Economics Survey Report: ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬: ଜିଡିପି ଅଭିବୃଦ୍ଧି ୭.୪% ହେବ

Advertisment

ବଜେଟ୍‌ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬କୁ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୪ ପ୍ରତିଶତ ରହିବ ଏବଂ ୨୦୨୬-୨୭ରେ ତାହା ୬.୮-୭.୨ ପ୍ରତିଶତରେ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

ବଜେଟ୍‌ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬କୁ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୪ ପ୍ରତିଶତ ରହିବ ଏବଂ ୨୦୨୬-୨୭ରେ ତାହା ୬.୮-୭.୨ ପ୍ରତିଶତରେ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି।

8f00af85-0356-4601-bc53-1624e01265d7

ନୂଆଦିଲ୍ଲୀ: ବଜେଟ୍‌ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ୨୦୨୫-୨୬କୁ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ରେ ଦେଶର ମୋଟ୍‌ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ୭.୪ ପ୍ରତିଶତ ରହିବ ଏବଂ ୨୦୨୬-୨୭ରେ ତାହା ୬.୮-୭.୨ ପ୍ରତିଶତରେ ରହିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ବିଶ୍ବବ୍ୟାପୀ ଭୂରାଜନୈତିକ ସଙ୍କଟ, କଠିନ ଆର୍ଥିକ ସ୍ଥିତି ସତ୍ତ୍ବେ ଭାରତୀୟ ଅର୍ଥନୀତି ଚମତ୍କାର ପ୍ରଦର୍ଶନ ଜାରି ରଖିବ ବୋଲି ଆଶାବ୍ୟକ୍ତ କରାଯାଇଛି। ଦେଶର ମୁଣ୍ଡପିଛା ଜାତୀୟ ଆୟ ୨୦୨୫-୨୬ରେ ୨.୨୦ ଲକ୍ଷ ଟଙ୍କା ହେବ। ୨୦୨୪-୨୫ରେ ତାହା ୨.୦୫ ଲକ୍ଷ ଟଙ୍କା ଥିଲା।

୨୦୨୫-୨୬ରେ କୃଷି କ୍ଷେତ୍ରର ଅଭିବୃଦ୍ଧି ୩.୧ ପ୍ରତିଶତକୁ ଖସିବ। ୨୦୨୪-୨୫ରେ ଏହି କ୍ଷେତ୍ରର ଅଭିବୃଦ୍ଧି ୪.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଥିଲା। ତେବେ ପ୍ରାଣୀଧନ ଓ ମତ୍ସ୍ୟ କ୍ଷେତ୍ରର ଅଭିବୃଦ୍ଧି ୫-୬ ପ୍ରତିଶତ ହାରରେ ସ୍ଥିର ରହିବ। ଶିଳ୍ପ ଅଭିବୃଦ୍ଧି ୬.୨ ପ୍ରତିଶତକୁ ବୃଦ୍ଧି ପାଇବ ଯାହା ପୂର୍ବବର୍ଷ ୫.୯ ପ୍ରତିଶତ ରହିଥିଲା। ସେବା କ୍ଷେତ୍ରର ଅଭିବୃଦ୍ଧି ହାର ମଧ୍ୟ ୯.୧ ପ୍ରତିଶତକୁ ବୃଦ୍ଧି ପାଇବ। ଦେଶର ବିତ୍ତୀୟ ନିଅଣ୍ଟ ୪.୮ ପ୍ରତିଶତ ଭଳି ଉନ୍ନତ ସ୍ଥିତିରେ ପହଞ୍ଚିବ ବୋଲି ମଧ୍ୟ ସର୍ଭେ ରିପୋର୍ଟରେ ଆକଳନ କରାଯାଇଛି।

ଆହୁରି ପଢନ୍ତୁ: MGNREGA Problem by Survey: ମନରେଗାରେ ଢାଞ୍ଚାଗତ ସମସ୍ୟା ଥିଲା: ସର୍ଭେ

ଭାରତ ବିଶ୍ବର ଚତୁର୍ଥ ବୃହତ୍ତମ ଅର୍ଥନୀତି ହୋଇଥିବା ରିପୋର୍ଟରେ ଦାବି କରାଯାଇଛି। ଆମେରିକା, ଚୀନ ଓ ଜର୍ମାନୀ ପଛକୁ ଏହି ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଗତବର୍ଷ ସରକାର ଘୋଷଣା କରିଥିଲେ ଯେ ଜାପାନକୁ ଅତିକ୍ରମ କରି ଭାରତ ଚତୁର୍ଥ ବଡ଼ ଅର୍ଥନୀତିର ମାନ୍ୟତା ହାସଲ କରିିଛି। ରିପୋର୍ଟ ଅନୁସାରେ ୨୦୨୫-୨୬ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୪ ପ୍ରତିଶତ ରହିବ। ଫଳରେ ଏହା ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ବଜାୟ ରଖିବ। ୨୦୨୪-୨୫ରେ ଦେଶର ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିଥିଲା।

ଆହୁରି ପଢନ୍ତୁ: RajasthanRoyals: ରାଜସ୍ଥାନ ରୟାଲ୍‌ସ ହେବାକୁ ଯାଉଛି ଆଇପିଏଲ୍‌ର ପ୍ରଥମ ୧୦୦ କୋଟି ଡଲାର ଦଳ

୧୭ଟି ବିଷୟ, ୬୮୭ ପୃଷ୍ଠା

ଏଥରର ଅର୍ଥନୈତିକ ସ‌‌ର୍ବେକ୍ଷଣ ରିପୋର୍ଟ ପୂର୍ବ ସଂସ୍କରଣଗୁଡ଼ିକଠାରୁ ଭିନ୍ନ ରହିଛି। ଏଥିରେ ୧୭ଟି ବିଷୟକୁ ସ୍ଥାନ ଦିଆଯାଇଛି। ଜାତୀୟ ପ୍ରାଥମିକତା ଆଧାରରେ ସେଗୁଡ଼ିକୁ କ୍ରମାନ୍ବୟରେ ରଖାଯାଇଚି। ଅଧିକ ବିଷୟକୁ ସ୍ଥାନ ଦିଆଯାଇଥିବାରୁ ଏଥରର ସର୍ଭେ ରିପୋର୍ଟ ପୂର୍ବ ରିପୋର୍ଟଗୁଡ଼ିକ ତୁଳନାରେ ଲମ୍ବା ମଧ୍ୟ ରହିଛି। ଏଥିରେ ୬୮୭ଟି ପୃଷ୍ଠା ରହିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଅଭ୍ୟୁଦୟ, ସହରାଞ୍ଚଳରେ ଲୋକମାନଙ୍କ ଜୀବନର ଗୁଣାତ୍ମକ ମାନ ଓ ରାଜ୍ୟ ଦକ୍ଷତା ଓ ଘରୋଇ କ୍ଷେତ୍ରର ଭୂମିକା ଉପରେ ତିନିଟି ସ୍ବତନ୍ତ୍ର ପ୍ରବନ୍ଧ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe