ପୁରୀ: ନିର୍ବାଚନୀ ହିଂସାରେ ଜଣେ ଗୁରୁତର, ୪ ଆହତ

Advertisment
ପୁରୀ: ନିର୍ବାଚନୀ ହିଂସାରେ ଜଣେ ଗୁରୁତର, ୪ ଆହତ

Dhaka Tribune

ପୁରୀ: ପୁରୀ ଗିରଳରେ ଜଣେ ବିଜେଡି କର୍ମୀଙ୍କୁ ବିଜେପି କର୍ମୀ ଅଆକ୍ରମଣ କରି ରକ୍ତାକ୍ତ କରିଥିବା ଅଭିଯୋଗ ହୋଇଛି। ଉକ୍ତ ବିଜେଡି କର୍ମୀଙ୍କୁ ଗୁରୁତର ଅବସ୍ଥାରେ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ବିଜେଡି କର୍ମୀଙ୍କ ନାମ ରାଜେନ୍ଦ୍ର ବେହେରା ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜେଡି କର୍ମୀ ରାଜେନ୍ଦ୍ର ବେହେରା ଆଜି ଘରକୁ ଫେରୁଥିବା ସମୟରେ ବିଜେପି କର୍ମୀ ସଂଘବଦ୍ଧ ଭାବେ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଫଳରେ ରାଜେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ସ୍ଥାନୀୟଲୋକେ ପ୍ରାଥମିକ ଚିକିତ୍ସା ଦେବା ପରେ ପୁରୀ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ରାଜେନ୍ଦ୍ରଙ୍କୁ ଭେଟିବା ପାଇଁ ବିଧାୟକ ସଞ୍ଜୟ ଦାସ ବର୍ମା ମଧ୍ୟ ଡାକ୍ତରଖାନା ଆସିଥିଲେ।

ତେବେ ରାଜନ୍ଦ୍ରେ ବ୍ୟତୀତ ଭିନ୍ନଭିନ୍ନ ସ୍ଥାନରେ ଦଳୀୟ କର୍ମୀଙ୍କ ମଧ୍ୟର ନିର୍ବାଚନ ସମୟରେ ହିଂସା ଉପୁଜିଥିଲା। ବିକାଶ ନାଏକ ନାମକ ଜଣେ ବ୍ୟକ୍ତି ମଧ୍ୟ ଏହି ନିର୍ବାଚନୀ ହିଂସାର ଶିକାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe