ନକଲି ହନୁମାନ ମୁଦ୍ରା ବିକ୍ରି ମାମଲାରେ ତିନି ଗିରଫ

Advertisment

ରାୟଗଡ଼ା ସହରାଂଚଳର ବିଭିନ୍ନ ସ୍ଥାନରେ ନକଲି ହନୁମାନ ମୁଦ୍ରା ବିକ୍ରି ମାମଲାରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ରାୟଗଡ଼ା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ତମ୍ବା ମୁଦ୍ରା,ଗୋଟିଏ ପିତଳ ଥାଳି,୩ଟି ମୋବାଇଲ ଏବଂ ନଗଦ ୭୭ହଜାର ଟଙ୍କା ଜବତ କରାଯାଇଛି

ରାୟଗଡ଼ା ସହରାଂଚଳର ବିଭିନ୍ନ ସ୍ଥାନରେ ନକଲି ହନୁମାନ ମୁଦ୍ରା ବିକ୍ରି ମାମଲାରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ରାୟଗଡ଼ା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ତମ୍ବା ମୁଦ୍ରା,ଗୋଟିଏ ପିତଳ ଥାଳି,୩ଟି ମୋବାଇଲ ଏବଂ ନଗଦ ୭୭ହଜାର ଟଙ୍କା ଜବତ କରାଯାଇଛି

dde7ffc2-c4a4-4fe5-9fbc-fc089bc995ae

ରାୟଗଡ଼ା: ରାୟଗଡ଼ା ସହରାଂଚଳର ବିଭିନ୍ନ ସ୍ଥାନରେ ନକଲି ହନୁମାନ ମୁଦ୍ରା ବିକ୍ରି ମାମଲାରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି ରାୟଗଡ଼ା ଥାନା ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ତମ୍ବା ମୁଦ୍ରା,ଗୋଟିଏ ପିତଳ ଥାଳି,୩ଟି ମୋବାଇଲ ଏବଂ ନଗଦ ୭୭ହଜାର ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଆନ୍ଧ୍ରପ୍ରଦେଶ ଇଷ୍ଟ ଗୋଦାବରୀ ଜିଲ୍ଲା ଅମଲାପୁରମ ମଣ୍ଡଳମ ଟାଉନ ଥାନା ଅନ୍ତର୍ଗତ ବାନ୍ଦାରୁଲଙ୍କା ଗ୍ରାମର ଏବି ନଗରର ପୋଲାମୁରୀ ଡେଭିଡ୍‌ରାଜୁ (୫୦)ଙ୍କ ସମେତ ଓଡିଶାର ନବରଙ୍ଗପୁର ଥାନା ଅନ୍ତର୍ଗତ ତୋଟା ସାହିର ଭିକ୍ଟର କିଙ୍ଗଜେନଙ୍ଗିସ ରୟ କୈାରୀ (୨୫) ଏବଂ ତୃତୀୟ ଅଭିଯୁକ୍ତ ସଂଜୀବ ଜେନା (୫୩)ର ଘର ଗଜପତି ଜିଲ୍ଲା କାଶିନଗର ଥାନା ଅନ୍ତର୍ଗତ ଗାନ୍ଧୀନଗର,ଖଣ୍ଡବା,ଅଲଡାରେ ବୋଲି ରାୟଗଡ଼ା ଟାଉନ ଥାନା ଆରକ୍ଷୀ ନିରୀକ୍ଷକ ପ୍ରଶନ୍ନ କୁମାର ବେହେରାଙ୍କ ଠାରୁ ସୂଚନା ମିଳିଛି ।

ରାୟଗଡ଼ା ସହରର ତୁମ୍ବିଗୁଡା ସମେତ ଅନ୍ୟ ଅଂଚଳରେ ଉକ୍ତ ଅଭିଯୁକ୍ତମାନେ ହନୁମାନ ମୁଦ୍ରା ବିକ୍ରି କାରବାର କରୁଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଳା ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓଙ୍କ ତତ୍ୱାବଧାନରେ ଆରକ୍ଷୀ ନିରୀକ୍ଷକ ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍ ଚଢାଉ କରି ଗତକାଲି ରାତ୍ରରେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଆରକ୍ଷୀ ନିରୀକ୍ଷକ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଏ ନେଇ ରାୟଗଡ଼ା ଥାନା କେସ ନମ୍ବର ୨୭୧/୨୦୨୫ /୧/୮/୨୫ରେ ଏକ  ମାମଲା ଦାୟର କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe