ଦୁଇଭାଇଙ୍କ ଉପରେ ବଜ୍ରାଘାତ: ଚାଲିଗଲା ବଡ଼ର ଜୀବନ, ସାନ ଗୁରୁତର

Advertisment

ରାଜଗାଙ୍ଗପୁର ଘୋଘରସ୍ଥ ଏକ ଇଟାଭାଟିରେ କାର୍ଯ୍ୟରତ ଦୁଇଭାଇଙ୍କ ଉପରେ ବଜ୍ରାଘାତ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ବଡ଼ଭାଇ ସହଦେବ ବଞ୍ଜାରା(୨୮)।

ରାଜଗାଙ୍ଗପୁର ଘୋଘରସ୍ଥ ଏକ ଇଟାଭାଟିରେ କାର୍ଯ୍ୟରତ ଦୁଇଭାଇଙ୍କ ଉପରେ ବଜ୍ରାଘାତ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ବଡ଼ଭାଇ ସହଦେବ ବଞ୍ଜାରା(୨୮)।

Allegation of death of farmers due to crop damage

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଘୋଘରସ୍ଥ ଏକ ଇଟାଭାଟିରେ କାର୍ଯ୍ୟରତ ଦୁଇଭାଇଙ୍କ ଉପରେ ବଜ୍ରାଘାତ ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ବଡ଼ଭାଇ ସହଦେବ ବଞ୍ଜାରା(୨୮)। ସାନଭାଇ ରୋହନ(୨୩)ଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗି ଗୁରୁତର ହୋଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ଅଳ୍ପଦିନ ହେବ ୨ ଭାଇ ସେମାନଙ୍କ ପରିବାର ନେଇ ଇଟାଭାଟିରେ କାର୍ଯ୍ୟ କରୁଥିଲେ। ଗତକାଲି ପ୍ରବଳ ବର୍ଷା ଓ ବଜ୍ରାଘାତ ହେବାବେଳେ ଉଭୟ ନିଜ କୁଡ଼ିଆରେ ଥିଲେ। ସେମାନେ ରହୁଥିବା କୁଡ଼ିଆରେ ବଜ୍ରାଘାତ ହେବାରୁ ବଡ଼ଭାଇ ସହଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସାନଭାଇ ରୋହନ ଗୁରୁତର ହୋଇଥିଲେ। ଖବରପାଇ ଇଟାଭାଟିର କର୍ମଚାରୀମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସହଦେବଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ରୋହନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

ଅଳ୍ପଦିନ ହେବ ୨ ଭାଇ ସେମାନଙ୍କ ପରିବାର ନେଇ ଇଟାଭାଟିରେ କାର୍ଯ୍ୟ କରୁଥିଲେ। ଗତକାଲି ପ୍ରବଳ ବର୍ଷା ଓ ବଜ୍ରାଘାତ ହେବାବେଳେ ଉଭୟ ନିଜ କୁଡ଼ିଆରେ ଥିଲେ। ସେମାନେ ରହୁଥିବା କୁଡ଼ିଆରେ ବଜ୍ରାଘାତ ହେବାରୁ ବଡ଼ଭାଇ ସହଦେବଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସାନଭାଇ ରୋହନ ଗୁରୁତର ହୋଇଥିଲେ। ଖବରପାଇ ଇଟାଭାଟିର କର୍ମଚାରୀମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ସହଦେବଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ରୋହନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।

ରାଜଗାଙ୍ଗପୁର ପୁଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ  ଆବଶ୍ୟକ ପଦକ୍ଷେପ ନେଇଛି। ବଜ୍ରାଘାତରେ ଗୁରୁତର ରୋହନଙ୍କର ସମସ୍ତ ଚିକିତ୍ସା ଦାୟିତ୍ବ ଇଟାଭାଟି ମାଲିକ ବହନ କରିବେ ବୋଲି ଜଣାଇଛନ୍ତି।

death

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe