ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅଧୀନରେ ଥିବା କ୍ଷୀରପୁର ନିକଟରେ ଥିବା କେନାଲକୁ ପାଣି ପିଇବାକୁ ଆସି ବଢ଼ି ଭୋରରୁ ଏକ ବଣୁଆ ହାତୀ କେନାଲ ଭିତରେ ଘଣ୍ଟାଏ ଧରି ଫସି ରହିଥିଲାl ପରେ କେନାଲର ତଳ ଅଂଚଳ ଅଡିଆପଡା ନିକଟରେ ଉପସ୍ଥିତ ବୁଦ୍ଧି ଲଗାଇ ହାତୀଟି ବାହାରକୁ ବାହାରି ଆସିଥିଲାl
ପରେ ବନ ବିଭାଗ ଖବର ପାଇ ହାତୀଟିକୁ ଜଙ୍ଗଲକୁ ଘଉଡ଼ାଇବାକୁ ଚେଷ୍ଟା କରୁଛିl ହାତୀଟି ଏଣେ ତେଣେ ଦୌଡୁଛି। ଏବେ ହାତୀଟି ବାହାଲ ଜମି ଭିତରେ ରହିଯାଇଛି। ଲୋକ ହାତୀଟିକୁ ଦେଖିବାକୁ ଯାଉଛନ୍ତି, ହେଲେ ହାତୀଟି ଭୟରେ ଜଙ୍ଗଲ ଭିତରକୁ ଯାଇ ପାରୁ ନାହିଁ l
Follow Us