ଚିତ୍ରଡା: ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ହୋଇ ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନଦେଖିଲେ ରହି ପାରୁନଥିଲେ। ଦୁଇ ଭାଇଙ୍କ ଭଲ ପାଇବା ଦେଖି ସହି ପାରିଲାନି ନିଷ୍ଠୁର ବିଧାତା। ଶେଷରେ ସାନ ଭାଇର ମୃତ୍ୟୁ ଖବର ଶୁଣି ବଡ଼ ଭାଇ ବି ଆଖି ବୁଜିଦେଲା। ଏଭଳି ଦୁଃଖଦ ଘଟଣାଟି ଘଟଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧିବଳଦିଆ ଗ୍ରାମରେ।
ଗ୍ରାମର ଲସ ଟୁଡୁଙ୍କ ସାନ ପୁଅ ଲୁକାଇଙ୍କ ଟୁଡୁ ଗତକାଲି ମଙ୍ଗଳବାର ଦିନ ପୂର୍ବାହ୍ନ ୧୧ଟାରେ ନୂଆଗାଁ ପେଟ୍ରୋଲ ପମ୍ପ ନିକଟରେ ବାଇକ ଦୁର୍ଘଟଣାରେ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା | ତେବେ ଲୁକାଇଙ୍କ ମୃତ୍ୟୁ ଖବର ପାଇ ଘରେ ଥିବା ବଡ଼ ଭାଇ ପାଲୁ ଟୁଡୁ ଦୁଃଖରେ ମ୍ରିୟମାଣ ହୋଇ ଭାଙ୍ଗି ପଡ଼ିଥିଲେ ଏବଂ ହୃଦଘାତରେ ପାଲୁଙ୍କର ମଧ୍ୟ ମୃତ୍ୟୁ ହୋଇଛି |
ଆହୁରି ପଢନ୍ତୁ: WorldCup is possible without Pakistan: ପାକିସ୍ତାନ ବିନା ବିଶ୍ବକପ୍ ହୋଇପାରେ, ଭାରତ ବିନା ନୁହେଁ : ହରଭଜନ
ଉକ୍ତ ଘଟଣାକୁ ନେଇ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଥିବାବେଳେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ମୃତ୍ୟବରଣ କରିଥିବା ସାନ ଭାଇ ଲୁକାଇ ଅବିବାହିତ ଥିବାବେଳେ ବଡ଼ ଭାଇ ପାଲୁଙ୍କ ସ୍ତ୍ରୀ ମମିତା ଏବଂ ତାଙ୍କର ଦୁଇ ଝିଅ ଅସହାୟ ହୋଇ ପଡିଛନ୍ତି। ଦୁଇ ଝିଅଙ୍କ ମଧ୍ୟରୁ ଜଣେ ତୃତୀୟ ଏବଂ ଅନ୍ୟ ଜଣେ ଚତୁର୍ଥ ଶ୍ରେଣୀରେ ପଢୁଛନ୍ତି। ତେଣୁ ଏମାନଙ୍କ ପଢିବା ବ୍ୟବସ୍ଥା କରିବା ସହିତ ସହାୟତା ପାଇଁ ଏବଂ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଜନସାଧାରଣରେ ଦାବି ହୋଇଛି।
ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ଉକ୍ତ ପରିବାର ର ଏପରି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ସମାଜସେବୀ ଅଞ୍ଜନ ନାୟକ ଓ ଅଜୟ ବେହେରା ଆର୍ଥିକ ସହାୟତା ଯୋଗାଇ ଦେଇଥିବା ଜଣାପଡ଼ିଛି ।
Follow Us