ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ : ଓଡ଼ିଶାର ୪ ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ଲାଗି ମତଦାନ କଲେ ଭୋଟର

Advertisment
ଅପରାହ୍ନ ୧ଟା ସୁଦ୍ଧା ରାଜ୍ୟରେ ୪୧ ପ୍ରତିଶତ ମତଦାନ; ୨୦ ମାଓ ଉପଦ୍ରୁତ  ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅପରାହ୍ଣ ୪ଟା ଯାଏଁ ଭୋଟ୍

ଭୁବନେଶ୍ବର : ଆରମ୍ଭ ହୋଇଛି ଭୋଟ୍। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇଛି । ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ମତଦାନର ୯୦ ମିନିଟ ପୂର୍ବରୁ ‘ମକ ପୋଲ୍’ ଅନୁଷ୍ଠିତ ହେବା ପରେ ମତଦାନ ଆରମ୍ଭ ହୋଇଛି। ଭୋଟରମାନଙ୍କ ଭିତରେ ଉତ୍ସାହ ଦେଖାଯାଇଛି। ଅନେକ ଭୋଟର ସକାଳ ୬ଟାରୁ ଆସି ମତଦାନ କେନ୍ଦ୍ରରେ ଧାଡ଼ି ଲଗାଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ମତଦାନ ଶାନ୍ତିପୂର୍ଣ୍ଣ ରହିଛି। ଖରା ହେଉଥିବାରୁ ବହୁ ଭୋଟର ସକାଳୁ ସକାଳୁ ଭୋଟଦାନ ଶେଷ କରିବା ଲାଗି ନିଜ ନିଜ ବୁଥରେ ଧାଡ଼ି ବାନ୍ଧିଛନ୍ତି।
କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁର ଲୋକସଭା ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି। ଆଜି ଓଡ଼ିଶାର ଭୋଟର ୨୬ ଲୋକସଭା ପ୍ରାର୍ଥୀ ଓ ୧୯୧ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ।

publive-image

ଉଲ୍ଲେଖଯୋଗ୍ୟ, ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁସାରେ, କଳାହାଣ୍ଡି ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ୭ଟି ଯାକ ବିଧାନସଭା ଆସନରେ ଅର୍ଥାତ୍ ନୂଆପଡା, ଖରିଆର, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ନର୍ଲା, ଭବାନୀପାଟଣାରେ ସକାଳ ୭ଟାରୁ ୪ଟା ଯାଏ ଭୋଟଗ୍ରହଣ ହେବ। ନବରଙ୍ଗପୁର ଲୋକସଭା ଅନ୍ତର୍ଗତ ୭ଟି ଆସନ ମଧ୍ୟରୁ କେବଳ ନବରଙ୍ଗପୁର ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟର ମତଦାନ କରିପାରିବେ। ଉମରକୋଟ, ଝରିଗାଁ, ଡାବୁଗାଁ, କୋଟପା଼ଡ, ମାଲକାନଗିରି ଓ ଚିତ୍ରକୋଣ୍ଡାରେ ଅପରାହ୍ନ ୪ଟା ଯାଏ ମତଦାନ ସମୟ ରହିଛି।

ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡି, ମୋହନାରେ ସନ୍ଧ୍ୟା ୬ଟା ଯାଏ ମତଦାନ ହେବ। କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜୟପୁର ବିଧାନସଭା ଆସନକୁ ଛାଡିଦେଲେ ଅନ୍ୟ ସବୁ ଆସନ ଯଥା ଗୁଣୁପୁର, ବିଷମ କଟକ, ରାୟଗଡା, ଲକ୍ଷ୍ମୀପୁର, କୋରାପୁଟ, ପଟ୍ଟାଙ୍ଗିରେ ମତଦାନ ସମୟ ୭ଟାରୁ ୪ଟା ଯାଏ ଧାର୍ଯ୍ୟ ହୋଇଛି। ଜୟପୁରରେ ଭୋଟର ୬ଟା ଯାଏ ମତଦାନ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe