(Photo Credit: IANS)
ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ମତ ଗ୍ରହଣ ଶେଷ ହୋଇଛି। ଆସନ୍ତା ୨୩ ତାରିଖରେ ନିର୍ବାଚନୀ ଫଳାଫଳ ବାହାରିବାକୁ ଥିବା ବେଳେ କେଉଁ ଦଳ ଏଥର ସରକାର ଗଠନ କରିବ ତାହା ଜାଣିବା ପାଇଁ ଲୋକଙ୍କ ଭିତରେ ଉତ୍ସୁକତା ଢେର୍ ବେଶି ବୃଦ୍ଧି ପାଇଛି। ଆଜି ନିର୍ବାଚନ ସରିବା ପରେ ବିଭିନ୍ନ ସଂସ୍ଥା ଏକ୍ଜିଟ୍ ପୋଲ୍ କରିପାରିବେ ବୋଲି ନିର୍ବାଚନ କମିସନ ଅନୁମତି ବି ଦେଇ ସାରିଛନ୍ତି। ତେବେ, ଜାଣିରଖନ୍ତୁ ନେ ନିର୍ବାଚନ ମଧ୍ୟରେ କୌଣସି ପ୍ରକାର ଆକଳନ ବା ପୂର୍ବାନୁମାନ କରିବା ପାଇଁ ରବିବାର ନିର୍ବାଚନ କମିସନଙ୍କ ପକ୍ଷରୁ ନିଷେଧାଦେଶ ଜାରି କରାଯାଇଥିବା ବେଳେ ଆଜି ମତଦାନ ସରିବା ପରେ ସେହି ନିଷେଧାଦେଶ ଉଠାଇ ଦିଆଯାଇଛି। ନିର୍ବାଚନ ସମୟରେ ବୁଥ୍ ବାହୁଡ଼ା ମତ ପ୍ରକାଶ କରିବା ପାଇଁ କେବଳ ଭାରତରେ ନୁହେଁ, ଆହୁରି ବି ଅନେକ ଦେଶରେ କଟକଣା ରହିଛି।
ସେ ଦେଶଗୁଡ଼ିକ ହେଉଛି ସିଙ୍ଗାପୁର, ଫ୍ରାନ୍ସ, ଇଂଲଣ୍ଡ, ଜର୍ମାନ, ବୁଲଗାରିଆ, ଇଟାଲି, ସ୍ଲୋଭକିଆ, ଲୁକ୍ସେମବର୍ଗ ଓ ଆମେରିକା। ସିଙ୍ଗାପୁରରେ ଏକ୍ଜିଟ୍ ପୋଲ୍କୁ ସଂପୂର୍ଣ୍ଣ ରୂପେ ବାରଣ କରାଯାଇଛି। ଫ୍ରନ୍ସରେ ନିର୍ବାଚନର ୨୪ ଘଣ୍ଟା ପୂର୍ବରୁ ଏକ୍ଜିଟ୍ ପୋଲ କରିବାକୁ ବାରଣ ରହିଛି। ବ୍ରିଟେନ୍ରେ ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ଏକ୍ଜିଟ୍ ପୋଲ୍ କରିବାର ନିୟମ ନାହିଁ। ସମସ୍ତ ପୁଲିଂ ବୁଥ୍ ବନ୍ଦ ନ ହେବା ପର୍ଯ୍ୟନ୍ତ ଏକ୍ଜିଟ୍ ପୁଲ୍ କରିବା ଜର୍ମାନରେ ଏକ ପ୍ରକାର ଅପରାଧ। ବୁଲଗାରିଆରେ ବି ଜର୍ମାନ ପରି ନିର୍ବାଚନ ଦିନ ଏକ୍ଜିଟ୍ ପୋଲ୍ କରିବା ବେନିୟମ୍। ଇଟାଲି, ସ୍ଲୋଭକିଆ, ଲୁକ୍ସେମବର୍ଗରେ ନିର୍ବାଚନର ୭ ଦିନ ପର୍ଯ୍ୟନ୍ତ ଏକ୍ଜିଟ୍ ପୋଲ୍ ବ୍ୟାନ। ଆମ ଦେଶ ପରି ଆମେରିକାରେ ମଧ୍ୟ ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ଏକ୍ଜିଟ୍ ପୋଲ୍ କରିବା ନେଇ ବାରଣ ରହିଛି।
Follow Us