Image: Zee News
ଚେନ୍ନାଇ: ଗୁରୁବାର ରାତିରେ ତାମିଲନାଡୁର କରୁରୁ ଜିଲ୍ଲା ଅନ୍ତର୍ଗତ ଅରବକୁରିଚି ଠାରେ ଅଭିନେତାରୁ ନେତା ହୋଇଥିବା କମଲ ହାସନ୍ ଭାଷଣ ଦେଉଥିବା ଏକ ନିର୍ବାଚନୀ ସଭାରେ ଦୁଇ ଜଣ ଦୁର୍ବୃତ୍ତ ଅଣ୍ଡା ଓ ଟେକା ଫିଙ୍ଗିବାରୁ ସଭାସ୍ଥଳରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା।
ଘଟଣାରେ କେହି ଆହତ ହୋଇ ନାହାନ୍ତି। ହାସନ୍ଙ୍କୁ ନିରାପଦରେ ଅନ୍ୟତ୍ର ନିଆଯାଇଛି। କିନ୍ତୁ, ଜିଲ୍ଲାରେ ଉତ୍ତେଜନା ଲାଗି ରହିଛି।
ହାସନ୍ଙ୍କୁ ଆକ୍ରମଣ କରିଥିବା ସନ୍ଦେହରେ ଦୁଇ ଜଣ ବ୍ୟକ୍ତିଙ୍କୁ ଧରି ନେଇ ପୁଲିସ ପଚରା ଉଚୁରା କରୁଛି। କରୁର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଭି. ବିକ୍ରମାନ ଘଟଣାସ୍ଥଳକୁ ଯାଇ ବିକ୍ଷୋଭକାରୀ ଏମ୍ଏନ୍ଏମ୍ କର୍ମୀମାନଙ୍କୁ ଶାନ୍ତ କରାଇ ଘଟଣାସ୍ଥଳରୁ ଚାଲିଯିବାକୁ ଅନୁରୋଧ କରିଥିଲେ।
କିନ୍ତୁ ଏମ୍ଏନ୍ଏମ୍ କ୍ୟାଡର୍ମାନେ ପୁଲିସର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଲୋକମାନଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରି ପୁଲିସ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ କି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ହାସନ୍ଙ୍କ ଆଡ଼କୁ ଚପଲ ଫିଙ୍ଗାଯିବା ଘଟଣାର ଦିନ ପରେ ଏ ଭଳି ଘଟଣା ଘଟିଛି।
Follow Us