ବିପୁଳ ଭୋଟ୍‌ ବ୍ୟବଧାନରେ କେନ୍ଦ୍ରାପଡ଼ା ଆସନ ଜିତିବ ବିଜେଡି: ଅନୁଭବ ମହାନ୍ତି

Advertisment
ବିପୁଳ ଭୋଟ୍‌ ବ୍ୟବଧାନରେ କେନ୍ଦ୍ରାପଡ଼ା ଆସନ ଜିତିବ ବିଜେଡି: ଅନୁଭବ ମହାନ୍ତି

The Viral Blaze

ଭୁବନେଶ୍ୱର: ବିଜୁ ଜନତା ଦଳ କେନ୍ଦ୍ରାପଡ଼ା ଆସନକୁ ବିପୁଳ ଭୋଟ୍‌ ବ୍ୟବଧାନରେ ଜିତିବ। ନିର୍ବାଚନ ଫଳାଫଳ ନେଇ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନରୁ ବିଜୁ ଜନତା ଦଳର ପ୍ରାର୍ଥୀ ଅନୁଭବ ମହାନ୍ତି ମଙ୍ଗଳବାର ‘କନକ ନ୍ୟୁଜ’କୁ ନିର୍ବାଚନୀ ଅଭିଜ୍ଞତା ସଂପର୍କରେ ଦୃଢ଼ୋକ୍ତିର ସହିତ କହିଛନ୍ତି।

ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି କହିଛନ୍ତି, ଆଗରୁ ଅନ୍ୟ ପାଇଁ ପ୍ରଚାର କରୁଥିଲି, ଏବେ ନିଜ ପାଇଁ ପ୍ରଚାର କଲି। ୨୦୧୯ ନିର୍ବାଚନ ୨ଟି ନୂଆ ଅଭିଜ୍ଞତା ନେଇ ଆସିଲା। ଜିତିଲେ କେନ୍ଦ୍ରାପଡ଼ାକୁ ଶ୍ରେଷ୍ଠ କରି ଗଢ଼ି ତୋଳିବି ବୋଲି ଅନୁଭବ କହିଛନ୍ତି ।

କେନ୍ଦ୍ରାପଡ଼ାରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ନେଇ ବିଜେଡି ପ୍ରାର୍ଥୀ ଅନୁଭବ କହିଛନ୍ତି, ଯେଉଁଠି ପ୍ରତିଯୋଗିତା ଥାଏ, ସେଠି ପ୍ରତିଦ୍ୱନ୍ଦୀ ଥାନ୍ତି। ଯେଉଁ ପ୍ରତିଦ୍ୱନ୍ଦୀଙ୍କ କଥା କହୁଛନ୍ତି, ସେ କେନ୍ଦ୍ରାପଡ଼ାବାସୀଙ୍କୁ ଠକିଛନ୍ତି। ସଂପୃକ୍ତ ସାଂସଦଙ୍କୁ ନେଇ କେନ୍ଦ୍ରାପଡ଼ାରେ ଆକ୍ରୋଶ ରହିଛି। ବିଜୁବାବୁଙ୍କ ପରିବାର ଯୋଗୁଁ ତାଙ୍କ ପରିବାର ମଣିଷ ହୋଇଛନ୍ତି। ଶେଷରେ ସେ ନବୀନବାବୁଙ୍କୁ ଧୋକ୍କା ଦେଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe