ଧରାପଡ଼ିଲା ନରହନ୍ତା ହାତୀ

ଧରାପଡ଼ିଲା ନରହନ୍ତା ହାତୀ

ବାରଙ୍ଗ/ଚଣ୍ଡିଖୋଲ : ଚଣ୍ଡିଖୋଲ ଅଞ୍ଚଳରେ ଉତ୍ପାତ କରୁଥିବା ନରହନ୍ତା ମାଖନା ହାତୀକୁ ମହାକାଳପଡ଼ା ଅଞ୍ଚଳରୁ କାବୁ କରିଛନ୍ତି ଜଙ୍ଗଲ ବିଭାଗ କର୍ମଚାରୀ । ହାତୀକୁ ଧରିବାକୁ ଯାଇଥିଲେ ନନ୍ଦନକାନନ ଓ ଚନ୍ଦକାରୁ ୫ ଜଣିଆ ଦଳ। ଦଳରେ ସାମିଲ ଥିଲେ ଏଲଆଇ ସନ୍ତୋଷ ଗୁପ୍ତା, ଟ୍ରାଙ୍କୁଲାଇଜ୍‌ ବିଶେଷଜ୍ଞ ଫରେଷ୍ଟ ଗାର୍ଡ ରାମଚନ୍ଦ୍ର କାଣ୍ଡୀ, ଦୁଷ୍ମନ୍ତ ନାଏକ ଓ ଦୁଇ ମାହୁନ୍ତ ରାଜୁ ବେହେରା ଓ ଶ୍ୟାମ ସିଂ।

ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ କ୍ରେନ ସାହାଯ୍ୟରେ ଲଦି ଚଣ୍ଡୀଖୋଲ ଜଙ୍ଗଲକୁ ଛାଡିବା ପାଇଁ ନିଆଯାଉଛି। ମାଖନା ହାତୀଟିର ବୟସ ପ୍ରାୟ ୨୦ ବର୍ଷ ହେବ। ସେ ନିଶ୍ଚିନ୍ତକୋଇଲି ଅଞ୍ଚଳର ୨ଜଣଙ୍କୁ ଆକ୍ରମଣ କରି ମାରିବା ସହିତ ୨ଜଣଙ୍କୁ ଗୁରୁତର କରିଥିଲା । ଏହି ହାତୀ ବ୍ୟାପକ ଫସଲ ମଧ୍ୟ କ୍ଷୟକ୍ଷତି କରିଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe