Photo Credit: PTI
ଭୋପାଳ: ମଧ୍ୟପ୍ରଦେଶରେ ‘ଚୌକିଦାର ଚୋର୍ ହୈ’ ଟ୍ୟାଗ୍ଲାଇନ୍ ବ୍ୟବହାର କରି କରାଯାଇଥିବା ବିଜ୍ଞାପନକୁ ନିର୍ବାଚନ କମିସନ ବ୍ୟାନ୍ କରି ଦେଇଛନ୍ତି। ଏହି ବିଜ୍ଞାପନଟି କଂଗ୍ରେସ କରାଇଛି ବୋଲି ବିଜେପି ଅଭିଯୋଗ ଆଣିବା ପରେ ନିର୍ବାଚନ କମିସନ ଏ ନେଇ ନିଷ୍ପତ୍ତି ଶୁଣାଇଛନ୍ତି। ଏହା ବ୍ୟତୀତ ଏହି ବିଜ୍ଞାପନ ସଂପର୍କିତ ସମସ୍ତ ସାମଗ୍ରୀକୁ ନିର୍ବାଚନ କମିସନଙ୍କ ନିକଟରେ ଜମା କରିବା ପାଇଁ କଂଗ୍ରେସକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବିଜ୍ଞାପନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିକୁ କ୍ଷତି କରୁଛି ବୋଲି ବିଜେପି ଅଭିଯୋଗ ଆଣିବା ପରେ ନିର୍ବାଚନ କମିସନ ଏହା ଉପରେ ବ୍ୟାନ ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ମଧ୍ୟପ୍ରଦେଶର ଜଣେ ବିଜେପି ନେତା ଅଭିଯୋଗ ଆଣିଥିଲେ ଯେ ଏହି ବିଜ୍ଞାପନରେ ବ୍ୟବହୃତ ହୋଇଥିବା ଶବ୍ଦ ଅତ୍ୟନ୍ତ ଲଜ୍ଜାକର ଓ ଅପବାଦଜନକ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ଚୌକିଦାର୍ ରୂପରେ ସାରା ଦେଶରେ ଲୋକପ୍ରିୟ। ତାଙ୍କୁ ଚୋର କୁହାଯାଇ ତାଙ୍କର ଚିତ୍ରକୁ ଖରାପ ଭାବେ ପ୍ରଦର୍ଶନ କରାଯାଉଛି। କଂଗ୍ରେସର ଏହି ବିଜ୍ଞାପନ ମୋଦୀ ଓ ବିଜେପି କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ଦୁଃଖି କରାଇଛି ବୋଲି ସେ ଅଭିଯୋଗ ଆଣିଥିଲେ।
Follow Us