ତେଲକୋଇ: ଗତକାଲି ବିଳମ୍ବିତ ରାତି ସାଢେ ଗୋଟାଏ ବେଳେ ଖାଦ୍ୟ ଅନ୍ୱେଷଣରେ କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପାଟଖଳି ଗାଁକୁ ପଶି ଆସିଥିଲେ ହାତୀପଲ। ତେବେ ଗ୍ରାମବାସୀ ହୋହଲ୍ଲା କରି ତଡ଼ି ଦେଇଥିଲେ। ଗ୍ରାମର ସ୍ବର୍ଗତ ତ୍ରିଲୋଚନ ଦଳନାୟକଙ୍କ ଏକ ଅନାବନା ଗଛଲତା ବୁଦାରେ ଘୋଡାଇ ହୋଇ ରହିଥିବା ଅବ୍ୟବହୃତ ଖୋଲା କୂଅରେ ପଡ଼ି ଯାଇଥିଲା ଏକ ୧୭/୧୮ ବର୍ଷର ମାଈ ହାତୀ।
ସ୍ଥାନୀୟ ଭାରତୀୟ ବନ୍ୟପ୍ରାଣୀ ସୁରକ୍ଷା ସମିତି ସୁପରଭାଇଜର ମନୋରଞ୍ଜନ ମହାନ୍ତ ଘଟଣା ସମ୍ପର୍କରେ ଫରେଷ୍ଟର ଓ ରେଞ୍ଜରକୁ ଖବର ଦେବା ପରେ ରାତି ସାଢେ ୩ଟା ବେଳେ ଜେସିବି ମେସିନ ସାହାଯ୍ୟରେ ହାତୀକୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏହି ଦଳରେ ୧୦ଟି ହାତୀ ରହିଥିବା ବେଳେ ଏବେ ତେଲକୋଇ ରେଞ୍ଜରେ ୨୪ଟି ହାତୀ ରହିଥିବା ଜଣାପଡିଛି।
ଏବେ ଉଦ୍ଧାର ହାତୀଟି ବେଣାମୁଣ୍ଡା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ମଣିପୁର ଜଙ୍ଗଲରେ ହାତୀପଲଙ୍କ ସହିତ ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us