ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଯଉଁଭଉଁରା ଗ୍ରାମ ପଞ୍ଚାୟତର ବଘାରମୁଣ୍ଡାର କୁନ୍ତୀ ମୁଣ୍ଡାଙ୍କ ଘରକୁ ଗତକାଲି ସନ୍ଧ୍ୟାରେ ଏକ ଦନ୍ତା ହାତୀ ଆସି ପ୍ରଧାନମନ୍ତ୍ରୀ ଆବାସ ଗୃହକୁ ଭାଙ୍ଗି ଦେବା ସହ ଘରେ ଥିବା ଚାଉଳକୁ ଖାଇ ଦେଇଥିଲା। ଏହାଛଡ଼ା ଘରେ ଥିବା ବାସନକୁସନକୁ ବି ଦଳି ଦେଇଛି l
ଗତକାଲି ଏକ ଦନ୍ତା ହାତୀ ସନ୍ଧ୍ୟାରେ ଆସି ବଘାରମୁଣ୍ଡା ଗ୍ରାମର କୁନ୍ତୀ ମୁଣ୍ଡାଙ୍କ ଆବାସ ଗୃହକୁ ଭାଙ୍ଗିବାରେ ଲାଗିଥିଲା। ସେତେବେଳେ ପରିବାରଲୋକେ ଭୟରେ ଘର ଛାଡ଼ି ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିଲେ l ବନ ବିଭାଗର କର୍ମଚାରୀ କିଛି ଦୂରରେ ହାତୀର ଗତିଵିଧି ଜାଣିବା ପାଇଁ ଖବର ପାଇ ଯାଇଥିବା ବେଳେ ସେତେବେଳେ ଏହି ହାତୀକୁ ବନ ବିଭାଗ ତୁରନ୍ତ ଆକଟ କରି ନିଜ ହେପାଜତରେ ରଖିବାକୁ ଚଡେଇପଙ୍କର ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରର୍ଡିଆ ଦାବି କରିଛନ୍ତି l ଅନ୍ୟ ପଟେ କୁନ୍ତୀଙ୍କ ଖାଇବା ଚାଉଳ ହାତୀ ଖାଇ ଦେବା ଦ୍ୱାରା ଏବେ ଉପାସରେ କୁନ୍ତୀଙ୍କ ପରିବାର ରହିଥିବା ଜାଣି ପୂର୍ବତନ ସରପଞ୍ଚ ନିଜ ଘରୁ ୫ କେଜି ଚାଉଳ ମାଗଣାରେ ଦେଉଛନ୍ତି। ତୁରନ୍ତ ବ୍ଲକ ପ୍ରଶାସନ କୁନ୍ତୀଙ୍କ ପରିବାରକୁ ଖାଇବା ବ୍ୟବସ୍ଥା କରିବାକୁ ଦାବି ହେଉଛି l
ସୂଚନା ଅନୁସାରେ ଗତକାଲି ଏକ ଦନ୍ତା ହାତୀ ସନ୍ଧ୍ୟାରେ ଆସି ବଘାରମୁଣ୍ଡା ଗ୍ରାମର କୁନ୍ତୀ ମୁଣ୍ଡାଙ୍କ ଆବାସ ଗୃହକୁ ଭାଙ୍ଗିବାରେ ଲାଗିଥିଲା। ସେତେବେଳେ ପରିବାରଲୋକେ ଭୟରେ ଘର ଛାଡ଼ି ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିଲେ l ବନ ବିଭାଗର କର୍ମଚାରୀ କିଛି ଦୂରରେ ହାତୀର ଗତିଵିଧି ଜାଣିବା ପାଇଁ ଖବର ପାଇ ଯାଇଥିବା ବେଳେ ସେତେବେଳେ ଏହି ହାତୀକୁ ବନ ବିଭାଗ ତୁରନ୍ତ ଆକଟ କରି ନିଜ ହେପାଜତରେ ରଖିବାକୁ ଚଡେଇପଙ୍କର ପୂର୍ବତନ ସରପଞ୍ଚ ଦୁର୍ଯ୍ୟୋଧନ ପରର୍ଡିଆ ଦାବି କରିଛନ୍ତି l ଅନ୍ୟ ପଟେ କୁନ୍ତୀଙ୍କ ଖାଇବା ଚାଉଳ ହାତୀ ଖାଇ ଦେବା ଦ୍ୱାରା ଏବେ ଉପାସରେ କୁନ୍ତୀଙ୍କ ପରିବାର ରହିଥିବା ଜାଣି ପୂର୍ବତନ ସରପଞ୍ଚ ନିଜ ଘରୁ ୫ କେଜି ଚାଉଳ ମାଗଣାରେ ଦେଉଛନ୍ତି। ତୁରନ୍ତ ବ୍ଲକ ପ୍ରଶାସନ କୁନ୍ତୀଙ୍କ ପରିବାରକୁ ଖାଇବା ବ୍ୟବସ୍ଥା କରିବାକୁ ଦାବି ହେଉଛି l
elephant
Follow Us