୧୬୦ଦିନରେ ପୂର୍ବତଟ ରେଳପଥ ନୂଆ ବେଂଚମାର୍କ: ୧୦୦ମିଲିୟନ୍ ମାଲପରିବହନ

୧୬୦ଦିନରେ ପୂର୍ବତଟ ରେଳବାଇ ନୂଆ ବେଂଚମାର୍କ ସ୍ଥାପନ କରିଛି। ୧୦୦.୪୪ମିଲିୟନ୍ ମାଲପରିବହନ କରି ଏହି ରେକର୍ଡ କରିଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ତୁଳନାରେ ୬.୫ପ୍ରତିଶତ ବୃଦ୍ଧି ପାଇଛି। 

Goods train

କୋରାପୁଟ: ୧୬୦ଦିନରେ ପୂର୍ବତଟ ରେଳବାଇ ନୂଆ ବେଂଚମାର୍କ ସ୍ଥାପନ କରିଛି। ୧୦୦.୪୪ମିଲିୟନ୍ ମାଲପରିବହନ କରି ଏହି ରେକର୍ଡ କରିଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ତୁଳନାରେ ୬.୫ପ୍ରତିଶତ ବୃଦ୍ଧି ପାଇଛି। 

ପୂର୍ବତଟ ରେଳପଥ ଅଧିନରେ ଥିବା ଖୋର୍ଦ୍ଧା ରୋଡ ଡିଭିଜନ ୬୦.୩୮ମିଲିୟାନ୍ ମାଲ ପରିବହନ କରିଛି। ସେହିପରି ୱାଲଟିୟର ଡିଭିଜନରେ ୨୨.୬୮ମିଲିୟାନ୍  ଓ ସମ୍ବଲପୁର ଡିଭିଜିନରେ ୧୭.୩୮ମିଲିୟାନ୍ ମାଲପରିବହନ କରାଯାଇଛି। ବିଶାଖାପାଟଣା ,ପାରାଦୀପ ,ଗଙ୍ଗାଭରମ୍, ଗୋପାଳପୁର, ଓ ଧାମରା ବନ୍ଦର ଗୁଡିକରୁ ରେଳଦ୍ବାରା ଷ୍ଟିଲ, ଆଲୁମନିୟମ୍,ଲୁହାପଥର ଓ କୋଇଲା ଆଦି ରତ୍ପାନୀ କରାଯାଇଛି। ୩ଡିଭିଜନ ପକ୍ଷରୁ ଏହି ସବୁ ବନ୍ଦର ଜରିଆରେ ମାଲ ଆମଦାନୀ ବି ହୋଇଥିବା ସୂଚନା ମିଳିଛି। ମାଲପରିବହନରେ ଏହି ସଫଳତା ପୂର୍ବତଟ ରେଳବାଇ ପାଇଁ ନୂଆ ବେଂଚ ମାର୍କ। 

ପୂର୍ବତଟ ରେଳପଥ ଅଧିନରେ ଥିବା ଖୋର୍ଦ୍ଧା ରୋଡ ଡିଭିଜନ ୬୦.୩୮ମିଲିୟାନ୍ ମାଲ ପରିବହନ କରିଛି। ସେହିପରି ୱାଲଟିୟର ଡିଭିଜନରେ ୨୨.୬୮ମିଲିୟାନ୍  ଓ ସମ୍ବଲପୁର ଡିଭିଜିନରେ ୧୭.୩୮ମିଲିୟାନ୍ ମାଲପରିବହନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe