ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନଙ୍କ ନିର୍ବାଚନ ପ୍ରଚାର ଉପରେ ୪୮ ଘଣ୍ଟା ପାଇଁ ନିଷେଧାଦେଶ ଲଗାଇଲେ ନିର୍ବାଚନ କମିସନ

Advertisment
ଆଜମ ଜଣେ ଜମି ମାଫିଆ ଓ ଅଭ୍ୟାସଗତ ଅପରାଧୀ: ସୁପ୍ରିମକୋର୍ଟରେ ଏଭଳି ଜବାବ ରଖିଲେ ଉତ୍ତରପ୍ରଦେଶ ସରକାର

NDTV.com

ଲକ୍ଷ୍ନୌ: ପ୍ରଚାର କାଳରେ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ପ୍ରଦାନ କରି ଆଉ ଥରେ ହରଡ଼ଗଣାରେ ପଡ଼ିଛନ୍ତି ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ। ନିର୍ବାଚନ ପ୍ରଚାର କାଳରେ ଭୋଟରମାନଙ୍କୁ ଦଳ ସପକ୍ଷରେ ଆକୃଷ୍ଟ କରାଇବା ଉଦ୍ଦେଶ୍ୟରେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ୍‌ ଖାନ ଉତ୍ତେଜନା ସୃଷ୍ଟିକାରୀ ତଥା ଘୃଣା ଭାଷଣ(ହେଟ୍‌ ସ୍ପିଚ୍‌) ଦେଇ ସଂପ୍ରଦାୟିକ ସଦ୍‌ଭାବକୁ ନଷ୍ଟ କରୁଥିବା ନିର୍ବାଚନ କମିସନଙ୍କ ଦୃଷ୍ଟିକୁ ଆସିବା ପରେ ନିର୍ବାଚନ କମିସନ ଆଜ୍‌ମ ଖାନଙ୍କ ନିର୍ବାଚନ ପ୍ରଚାର ଉପରେ ନିଷେଧାଦେଶ ଜାରି କରିଛନ୍ତି। ନିର୍ବାଚନ କମିସନଙ୍କ ଏହି ନିଷେଧାଦେଶ ପରେ ଆଜମ୍‌ ଖାନ୍‌ କୌଣସି ପ୍ରକାରର ନିର୍ବାଚନ ପ୍ରଚାରରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ନିଜକୁ ସଂପୃକ୍ତ କରାଇ ପାରିବେ ନାହିଁ।

ପ୍ରସଂଗକ୍ରମେ ଏଠାରେ ଉଲ୍ଲେଖଯୋଗ୍ୟ, ସମାଜବାଦୀ ପାର୍ଟି ନେତା ଆଜମ ଖାନ ଏହା ପୂର୍ବରୁ ସମାନ ଅଭିଯୋଗରେ ଆଉ ଥରେ ମଧ୍ୟ ନିର୍ବାଚନ କମିସନଙ୍କ ଦ୍ୱରା ଦଣ୍ଡିତ ହୋଇଥିଲେ। ନିର୍ବାଚନ କମିସନ ତାଙ୍କୁ ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିବାକୁ ବାସନ୍ଦ କରିଥିଲେ। ଆଜିର ଘଟଣା ହେଉଛି ଆଜମ୍‌ ଖାନଙ୍କ ପାଇଁ ଦ୍ୱିତୀୟ ଘଟଣା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe