Elephant attack :ହାତୀ ଆକ୍ରମଣରେ ଜଣେ ମୃତ

Advertisment

ଗତ ବିଳମ୍ବିତ ରାତ୍ରିରେ ନିଜର କର୍ମ ସାରି ଘରକୁ ଫେରିଲା ବେଳକୁ ଦନ୍ତା ହାବୁଡ଼ରେ ପଡି ବିଦ୍ୟୁତ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି। ମିସ୍ତ୍ରୀ ଜଣକ ହେଉଛନ୍ତି ସିକୋ ଫାଣ୍ଡି ଖଡ଼ି ପଦର ଗ୍ରାମର ଶଙ୍କର ରାଉତରାୟ ଓରଫ ହାବୁଲା (୩୫)ବୋଲି ସୂଚନା ମିଳୁଛି।

ଗତ ବିଳମ୍ବିତ ରାତ୍ରିରେ ନିଜର କର୍ମ ସାରି ଘରକୁ ଫେରିଲା ବେଳକୁ ଦନ୍ତା ହାବୁଡ଼ରେ ପଡି ବିଦ୍ୟୁତ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି। ମିସ୍ତ୍ରୀ ଜଣକ ହେଉଛନ୍ତି ସିକୋ ଫାଣ୍ଡି ଖଡ଼ି ପଦର ଗ୍ରାମର ଶଙ୍କର ରାଉତରାୟ ଓରଫ ହାବୁଲା (୩୫)ବୋଲି ସୂଚନା ମିଳୁଛି।

WhatsApp Image 2026-02-07 at 09.14.13

ନିରାକାରପୁର: ଗତ ବିଳମ୍ବିତ ରାତ୍ରିରେ ନିଜର କର୍ମ ସାରି ଘରକୁ ଫେରିଲା ବେଳକୁ ଦନ୍ତା ହାବୁଡ଼ରେ ପଡି ବିଦ୍ୟୁତ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣା ଯାଇଛି। ମିସ୍ତ୍ରୀ ଜଣକ ହେଉଛନ୍ତି ସିକୋ ଫାଣ୍ଡି ଖଡ଼ି ପଦର ଗ୍ରାମର ଶଙ୍କର ରାଉତରାୟ ଓରଫ ହାବୁଲା (୩୫)ବୋଲି ସୂଚନା ମିଳୁଛି। ସ୍ଥାନୀୟବାସୀଙ୍କ କହିବା କଥା  ମୃତ ହାବୁଲା ଜଣେ ବିଦ୍ୟୁତ କାରିଗର। ଏଣେ ତେଣେ କାର୍ଯ୍ୟକରି ନିଜର ଗୁଜୁରାଣ ମେଣ୍ଟାଉ ଥିଲା। ହେଲେ ଗତ ରାତିରେ ସେ ବଜାରରୁ ସାଇକେଲ ଯୋଗେ ଫେରୁଥିବା ବାଟରେ ହାତୀ ସହିତ ମୁହାଁ ମୁହିଁ ହୋଇଥିଲା।

ଘଟଣାସ୍ଥଳରେ ହାତୀ ଆକ୍ରମଣରେ ବେକଠାରୁ ମୁଣ୍ଡ ଛିଡି ଯାଇ ଖଣ୍ଡେ ଦୁରରେ ପଡିଛି। ଖବର ପାଇ ଗ୍ରାମବାସୀମାନଙ୍କର ହୋ ହଲ୍ଲା ପରେ ହାତୀଟି ଜଙ୍ଗଲ ଭିତରକୁ ପଳାଇ ଯାଇଛି। ଖବର ଲେଖା ହେବା ପର୍ଯ୍ୟନ୍ତ ବନ ବିଭାଗ ପହଞ୍ଚି ପାରି ନାହିଁ। ତେବେ କ୍ଷୟକ୍ଷତି ଦାବି କରି ସ୍ଥାନୀୟବାସୀଙ୍କ ପକ୍ଷରୁ ନିକଟସ୍ଥ ନୂଆଜଗନ୍ନାଥ ସଡ଼କ ଉପରେ ଟାୟାର ଜାଳି ଅବରୋଧ କରାଯାଇଛି। ଫଳରେ ଉଭୟ ପାର୍ଶ୍ୱ ରାସ୍ତାରେ ଦୀର୍ଘ ସମୟ ଧରି ଯାନବାହାନ ଅଟକି ରହିବା ଯୋଗୁଁ ପଥଚାରୀମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe