ପଶୁପକ୍ଷୀଙ୍କ ଉପରେ ବି ପଡ଼ିଛି ଯୁଦ୍ଧର ପ୍ରଭାବ, ଅନେକ ସମସ୍ୟାର କରୁଛନ୍ତି ସାମ୍ନା

Advertisment
ପଶୁପକ୍ଷୀଙ୍କ ଉପରେ ବି ପଡ଼ିଛି ଯୁଦ୍ଧର ପ୍ରଭାବ, ଅନେକ ସମସ୍ୟାର କରୁଛନ୍ତି ସାମ୍ନା

ନୂଆଦିଲ୍ଲୀ: ଯୁଦ୍ଧ କାହା ପାଇଁ ବି ଠିକ୍ ହୋଇ ନଥାଏ। ସେ ମଣିଷ ହେଉ ଅବା ପଶୁ। ବର୍ତ୍ତମାନ ରୁଷ-ୟୁକ୍ରେନ ମଧ୍ୟରେ ଏକ ଯୁଦ୍ଧ ଚାଲିଛି । ଏଭଳି ପରିସ୍ଥିତିରେ ୟୁକ୍ରେନର ସାଧାରଣ ଲୋକଙ୍କ ସହ ପଶୁପକ୍ଷୀମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ୟୁକ୍ରେନର ପ୍ରାୟ ୨୦ ଲକ୍ଷ ଲୋକଙ୍କୁ ଦେଶ ଛାଡିବାକୁ ପଡିଛି। ଏଥିସହିତ କିଭ ପ୍ରାଣୀ ଉଦ୍ୟାନରେ ଥିବା ପଶୁମାନେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯୁଦ୍ଧ ହେତୁ ପଶୁମାନଙ୍କୁ ଖାଦ୍ୟ ମିଳିବା କଷ୍ଟକର ହେଉଛି। ଏତଦ ଦ୍ବାରା ଅନେକ ପଶୁପକ୍ଷୀ ଭୋକଉପବାସରେ ରହୁଛନ୍ତି। କ୍ରମାଗତ ବିସ୍ଫୋରଣ ଶବ୍ଦ ଚାଲିଥିବା ହେତୁ ସେମାନେ ମଧ୍ୟ ବହୁତ ଡରି ଯାଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରାୟ ୨୦୦ ପ୍ରଜାତିର ୪୦୦୦ ପ୍ରାଣୀ କିଭର ପ୍ରାଣୀ ଉଦ୍ୟାନରେ ଅଛନ୍ତି। ଗତ ବର୍ଷ ପ୍ରାଣୀ ଉଦ୍ୟାନରେ ପଶୁମାନଙ୍କୁ ଦେଖିବାକୁ ୭ ଲକ୍ଷରୁ ଅଧିକ ଲୋକ ଆସିଥିଲେ, କିନ୍ତୁ ଚଳିତ ବର୍ଷ ଏହି ସ୍ଥାନଟି ଜନଶୂନ୍ୟ ହୋଇଯାଇଛି । ନିଛାଟିଆ ଲାଗୁଛି।

କିଭ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ କୌଣସି ପ୍ରକାରେ ପଶୁମାନଙ୍କର ଖାଦ୍ୟ ପରିଚାଳନା କରୁଛନ୍ତି।| ରୁଷର ଟ୍ୟାଙ୍କ ଏବଂ ରକେଟର ବିସ୍ଫୋରଣରେ ପଶୁମାନେ ଭୟଭୀତ ହୋଇପଡିଛନ୍ତି। ପଶୁମାନଙ୍କୁ ଶାନ୍ତ କରିବା କଷ୍ଟକର ହୋଇପଡୁଛି । ଏଠାରେ ଥିବା କର୍ମଚାରୀମାନେ କହୁଛନ୍ତି ଯେ ଯୁଦ୍ଧର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନେ ୨ ସପ୍ତାହ ପର୍ଯ୍ୟନ୍ତ ଖାଦ୍ୟ ସଂଗ୍ରହ କରିଥିଲେ, ଯାହା ବର୍ତ୍ତମାନ ହ୍ରାସ ପାଉଛି। ବର୍ତ୍ତମାନ ପଶୁମାନଙ୍କ ସହିତ ରହିବାର ସମୟ ଆସିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe