ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଆନ ଅଞ୍ଚଳରେ ହାତୀ ପଲ ନାକେଦମ କରି ରଖିଥିବା ବେଳେ ଆଜି ସକାଳୁ ସାହାଜବାହାଲ ବନ୍ଧୁପଡା ଗାଁରେଏକ ଗୋଠଛଡ଼ା ଦନ୍ତା ପଶି ଘର ଭାଙ୍ଗିବା ସହ ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିବାରୁ ବୃଦ୍ଧାଙ୍କର ଦୁଇ ହାତ ଭାଙ୍ଗିଯାଇ ଗୁରୁତର ଆହତ ହୋଇଛନ୍ତି। ଦନ୍ତାଟି ଗାଁ ଦାଣ୍ଡରେ ଦୌଡ଼ି ବୁଲିବା ଫଳରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ। ନିଜ ନିଜ ଘରର ତାଟି ଦେଇ ଘରେ ରହିଥିଲେ।
ତେବେ ଦନ୍ତାଟି ଗାଁର ଚାର୍ଲସ ବର୍ଲାଙ୍କ ଘର ଭାଙ୍ଗି ଭିତର କୁ ପଶିଲା ପରେ ବାରଣ୍ଡାରେ ବସିଥିବା ଚାର୍ଲସଙ୍କ ମାଆକୁ ଆକ୍ରମଣ କରିଥିଲା। ହାତୀ ଆକ୍ରମଣ କଲା ପରେ ଘର ଲୋକେ ହାତୀକୁ ଘଡାଇବାରୁ ହାତୀଟି ସାହାଜବାହାଲ ଗାଁରେ ପଶି ଯାଇଥିଲା। ଭୟର ଲୋକେ ହାତୀ ଗାଁରୁ ଯିବା ପର୍ଯ୍ୟନ୍ତ ତାଟି କବାଟ ଦେଇ ରହିଥିଲେ।
Follow Us