Elephant attack: ବନ କର୍ମଚାରୀଙ୍କ ସାମ୍ନାରେ ଦନ୍ତା ଆକ୍ରମଣରେ ଦୁଇ ଗୁରୁତର

Advertisment

ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ ଦେଖିବାକୁ ମିଳିଛି । ହାତୀଟି ଗଡନୃସିଂହପ୍ରସାଦ ଗ୍ରାମ ନିକଟରେ ଥିବାବେଳେ ବନବିଭାଗ ଲୋକମାନଙ୍କୁ ହାତୀ ନିକଟକୁ ନଯିବାକୁ ବାରଣ କରାଯାଇଥିଲା ।

ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ ଦେଖିବାକୁ ମିଳିଛି । ହାତୀଟି ଗଡନୃସିଂହପ୍ରସାଦ ଗ୍ରାମ ନିକଟରେ ଥିବାବେଳେ ବନବିଭାଗ ଲୋକମାନଙ୍କୁ ହାତୀ ନିକଟକୁ ନଯିବାକୁ ବାରଣ କରାଯାଇଥିଲା ।

Elephant

worker is in critical condition by attack of elephant Photograph: (sambad.in)

ଭୁବନ: ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ ଦେଖିବାକୁ ମିଳିଛି । ହାତୀଟି ଗଡନୃସିଂହପ୍ରସାଦ ଗ୍ରାମ ନିକଟରେ ଥିବାବେଳେ ବନବିଭାଗ ଲୋକମାନଙ୍କୁ ହାତୀ ନିକଟକୁ ନଯିବାକୁ ବାରଣ କରାଯାଇଥିଲା । କିନ୍ତୁ ଗଡନୃସିଂହପ୍ରସାଦ ଗ୍ରାମର କାଳିଆ ବେହେରା ବନବିଭାଗ କର୍ମଚାରୀଙ୍କ କଥାକୁ ଅମାନ୍ୟ କରି ଦେଖିବା ପାଇଁ ହାତୀ ନିକଟକୁ ଚାଲିଯାଇଥିଲା । ହଠାତ ହାତୀଟି ଆକ୍ରମଣ କରିଥିଲା । କାଳିଆ ବେହେରାକୁ ଶୁଣ୍ଢରେ ଟେକି ପେଟରେ ଗୋଡ ପକେଇ ଚାପି ଦେଇଥିଲା ।

ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ହାତୀ ଗୁରୁତର କାଳିଆକୁ ଛାଡି ପଳାଇଥିଲା । ଗୁରୁତରଙ୍କୁ ଭୁବନ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଗୁରୁତର କାଳିଆ ବେହେରାଙ୍କ ଅନ୍ତବୁଜୁଳା ବାହାରିଯାଇଥିବାବେଳେ ଅଧିକ ଚିକିତ୍ସା ପାଇଁ ତାଙ୍କ କଟକ ସ୍ଥାନାନ୍ତର କରାଯାଇଛି। ଏହା ପୂର୍ବରୁ ଡେଙ୍ଗାବାହାଳୀ ଗ୍ରାମର ଧନେଶ୍ବର କାଣ୍ଡି ଶୌଚ ହେବାକୁ ଯାଉଥିବା ସମୟରେ ଦନ୍ତା ହାବୁଡରେ ପଡିଯାଇଥିଲେ ।

ଦନ୍ତାଟି ଧନେଶ୍ବରଙ୍କୁ ଶୁଣ୍ଢରେ ଟାଣି ଆଣିବା ସମୟରେ ବିଲ ହୁଡା ଯୋଗୁଁ ଜୀବନ ବଞ୍ଚିଯାଇଥିଲା । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଧନେଶ୍ବରଙ୍କୁ ଭୁବନ ମେଡିକାଲକୁ ପଠାଇ ହାତୀଟିକୁ ଘଉଡାଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe