ପୁଣି ସୀମାନ୍ତରେ ମାତିଲେ ଝାଡ଼ଖଣ୍ଡ ହାତୀପଲ, ବିଲରେ ଚା‌ଷୀଙ୍କୁ ଦଳିଦେଲେ

Advertisment

ହାତୀପଲ ଚିତାପେଡ଼ି ପଞ୍ଚାୟତର କୁଲାବେଡା ଗ୍ରାମ ଜାମଟୋଲି ବସ୍ତିର ବେଲାସ ଏକ୍କା (୪୮)ଙ୍କୁ ଧାନବିଲରେ ଶୁଣ୍ଢରେ କଚାଡ଼ି ମାରିଦେଇଛି। ଖବର ପାଇ ବିଶ୍ରା ବନାଞ୍ଚଳର ବନପାଳ ପାଉଲୁସ ଓରାମ, ବିଜୟ କଲ୍ଲେର ଏବଂ ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Updated On

ହାତୀପଲ ଚିତାପେଡ଼ି ପଞ୍ଚାୟତର କୁଲାବେଡା ଗ୍ରାମ ଜାମଟୋଲି ବସ୍ତିର ବେଲାସ ଏକ୍କା (୪୮)ଙ୍କୁ ଧାନବିଲରେ ଶୁଣ୍ଢରେ କଚାଡ଼ି ମାରିଦେଇଛି। ଖବର ପାଇ ବିଶ୍ରା ବନାଞ୍ଚଳର ବନପାଳ ପାଉଲୁସ ଓରାମ, ବିଜୟ କଲ୍ଲେର ଏବଂ ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

ଅଦ୍ୟତନ ହୋଇଛି
ଭାଲୁମୁଣ୍ଡାରେ ହାତୀ ଉପଦ୍ରବ :ଘର ଭାଙ୍ଗିଲେ, ଅଳ୍ପକେ ବର୍ତିଲେ ଦମ୍ପତି

ନୂଆଗାଁ: ନୂଆଗାଁ ବ୍ଲକ୍‌ ସୀମାନ୍ତରେ ହାତୀପଲଙ୍କ ଉପଦ୍ରବ ଏବେ ଚରମସୀମାରେ ପହଞ୍ଚିଛି। ଗତ କିଛିଦିନ ହେଲା ଏହିସବୁ ଅଞ୍ଚଳରେ ଝାଡ଼ଖଣ୍ଡ ହାତୀପଲ ପାଚିଲା ଧାନ ବିଲଗୁଡ଼ିକରେ ପଶି ଦଳିଚକଟି ନଷ୍ଟ କରୁଥିବା ପରିଲକ୍ଷିତ ହେଉଛି। ଗତକାଲି ରାତିରେ ଏହି ହାତୀପଲ ଚିତାପେଡ଼ି ପଞ୍ଚାୟତର କୁଲାବେଡା ଗ୍ରାମ ଜାମଟୋଲି ବସ୍ତିର ବେଲାସ ଏକ୍କା (୪୮)ଙ୍କୁ ଧାନବିଲରେ ଶୁଣ୍ଢରେ କଚାଡ଼ି ମାରିଦେଇଥିବା ସୂଚନା ମିଳିଛି। ଖବର ପାଇ ବିଶ୍ରା ବନାଞ୍ଚଳର ବନପାଳ ପାଉଲୁସ ଓରାମ, ବିଜୟ କଲ୍ଲେର, ବନ କର୍ମଚାରୀ ସୁନୀଲ ମିଞ୍ଜ ଏବଂ ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛନ୍ତି।

କୁଲାବେଡା ଗ୍ରାମର ବେଲାସ ହାତୀଦାଉରୁ ନିଜ ଫସଲକୁ ରକ୍ଷା କରିବାକୁ ଜଗିଥିଲେ, ହେଲେ ରାତିରେ ଏକ ୨୨ ଟିକିଆ ହାତୀପଲ କୁଲାବେଡା ଗ୍ରାମକୁ ପଶିଥିଲେ। ବିଭିନ୍ନ ଚାଷ ଜମିରେ ପଶି ଫସଲ ନଷ୍ଟ କରିବା ସହ ଅମଳ ହେବାକୁ ଥିବା ଧାନ ଫସଲକୁ ମାଡ଼ିଦଳି ନଷ୍ଟ କରୁଥିଲେ। ଖବର ପାଇ ଗାଁ ଲୋକେ ନିଦରୁ ଉଠି ହାତୀପଲଙ୍କୁ ଘଉଡ଼େଇବାକୁ ଉଦ୍ୟମ କରିଥିଲେ। ଗାଁ ଲୋକେ ଦୁଇ ଦଳହୋଇ ହାତୀପଲଙ୍କୁ ଘଉଡ଼ାଉ ଥିଲେ। ହେଲେ ଏହି ସମୟରେ ବେଲାସ ଗୋଟେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ବିଲ ମଝିରେ ହିଁ ଶୁଣ୍ଢରେ କଚାଡ଼ି ପାଦରେ ଦଳିଦେଇଥିଲା।

ସୂଚନା ମୁତାବକ, କୁଲାବେଡା ଗ୍ରାମର ବେଲାସ ହାତୀଦାଉରୁ ନିଜ ଫସଲକୁ ରକ୍ଷା କରିବାକୁ ଜଗିଥିଲେ, ହେଲେ ରାତିରେ ଏକ ୨୨ ଟିକିଆ ହାତୀପଲ କୁଲାବେଡା ଗ୍ରାମକୁ ପଶିଥିଲେ। ବିଭିନ୍ନ ଚାଷ ଜମିରେ ପଶି ଫସଲ ନଷ୍ଟ କରିବା ସହ ଅମଳ ହେବାକୁ ଥିବା ଧାନ ଫସଲକୁ ମାଡ଼ିଦଳି ନଷ୍ଟ କରୁଥିଲେ। ଖବର ପାଇ ଗାଁ ଲୋକେ ନିଦରୁ ଉଠି ହାତୀପଲଙ୍କୁ ଘଉଡ଼େଇବାକୁ ଉଦ୍ୟମ କରିଥିଲେ। ଗାଁ ଲୋକେ ଦୁଇ ଦଳହୋଇ ହାତୀପଲଙ୍କୁ ଘଉଡ଼ାଉ ଥିଲେ। ହେଲେ ଏହି ସମୟରେ ବେଲାସ ଗୋଟେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ବିଲ ମଝିରେ ହିଁ ଶୁଣ୍ଢରେ କଚାଡ଼ି ପାଦରେ ଦଳିଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନାଯୋଗ୍ୟ ଯେ ଏହି ୨୨ଟିକିଆ ହାତୀପଲ ବିଶ୍ରା ବନାଞ୍ଚଳ ସମେତ ସୀମାନ୍ତରେ ଆତଙ୍କ ଖେଳିଯାଇଛି। ଦିନରେ ଜଙ୍ଗଲରେ ରହୁଛନ୍ତି, ସଂଧ୍ୟାହେଲେ ଗାଁ, ଚାଷଜମିରେ ପଶି ଧନ, ଜୀବନ ନଷ୍ଟ କରୁଛନ୍ତି। ବର୍ତମାନ ଏହି ହାତୀପଲ ନୂଆଗାଁ ବ୍ଲକ୍‌ ଚିତାପେଡି ପଞ୍ଚାୟତର ସୀମାବର୍ତ୍ତୀ କୁଦାହୁଡାଙ୍ଗ ଜଙ୍ଗଲରେ ଲୁଚି ରହିଛନ୍ତି। ବର୍ତମାନ ଗାଁ, ଗାଁରେ ଧାନ ଅମଳ ସମୟ ଥିବାବେଳେ ଚାଷୀମାନେ ବ୍ୟାପକ ଅଞ୍ଚଳରେ ପନିପରିବା ଚାଷ ମଧ୍ୟ କରିଛନ୍ତି। କିନ୍ତୁ ହାତୀଙ୍କ ଏଭଳି ଜୁଲମ୍‌ ସେମାନଙ୍କୁ ଚିନ୍ତାରେ ପକେଇ ଦେଇଛି। ବନବିଭାଗ ଏନେଇ କୌଣସି ସ୍ଥାୟୀ ପ୍ରତିକାର ନ କଲେ ଅଞ୍ଚଳରେ ହାତୀ ଉପଦ୍ରବ ଏମିତି ବଢ଼ି ଚାଲିଥିବ ଏବଂ ଅଞ୍ଚଳରେ ଧନ, ଜୀବନ ନଷ୍ଟ ହେଉଥିବ। ଏ ଦିଗରେ ବନଖଣ୍ଡ ଅଧିକାରୀ ଦୃଷ୍ଟି ଦେଇ ଆବଶ୍ୟକ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe