ରାତିରେ ଉତ୍ପାତ କଲା ଦନ୍ତା,  ଭାଙ୍ଗିଲା ୬ ଘର

Advertisment

ବଣାଇ ଅଂଚଳରେ ଗୋଠଛଡା ଦନ୍ତା ହାତୀ ଦୀର୍ଘ ଦିନ ହେଲା ଉତ୍ପାତ ଚଳାଇ ଥିବା ବେଳେ ଜକେଇକଲାଲl, ବଣାଇ, ଗୋଗୁଆ, କେନାଭେଟା, ଗୋବିନ୍ଦ ପୁର ପଂଚାୟତବାସୀ ଏବେ ଚିନ୍ତାରେ।

ବଣାଇ ଅଂଚଳରେ ଗୋଠଛଡା ଦନ୍ତା ହାତୀ ଦୀର୍ଘ ଦିନ ହେଲା ଉତ୍ପାତ ଚଳାଇ ଥିବା ବେଳେ ଜକେଇକଲାଲl, ବଣାଇ, ଗୋଗୁଆ, କେନାଭେଟା, ଗୋବିନ୍ଦ ପୁର ପଂଚାୟତବାସୀ ଏବେ ଚିନ୍ତାରେ।

Untitled789

ରାଉରକେଲା: ବଣାଇ ଅଂଚଳରେ ଗୋଠଛଡା ଦନ୍ତା ହାତୀ ଦୀର୍ଘ ଦିନ ହେଲା ଉତ୍ପାତ ଚଳାଇ ଥିବା ବେଳେ ଜକେଇକଲାଲl, ବଣାଇ, ଗୋଗୁଆ, କେନାଭେଟା, ଗୋବିନ୍ଦ ପୁର ପଂଚାୟତବାସୀ ଏବେ ଚିନ୍ତାରେ। ଗତ ଦୁଇ ଦିନ ତଳେ ଜାତୀୟ ରାଜପଥ ଗୋବିନ୍ଦପୁର, ଦରେଇକଲା ନିକଟରେ ରାସ୍ତାରେ ଯାଉଥିବା ବେଳେ କାଲି ରାତିରେ ଏହି ହାତୀ ଗାଁମୁହାଁ ହୋଇ ଗୋବିନ୍ଦପୁର ପଂଚାୟତର ଘୁଷୁରା, ପତ୍ରାପାଲି, ଗୋପୀନାଥପୁର, ନରସିଂହପୁର ଗାଁରେ ପଶି ପ୍ରାୟ ୩ରୁ ୪ଟି ଘର ଭାଙ୍ଗିବା ସହିତ ଘରେ ଥିବା ଧାନ ଚାଉଳ ନଷ୍ଟ କରିଛି।

ବନ ବିଭାଗ ହାତୀକୁ ରାତିରେ ଅନ୍ୟତ୍ର ଖୋଜୁଥିବା ବେଳେ ବନ ବିଭାଗକୁ ଚକମା ଦେଖାଇ ଏହି ଗାଁକୁ ଆସି ଯାଇଥିଲା। ଏହି ହାତୀ ଅଂଚଳବାସୀଙ୍କ ନିଦ ହଜାଇ ଦେଇଛି। ହାତୀ ଯୋଗୁ ରାତିସାରା ପିଲାଛୁଆ ଧରି ଅନିଦ୍ରା ହେବାକୁ ପଡୁଛି, ହାତୀଟି ଦିନରେ ଧରଣୀଧର ପାଲିରେ ରହୁଥିବା ବେଳେ ରାତିରେ ବାହାରି ବିଭିନ୍ନ ଗାଁରେ ପଶି ଘରଦ୍ୱାର ଭାଙ୍ଗିବା ସହିତ ଫସଲ ନଷ୍ଟ କରୁଛି ଏହି ହାତୀ ଲାଗି ବନ ବିଭାଗ ଯେତିକି ହଇରାଣ ଗାଁଵାଲା ତାଠୁ ଅଧିକ ହଇରାଣ ହେଉଛନ୍ତି। ଅନ୍ୟତ୍ର ଯିବାକୁ ନା ଧରୁନି ହାତୀ, ସେପଟେ କୋଇଡା ରେଞ୍ଜର ଗୋଟିକିଆ ଉତ୍ପାତିଆ ହାତୀକୁ ରେଡିଓ କଲାରିଙ୍ଗ ଲଗାଯାଇଥିବା ବେଳେ ତୋଡ଼ା ଅଂଚଳର ଗାଁମୁହାଁ ହୋଇ ଫସଲ ନଷ୍ଟ କରୁଛି। ଆମେ ଗରିବ ଲୋକ କେମିତି ରହିବୁ ଆମକୁ ସାହାଯ୍ୟ କର ବୋଲି କହିଛନ୍ତି କ୍ଷତିଗ୍ରସ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe