ରାଜରାସ୍ତା ଡିଭାଇଡର୍ ଭାଙ୍ଗିଲେ ହାତୀ, ଭୟରେ ଗ୍ରାମବାସୀ

Advertisment

ରାସ୍ତା ଡିଭାଇଡର୍ ଭାଙ୍ଗିଲେ ହାତୀ, ଭୟରେ ଗ୍ରାମବାସୀ। ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ଅନନ୍ତପୁର ଛକରେ। ସ୍ଥାନୀୟ ଅଞ୍ଚଳରେ କିଛି କ୍ଷୟକ୍ଷତି ଘଟି ନଥିବା ଜଣାପଡ଼ିଛି ।

ରାସ୍ତା ଡିଭାଇଡର୍ ଭାଙ୍ଗିଲେ ହାତୀ, ଭୟରେ ଗ୍ରାମବାସୀ। ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ଅନନ୍ତପୁର ଛକରେ। ସ୍ଥାନୀୟ ଅଞ୍ଚଳରେ କିଛି କ୍ଷୟକ୍ଷତି ଘଟି ନଥିବା ଜଣାପଡ଼ିଛି ।

elephants

ଭୁବନ: ରାସ୍ତା ଡିଭାଇଡର୍ ଭାଙ୍ଗିଲେ ହାତୀ, ଭୟରେ ଗ୍ରାମବାସୀ। ଘଟଣାଟି ଘଟିଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଦେଇ ଯାଇଥିବା ଜାତୀୟ ରାଜପଥ ୫୩ ଅନନ୍ତପୁର ଛକରେ।

ସୂଚନାରୁ ଜଣାପଡ଼ିଛି ଗତ ୮ ଦିନ ପୂର୍ବରୁ ଗୋଟିଏ ଦନ୍ତା ଏବଂ ଗୋଟିଏ ମାଈ ହାତୀ ଷଡ଼ଙ୍ଗୀ ରେଞ୍ଜ ଜଙ୍ଗଲ ଅଞ୍ଚଳରୁ ଆସି ଭୁବନ ସ୍ଥିତ ଭାରତୀ ପାହାଡ଼ରେ ଥିଲେ। ତେବେ ଆଜି ସକାଳ ସମୟରେ ହଠାତ୍ ଦୁଇଟିଯାକ ହାତୀ ରାଜରାସ୍ତା ଉପରକୁ ଆସି ଅନନ୍ତପୁର ଗ୍ରାମ ଆଡ଼କୁ ପଳାଇଯାଇଥିଲେ। ରାସ୍ତା ପାର ହେବା ସମୟରେ ରାସ୍ତା ଉପରେ ଲାଗିଥିବା ଡିଭାଇଡର୍ କୁ ଭାଙ୍ଗିଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ କିଛି କ୍ଷୟକ୍ଷତି ଘଟି ନଥିବା ଜଣାପଡ଼ିଛି ।

ଶେଷ ଖବର ସୁଦ୍ଧା ହାତୀ ଦୁଇଟି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ପୋବଳ ଜଙ୍ଗଲକୁ ଚାଲିଯାଇଥିବା ବେଳେ ସେଠାରେ ସୁକିନ୍ଦା ବନ ବିଭାଗ ଏବଂ ଗ୍ରାମବାସୀ ହାତୀଙ୍କୁ ଜଗି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe