ନିଜ ଦଳ ଉପରେ ବିରକ୍ତ ହେଲେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ

Advertisment
ନିଜ ଦଳ ଉପରେ ବିରକ୍ତ ହେଲେ କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ

(Photo Credits: IANS)

ନୂଆଦିଲ୍ଲୀ: ମହିଳାଙ୍କ ସହ ଠିକ୍‌ ବ୍ୟବହାର କରୁନଥିବା ଲୋକମାନଙ୍କ ବିରୋଧରେ ଦଳ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ବୋଲି କଂଗ୍ରେସ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଟ୍ଵିଟର୍‌ ଆକାଉଣ୍ଟ୍‌ରେ ଟ୍ଵିଟ୍‌ କରି କହିଛନ୍ତି ଯେ ‘ଏହା ଅତ୍ୟନ୍ତ ଦୁଃଖର କଥା ଯେ ଦଳ ପାଇଁ ମୁଁ ମୋ ରକ୍ତ, ଝାଳ ଏକାଠି କରି ଦେଇଥିବା ସତ୍ତ୍ୱେ ଦଳ ସେମାନଙ୍କୁ ନିଜ ସହ ରଖିଛି ଯେଉଁମାନେ ମୋତେ ଧମକ ଦେଉଛନ୍ତି।’

ସେ ଆହୁରି ବି ଲେଖିଛନ୍ତି କି ଯେଉଁମାନେ ଧମକ ଦେଇଥିଲେ ସେମାନେ ବର୍ତ୍ତି ଯାଇଛନ୍ତି। ବିନା କୌଣସି କାର୍ଯ୍ୟାନୁଷ୍ଠାନରେ ସେମାନଙ୍କର ଏପରି ବର୍ତ୍ତିଯିବା ବେଶ୍‌ ଦୁର୍ଭାଗ୍ୟଜନକ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପ୍ରିୟଙ୍କା ତାଙ୍କ ଟ୍ଵିଟ୍‌ରେ ଏକ ଚିଠି ବି ଯୋଡ଼ିଛନ୍ତି।

ଟ୍ଵିଟ୍‌ ମୁତାବକ, ଉତ୍ତରପ୍ରଦେଶର ମଥୁରାରେ ପ୍ରିୟଙ୍କା ଚତୁର୍ବେଦୀ ଦଳ ପକ୍ଷରୁ ରାଫେଲ୍‌ ବିମାନ ଚୁକ୍ତି ଉପରେ ସାମ୍ବାଦିକ ସମ୍ମିଳନୀ କରିବାକୁ ଆସିଥିଲେ ସେଠାରେ ସ୍ଥାନୀୟ କର୍ମୀ ତାଙ୍କୁ ଉଚିତ ବ୍ୟବହାର ଦେଖାଇ ନଥିଲେ ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe