ବୃଦ୍ଧାଙ୍କୁ ଦଳିଦେଲା ହାତୀ

Advertisment

ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ସ୍ୱୟମ୍ବା ପଞ୍ଚାୟତର ମୋଟୁ ହନୁମାନ ଗ୍ରାମରେ ଏକ ହାତୀ ଜଣେ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡ଼ି ମାରିଦେଇଛି। ମୃତ ବୃଦ୍ଧା ଜଣଙ୍କ ମୋଟୁହନୁମାନ ଗ୍ରାମର କୁଳମଣି ଗୁଡ଼ିଆ(୬୩)। 

ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ସ୍ୱୟମ୍ବା ପଞ୍ଚାୟତର ମୋଟୁ ହନୁମାନ ଗ୍ରାମରେ ଏକ ହାତୀ ଜଣେ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡ଼ି ମାରିଦେଇଛି। ମୃତ ବୃଦ୍ଧା ଜଣଙ୍କ ମୋଟୁହନୁମାନ ଗ୍ରାମର କୁଳମଣି ଗୁଡ଼ିଆ(୬୩)। 

elephant

ଲହୁଣିପଡ଼ା: ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅନ୍ତର୍ଗତ ସ୍ୱୟମ୍ବା ପଞ୍ଚାୟତର ମୋଟୁ ହନୁମାନ ଗ୍ରାମରେ ଏକ ହାତୀ ଜଣେ ବୃଦ୍ଧାଙ୍କୁ ଶୁଣ୍ଢରେ କଚାଡ଼ି ମାରିଦେଇଛି। ମୃତ ବୃଦ୍ଧା ଜଣଙ୍କ ମୋଟୁହନୁମାନ ଗ୍ରାମର କୁଳମଣି ଗୁଡ଼ିଆ(୬୩)।  ରାତି‌ରେ ଏକ ହାତୀପଲ ଗାଁକୁ ପଶି କୁଳମଣି ଗୁଡ଼ିଆଙ୍କ ଘରକାନ୍ଥ ଭାଙ୍ଗି ଧାନଚାଉଳ ଖାଇଥିଲେ। କାନ୍ଥ ଭାଙ୍ଗିବା ସମୟରେ କୁଳମଣି ନିଦରୁ ଉଠି ଆତ୍ମରକ୍ଷା ପାଇଁ ପଡ଼ୋଶୀଙ୍କ ଘର ଆଡ଼କୁ ଦୌଡ଼ିବାକୁ ଉଦ୍ୟମ କରିଥିଲେ। ଏତିକିବେଳେ ଦ୍ବାରମୁହଁରେ ଥିବା ଏକ ହାତୀଟି ତାଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିଲା।

ରାତି‌ରେ ଏକ ହାତୀପଲ ଗାଁକୁ ପଶି କୁଳମଣି ଗୁଡ଼ିଆଙ୍କ ଘରକାନ୍ଥ ଭାଙ୍ଗି ଧାନଚାଉଳ ଖାଇଥିଲେ। କାନ୍ଥ ଭାଙ୍ଗିବା ସମୟରେ କୁଳମଣି ନିଦରୁ ଉଠି ଆତ୍ମରକ୍ଷା ପାଇଁ ପଡ଼ୋଶୀଙ୍କ ଘର ଆଡ଼କୁ ଦୌଡ଼ିବାକୁ ଉଦ୍ୟମ କରିଥିଲେ। ଏତିକିବେଳେ ଦ୍ବାରମୁହଁରେ ଥିବା ଏକ ହାତୀଟି ତାଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ କୁଳମଣିଙ୍କ ମୃତ୍ୟୁ ହୋଇଥିଲା। ପରେ ଗାଁ ଲୋକେ ପାଟିତୁଣ୍ଡ କରିବା ସହ ନିଆଁହୁଳା ଦେଖାଇବାରୁ ହାତୀପଲ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଖବର ପାଇ ସକାଳେ ବନ ବିଭାଗର ଅଧିକାରୀଙ୍କ ସମେତ କେବଲାଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରିଥ‌ିଲେ। କ୍ଷତିପୂରଣ ବାବଦକୁ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା।

 ପରେ ଗାଁ ଲୋକେ ପାଟିତୁଣ୍ଡ କରିବା ସହ ନିଆଁହୁଳା ଦେଖାଇବାରୁ ହାତୀପଲ ଘଟଣାସ୍ଥଳରୁ ପଳାଇଯାଇଥିଲେ। ଖବର ପାଇ ସକାଳେ ବନ ବିଭାଗର ଅଧିକାରୀଙ୍କ ସମେତ କେବଲାଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ତଦନ୍ତ କରିଥ‌ିଲେ। କ୍ଷତିପୂରଣ ବାବଦକୁ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe