ହାତୀ ଉଜାଡ଼ିଲେ ଧାନ ଫସଲ

Advertisment

ଖରିଫ ଓ ରବି ଋତୁରେ ବହୁ ପରିମାଣରେ ଧାନ ଫସଲ ନଷ୍ଟ କରୁଥିବା ବେଳେ ଅନ୍ୟ ସମୟରେ ଘର ଭାଙ୍ଗି ଘର ଭିତରେ ଥିବା ଧାନ ଚାଉଳ ଖାଇବା ସହିତ ଆସବାବପତ୍ର ନଷ୍ଟ କରୁଛନ୍ତି। ଆଜକୁ ୧୫ ଦିନରୁ ଅଧିକ ହେବ ଏକ ୨୮ ଦଳିଆ ହାତୀପଲ ଚମ୍ପୁଆ ବ୍ଲକର ବିଭିନ୍ନ ଗ୍ରାମରେ ଧାନ ଫସଲ ନଷ୍ଟକରି ଚାଲିଛନ୍ତି।

ଖରିଫ ଓ ରବି ଋତୁରେ ବହୁ ପରିମାଣରେ ଧାନ ଫସଲ ନଷ୍ଟ କରୁଥିବା ବେଳେ ଅନ୍ୟ ସମୟରେ ଘର ଭାଙ୍ଗି ଘର ଭିତରେ ଥିବା ଧାନ ଚାଉଳ ଖାଇବା ସହିତ ଆସବାବପତ୍ର ନଷ୍ଟ କରୁଛନ୍ତି। ଆଜକୁ ୧୫ ଦିନରୁ ଅଧିକ ହେବ ଏକ ୨୮ ଦଳିଆ ହାତୀପଲ ଚମ୍ପୁଆ ବ୍ଲକର ବିଭିନ୍ନ ଗ୍ରାମରେ ଧାନ ଫସଲ ନଷ୍ଟକରି ଚାଲିଛନ୍ତି।

paddy field

ଚମ୍ପୁଆ: ଚମ୍ପୁଆ ବ୍ଲକ ହାତୀମାନଙ୍କ କରିଡ଼ର ଭାବେ ପରିଚିତ ଥିବାବେଳେ ବର୍ଷସାରା ହାତୀମାନଙ୍କ ଉତ୍ପାତ ଏଠାରେ ଜାରି ରହିଛି । ଖରିଫ ଓ ରବି ଋତୁରେ ବହୁ ପରିମାଣରେ ଧାନ ଫସଲ ନଷ୍ଟ କରୁଥିବା ବେଳେ ଅନ୍ୟ ସମୟରେ ଘର ଭାଙ୍ଗି ଘର ଭିତରେ ଥିବା ଧାନ ଚାଉଳ ଖାଇବା ସହିତ ଆସବାବପତ୍ର ନଷ୍ଟ କରୁଛନ୍ତି। ଆଜକୁ ୧୫ ଦିନରୁ ଅଧିକ ହେବ ଏକ ୨୮ ଦଳିଆ ହାତୀପଲ ଚମ୍ପୁଆ ବ୍ଲକର ବିଭିନ୍ନ ଗ୍ରାମରେ ଧାନ ଫସଲ ନଷ୍ଟକରି ଚାଲିଛନ୍ତି। ଏହି ହାତୀଦଳରୁ ଗୋଟିଏ ଦନ୍ତାହାତୀ ଅଲଗାହୋଇ କେତେବେଳେ କେଉଁ  ଗାଆଁରେ ପଶି ଘରଭାଙ୍ଗି ଧାନଚାଉଳ ଖାଇ ନଷ୍ଟ କରିଥିଲା ବେଳେ  ବନ ବିଭାଗ ତାର ଟେର୍‌ ପାଇପାରୁ ନାହିଁ। ଯାହାଫଳରେ ଦନ୍ତାହତୀଟି ମନଇଚ୍ଛା ଉତ୍ପାତ ଜାରି ରଖିଛି।

ଅନ୍ୟ ୨୭ ଦଳିଆ ହାତୀପଲ ଗତକାଲିଠାରୁ ବନିକା ବିଟ୍‌ର ବନିକା ଗ୍ରାମ ଜଙ୍ଗଲରେ ରହି ବନିକା ଓ ଟିଆଁଶିପଶି ଗ୍ରାମରେ ଦିନ ଏବଂ ରାତିରେ ଧାନ ବିଲରେ ପଶି  ବହୁ ପରିମାଣରେ ଧାନ ଗଛକୁ ଖାଇବା ସହିତ ଧାନଗଛ ଦଳି ନଷ୍ଟ କରୁଛନ୍ତି।  ଟିଆଁଶିପଶି ଗ୍ରାମର କାଙ୍ଗାଳି ମହାରଣା, ମଙ୍ଗଲ ସିଂ, ଶ୍ରୀନିବାସ ମହାକୁଡ଼, ହରିହର ବେହେରା, ରମେଶ ସିଂହ, ରଙ୍ଗାଧର ସିଂହ,  ବନିକା ଗ୍ରାମର ହିରାଳାଲ ମହାନ୍ତ,  କ୍ଷିରୋଦ ମହାନ୍ତ, ଲୋଚନ ମହାନ୍ତ, ଜନାର୍ଦନ ମହାନ୍ତ, ପୂର୍ଣ୍ଣ ଚନ୍ଦ୍ର ସିଂହ, ନିରଞ୍ଜନ ସିଂହ, ବିନୟ ଟାଇସନ୍, ମୋନହର ବେହେରା, ମାନ ଗୋବିନ୍ଦ ମହାନ୍ତ, ସଚ୍ଚିକାନ୍ତ ମହାନ୍ତ ଓ କର୍ମୁ ମହନ୍ତଙ୍କ ଏକର ଏକର ଧାନ ଫସଲ
ନଷ୍ଟ କରିଥିବା ଜଣାପଡ଼ିଛି। ଗୋଠଛଡା ଦନ୍ତାହାତୀଟି  ରାତିରେ ବାସୁଦେବପୁର ଗ୍ରାମର ହାତୀମୁଣ୍ଡା ଓ ଟିଆଁସିପଶି ଗ୍ରାମର ମନୋଜ ସିଂହଙ୍କ ଘର ଭାଙ୍ଗିଥିବା ଜଣାପଡ଼ିଛି। ବନ ବିଭାଗର କର୍ମଚାରୀମାନେ ହାତୀମାନଙ୍କ ପିଛାରେ ରହିଥିଲେ ହେଁ, ଧାନ ଫସଲକୁ ସୁରକ୍ଷା ଦେଇପାରୁନଥିବାରୁ  ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe