Elephant Attack: ଦନ୍ତାର ଆତଙ୍କ: ୩ଜଣଙ୍କୁ ଦଳିଲା, ୩ ଗୁରୁତର

Advertisment

ଜଙ୍ଗଲକୁ କାଠ ଗୋଟାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି |  ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ବଳଦିଆ ବନ୍ଧ ସେକ୍ସନର ପାଟପୁରିଆ ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି

ଜଙ୍ଗଲକୁ କାଠ ଗୋଟାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି |  ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ବଳଦିଆ ବନ୍ଧ ସେକ୍ସନର ପାଟପୁରିଆ ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି

elephant.jpg

ଢେଙ୍କାନାଳ: ଜଙ୍ଗଲକୁ କାଠ ଗୋଟାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଯାଇଛି | 
ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ବଳଦିଆ ବନ୍ଧ ସେକ୍ସନର ପାଟପୁରିଆ ସଂରକ୍ଷିତ ଜଙ୍ଗଲରେ ଦନ୍ତା ହାତୀର ଆତଙ୍କ ଦେଖିବାକୁ ମିଳିଛି | କାଇମାଟି ଲୋଚାପଲି ଗାଁର ୧୫ ଜଣ ଜଙ୍ଗଲକୁ କାଠ ଗୋଟେଇବାକୁ ଯାଇଥିଲେ | ଦିନ ୧୧ଟା ସମୟରେ ଦନ୍ତା ହାତୀଟି ଅଚାନକ ୧୫ ଜଣଙ୍କୁ ଆକ୍ରମଣ କରିଥିଲା |

ଫଳରେ ୬ ଜଣ ଗୁରୁତର ହୋଇଥିଲେ ମାତ୍ର ଢ଼େଙ୍କାନାଳ ଡାକ୍ତରଖାନାକୁ ଆଣୁଥିବାବେଳେ ବାଟରେ ୩ ଜଣଙ୍କ ମୃତ୍ୟୁ ହୋଇଛି | ମୃତକ ୩ ଜଣ ହେଲେ ଇନ୍ଦୁମତି ପଧାନ, ଟୁନୀ ବେହେରା, କୁନ୍ତଳା ପଧାନ l ଆହତ ହୋଇଥିବା ମହିଳାମାନେ ହେଉଛନ୍ତି ରମା ଦେହୁରୀ, ରଶ୍ମିତା ପଧାନ , ଝିଲି ପଧାନ | ଏବେ ଗୁରୁତରଙ୍କର ଢେଙ୍କାନାଳ ଡାକ୍ତରଖାନାରେ ଚିକିତ୍ସା ଚାଲିଛି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe