ED request for Suspend DG: ପଶ୍ଚିମବଙ୍ଗ ଡିଜିପିଙ୍କ ନିଲମ୍ବନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଇଡି

Advertisment

ପଶ୍ଚିମବଙ୍ଗରେ ରାଜନୈତିକ ପରିବେଶ କ୍ରମଶଃ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ସଂସ୍ଥା ଆଇ-ପିଏସି ଉପରେ ଇଡିର ଚଢାଉକୁ ନେଇ ବିବାଦ ମଧ୍ୟରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ନିଲମ୍ବନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପଶ୍ଚିମବଙ୍ଗରେ ରାଜନୈତିକ ପରିବେଶ କ୍ରମଶଃ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ସଂସ୍ଥା ଆଇ-ପିଏସି ଉପରେ ଇଡିର ଚଢାଉକୁ ନେଇ ବିବାଦ ମଧ୍ୟରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ନିଲମ୍ବନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

Supreme Court

Supreme Court

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଜନୈତିକ ପରିବେଶ କ୍ରମଶଃ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ସଂସ୍ଥା ଆଇ-ପିଏସି ଉପରେ ଇଡିର ଚଢାଉକୁ ନେଇ ବିବାଦ ମଧ୍ୟରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ରାଜୀବ କୁମାରଙ୍କୁ ନିଲମ୍ବନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସୁପ୍ରିମକୋର୍ଟ ଗୁରୁବାର ଆଇ-ପିଏସି ବିରୋଧରେ ଇଡିର କାର୍ଯ୍ୟାନୁଷ୍ଠାନ ସହିତ ଜଡିତ ମାମଲାର ଶୁଣାଣି କରିବାକୁ ସ୍ଥିର କରିଛନ୍ତି। ଇଡି ରାଜ୍ୟ ପୁଲିସର ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆବେଦନରେ ଅନୁରୋଧ କରାଯାଇଛି, କାର୍ମିକ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟକୁ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଉ।

୨୦୨୬ ଜାନୁଆରି ୮ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨,୭୪୨ କୋଟି ଟଙ୍କାର କୋଇଲା ଚୋରି ଦୁର୍ନୀତି ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାର ଅଂଶ ସ୍ୱରୂପ କୋଲକାତାରେ ଥିବା ଆଇ-ପିଏସି କାର୍ଯ୍ୟାଳୟ ଏବଂ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ବାସଭବନରେ ଚଢଉ କରିଥିଲା। ଏହାପରେ ବିବାଦ ଉପୁଜିଥିଲା। ଇଡି ଅଭିଯୋଗ କରିଛି, ଚଢଉ ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ୟକ୍ତିଗତ ଭାବରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଡିଜିପି ରାଜୀବ କୁମାରଙ୍କ ସହ ଇଡି ଅଧିକାରୀମାନଙ୍କୁ ସେମାନଙ୍କ କାମ କରିବାରୁ ବାଧା ଦେଇଥିଲେ। ଏଜେନ୍ସି ଦାବି କରିଛି, ମୁଖ୍ୟମନ୍ତ୍ରୀ କଥିତ ଭାବରେ ଡକ୍ୟୁମେଣ୍ଟ, ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଜବତ କରିଥିଲେ, ଯାହା ତଦନ୍ତରେ ବାଧା ସୃଷ୍ଟି କରିଥିଲା। ଇଡି ଏହାକୁ ଆଇନର ଉଲ୍ଲଂଘନ ଓ ଏକ ଗମ୍ଭୀର ଅପରାଧ ବୋଲି କହିଛି।

ଆହୁରି ପଢନ୍ତୁ: Iran imposes martial law: ଇରାନରେ ସାମରିକ ଆଇନ ଲାଗୁ : ଦେଖିଲା ମାତ୍ରେ ଗୁଳି କରିବାକୁ ଆଦେଶ

ଇଡିର ନୂଆ ଆବେଦନରେ ଡିଜିପି ରାଜୀବ କୁମାରଙ୍କ ଭୂମିକା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଜେନ୍ସି ଅଭିଯୋଗ କରିଛି, ଯେତେବେଳେ ସେ କୋଲକାତା ପୁଲିସ କମିସନର ଥିଲେ, ସେ ମୁଖ୍ୟମନ୍ତ୍ରୀଙ୍କ ସହିତ ଧାରଣାରେ ଅଂଶଗ୍ରହଣ କରିଥିଲେ। ଏବେ, ଡିଜିପି ଭାବରେ, ସେ ପୁଣି ଥରେ ତଦନ୍ତରେ ବାଧା ସୃଷ୍ଟି କରୁଛନ୍ତି। ଇଡି ସୁପ୍ରିମକୋର୍ଟଙ୍କୁ ସିବିଆଇକୁ ଏଫଆଇଆର ପଞ୍ଜିକରଣ କରି ତଦନ୍ତ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି। ଏହା ସହିତ ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଜିପି ରାଜୀବ କୁମାର, କୋଲକାତା ପୁଲିସ କମିସନର ମନୋଜ ବର୍ମା ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଆବେଦନ କରାଯାଇଛି।

ଆହୁରି ପଢନ୍ତୁ: Indian in Iran: ଯୁଦ୍ଧ ଦ୍ୱାରଦେଶରେ ଇରାନ: ଫସି ରହିଛନ୍ତି ୧୦ ହଜାର ଭାରତୀୟ, କାଶ୍ମୀର ଛାତ୍ରଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଲା

ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଏକ କ୍ୟାଭିଏଟ୍ ଦାଖଲ କରିଛନ୍ତି ଯାହା ଦ୍ୱାରା ସେମାନଙ୍କର ଶୁଣାଣି ବିନା କୌଣସି ଏକପାଖିଆ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ। ଏହି ମାମଲା କଲିକତା ହାଇକୋର୍ଟରେ ମଧ୍ୟ ଶୁଣାଣି ହୋଇଥିଲା, ଯେଉଁଠାରେ ଇଡି କହିଥିଲେ ଯେ, ସେମାନେ କିଛି ଜବତ କରିନାହାନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ସମସ୍ତ ସାମଗ୍ରୀ ତାଙ୍କ ସହିତ ନେଇଯାଇଛନ୍ତି। ଟିଏମସିର ଆବେଦନ ପରେ, ହାଇକୋର୍ଟ ଇଡିର ବୟାନକୁ ରେକର୍ଡରେ ନେଇ ମାମଲାକୁ ଶେଷ କରିଥିଲେ।ଏହି ବିବାଦ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ(ଟିଏମସି) ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଛକାପଞ୍ଝା ସ୍ଥିତିକୁ ବଢ଼ାଇ ଦେଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇଡି ଚଢଉକୁ ଟିଏମସିକୁ ଦୁର୍ବଳ କରିବାର ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି, ଇଡି ଦାବି କରିଛି, ରାଜ୍ୟ ସରକାର ଯୋଜନାବଦ୍ଧ ଭାବରେ ତଦନ୍ତରେ ବାଧା ସୃଷ୍ଟି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe