାସ କରୁଥିବା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି କାଜୁ ବଦଳରେ ଆମ୍ବ, ପଣସ ତଥା ଅନ୍ୟାନ୍ୟ ବୃକ୍ଷ ଲଗାଇବା ଅତି ଜରୁରି ବୋଲି ପରିବେଶବିତ୍‌ ଓ ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe